।। ଶ୍ରୀମଦ ଭାଗବତ ଜ୍ଞାନ ସପ୍ତlହ କଥା ଅନୁଷ୍ଠିତ ।।

Jan 1, 2024 - 18:39
 0  27
।। ଶ୍ରୀମଦ ଭାଗବତ  ଜ୍ଞାନ ସପ୍ତlହ କଥା ଅନୁଷ୍ଠିତ ।।

ନୂଆପଡା ଜ଼ିଲ୍ଲା ଅନ୍ତର୍ଗତ ଖରିଆର ରୋଡ ସ୍ଥିତ ମାଉସୀ ମଁl ମନ୍ଦିର ପ୍ରାଙ୍ଗଣରେ ଶ୍ରୀମଦ ଭାଗବତ ଜ୍ଞାନ କଥା ସପ୍ତlହ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଜ୍ଞାନ କଥା ସ୍ୱର୍ଗୀୟ ରବି ଶଙ୍କର ସାହୁଙ୍କ ସ୍ମୃତିରେ ଆୟୋଜନ ହୋଇଥିଲା l ଏହି ଶ୍ରୀମଦ ଭାଗବତ ଜ୍ଞାନ କଥା ସପ୍ତlହ ବୃନ୍ଦାବନ ରୁ ଆସିଥିବା କଥା ବ୍ୟାସ ଆଚାର୍ଯ୍ୟ ଶ୍ରବଣ କୃଷ୍ଣ ଜି ମହାରାଜଙ୍କ ଶ୍ରୀ ଧାମ ରୁ ଆସି ଏହି ଶ୍ରୀମଦ ଭାଗବତ ଜ୍ଞାନ ପାଠ କରିଥିଲେ l ଉକ୍ତ ମହାରାଜଙ୍କ କଥାରେ ସ୍ଥାନୀୟ ତଥା ଅଞ୍ଚଳ ଦୂର ଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ମହାରାଜାଙ୍କ କଥା ଶ୍ରବଣ ପାଇଁ ଙ୍କ ଭିଡ ଦେଖିବାକୁ ମିଳିଥିଲାବେଳେ ଉକ୍ତ କଥା ଜ୍ଞାନ ସପ୍ତାହ ସାତ ଦିନ ଧରି ଚାଲିଥିଲା l ପ୍ରଥମ ଦିନରେ ସମସ୍ତ ପୁରୁଷ ଓ ମହିଳା ମାନେ କଳସ ଯାତ୍ରାରେ ନଗର ଭ୍ରମଣ କରିଥିଲେ l ଦ୍ୱିତୀୟ ଦିନରେ ସତ୍ୟ ବନ୍ଦନା, ଦ୍ୱିତୀୟ ଦିନରେ ଧ୍ରୁବ ଚରିତ୍ର, ତୃତୀୟ ଦୀନରେ ସମୁଦ୍ର ମନ୍ଥନ, ଚତୁର୍ଥ ଦିନରେ ଶ୍ରୀକୃଷ୍ଣ ଲୀଳା ପାଠ ହୋଇଥିଲାବେଳେ ପଞ୍ଚମ ଦିନରେ ମାଖନ ଚୋରି ପ୍ରସଙ୍ଗ ଓ ଗୋବର୍ଧନ ପୂଜନ, ଷଷ୍ଠ ଦିନରେ ସୁଦାମା ଚରିତ୍ର, ସପ୍ତମ ଦିନରେ ଗୀତl ପ୍ରବଚନ ସହ ଗଙ୍ଗା ସ୍ନାନର ପାଠ ସହ ହୋମ ଯଜ୍ଞ କରାଯାଇଥିଲାବେଳେ ଭଣ୍ଡାରର ଆୟୋଜନ କରାଯାଯାଇଥିଲା ଏହି ଭଣ୍ଡlରାରେ ଅନେକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମରେ ଗିରି ସାହୁ, ଚେମେଲୀ ସାହୁ, ୟସ କୁମାର, ମନୀଷ ସାହୁ, ଯାଗରୁକ ସାହୁ, ଜାହ୍ନବୀ ସାହୁ, ଚେତନା ସାହୁ, ନିର୍ମଳ ସାହୁଙ୍କ ଦ୍ୱାରା ଶ୍ରୀମଦ ଭାଗବତ ଜ୍ଞାନ କଥା ହୋଇଥିଲା ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ