ସଂସ୍କର ଇଣ୍ଟରନ୍ୟାସନାଲ ସ୍କୁଲରେ ସ୍ଵାଗତ ଦିବସ ପାଳିତ
ବରଗଡ଼-୩୧/୦୭/୨୦୨୬ ଜନମୁଖ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ବରଗଡ ସ୍ଥିତ ସଂସ୍କାର ଇଣ୍ଟରନ୍ୟାସନାଲ ସ୍କୁଲରେ ପ୍ରିପ୍ରାଇମେରୀରେ ନାମଲେଖାଇଥିବା ନବାଗତ ଛାତ୍ରଛାତ୍ରୀମାନଙ୍କ ସ୍ୱାଗତ ନିମନ୍ତେ ସ୍ୱାଗତ ଦିବସ "ଦି ନେକ୍ଷ୍ଟ ଚ୍ୟାପଟର "ର ଆୟୋଜନ ତା୩୧/୭/୨୬ ରିଖ ଦିନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ ସୁମନ୍ ସାୱଡିଆ, ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଜିତ୍ ପଟ୍ଟନାୟକ, ପ୍ରିନ୍ସିପାଲ ଶ୍ରୀଯୁକ୍ତ କରନ୍ ସାହୁ, ଭାଇସପ୍ରିନ୍ସିପାଲ ଶ୍ରୀମତୀ ସୀମାସାହୁ, ଶ୍ରୀଯୁକ୍ତ ଆଶିଷ ପଣ୍ଡା, ଡାଇରେକ୍ଟର ଶ୍ରୀଯୁକ୍ତ ସିଦ୍ଧାର୍ଥ ସାୱଡିଆ,ହେଡମିଷ୍ଟ୍ରେସ ସୁଶ୍ରୀ ରୀତା ନାୟକଙ୍କ ସମେତ ମୁଖ୍ୟ ବିଦ୍ୟାଳୟ, ସାପଲିଙ୍ଗ_୧ , ସାପଲିଙ୍ଗ-୨ ର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଟିକୁ ପ୍ରି ପ୍ରାଇମେରୀ କୋର୍ଡିନେଟର ଶ୍ରୀମତୀ ମଧୁମିତା ସରାଫ ଓ ସାପଲିଙ୍ଗ କୋର୍ଡିନେଟର ବଂଶିତା ଗ୍ରୋବର ପରିଚାଳନା କରିଥିଲେ । ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କାର୍ଡ ପ୍ରଦାନ କରି ସ୍ୱାଗତ କରାଯାଇଥିଲା । ୟୁକେଜିର ଛାତ୍ରଛାତ୍ରୀମାନେ ଏକ ଇଂରାଜୀ ଗୀତରେ ନୃତ୍ୟ ପରିବେଷଣ କରିଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0