।। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସ୍ୱାବଲମ୍ବୀ ଭାରତ ଅଭିଯାନ ।।

Sep 28, 2024 - 19:42
 0  25
।। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସ୍ୱାବଲମ୍ବୀ ଭାରତ ଅଭିଯାନ ।।

ବାରିପଦା ୨୮/୦୯: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସ୍ୱାବଲମ୍ବୀ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ୱ ଉଦ୍ୟମିତା ଦିବସ ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଥିଲା । । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ବାରିପଦାସ୍ଥିତ ଜିଲ୍ଲା ଶିଳ୍ପ କେନ୍ଦ୍ରର ସହକାରୀ ଶିଳ୍ପ ଅଧିକାରୀ ଶ୍ରୀ ଦିନେଶ ଶଙ୍କର ହୋତା ଓ ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜ ଏମ୍‌.ଏସ୍‌.ଏମ୍‌.ଇର ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ପ୍ରଭାସ କୁମାର ଅମାନ୍ତ ଓ ବିଶ୍ୱବିଦ୍ୟାଳୟ ଡି.ଏସ୍‌.ଡବ୍ଲୁର ନିର୍ଦ୍ଦେଶିକା ପ୍ରଫେସର ମିନତୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିଗଣ ନିଜ ବକ୍ତବ୍ୟରେ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା ତୃଣମୂଳ ସ୍ତରର ଯୁବଗୋଷ୍ଠୀଙ୍କ ମଧ୍ୟରେ ଔଦ୍ୟୋଗିକ ଚେତନା ଆଣିବା ତଥା ଯୁବକଯୁବତୀମାନଙ୍କ ମଧ୍ୟରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖି ଆରମ୍ଭ ହୋଇଥିବା ଏହି ଅଭିଯାନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ନିଜର ଗବେଷଣା ଗୁଡ଼ିକୁ ଗବେଷଣାରେ ସୀମିତ ନ ରଖି ଉଦ୍ୟୋଗରେ ପରିଣତ କରି ନିଜେ ତଥା ଅନ୍ୟମାନଙ୍କୁ ରୋଜଗାରକ୍ଷମ କରିବାକୁ ଆହ୍ୱାନ କରିଥିଲେ । ପ୍ରାଣୀ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ପ୍ରିୟରଞ୍ଜନ ଦେବତା ସଂଯୋଜକ ଅଧିକାରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପିକା ଡ. ବିଷ୍ଣୁପ୍ରିୟା ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ 'ଭାରତର ଅର୍ଥନୈତିକ ପରିବର୍ତ୍ତନରେ ଉଦ୍ୟୋଗୀମାନଙ୍କର ଭୂମିକା' ଶୀର୍ଷକ ଏକ ପ୍ୟାନେଲ୍‌ ଆଲୋଚନାଚକ୍ରରେ ଅର୍ଥନୀତି ବିଭାଗର ପ୍ରଫେସର ମିନତୀ ମଲ୍ଲିକ, ଜୈବ ପ୍ରଯୁକ୍ତି ବିଭାଗର ପ୍ରଫେସର ସୁକାନ୍ତ କୁମାର ନାୟକ, ସହକାରୀ ପ୍ରଫେସର ଡ. ସନ୍ତୋଷ କୁମାର ସାହୁ, କମ୍ପ୍ୟୁଟର ପ୍ରୟୋଗ ବିଭାଗର ସହକାରୀ ପ୍ରଫେସର ଡ. ସ୍ୱରୁପାନନ୍ଦ ବିଷୟୀ, ବ୍ୟବସାୟ ପ୍ରଶାସନ ବିଭାଗର ସହକାରୀ ପ୍ରଫେସର ଡ. ସୀତାରାମ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପ୍ରାଣୀ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ଗାର୍ଗୀ ମହାନ୍ତି ଏହାକୁ ସଂଯୋଜନା କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ତୃତୀୟ ସେମିଷ୍ଟରର ଛାତ୍ରଛାତ୍ରୀ ନିଜର ଔଦୌଗିକ ପ୍ରକଳ୍ପ ଗୁଡ଼ିକ ପୋଷ୍ଟର ମାଧ୍ୟମରେ ଉପସ୍ଥାପନା କରିଥିଲେ । ସମୁଦାୟ ୫୮ଟି ପୋଷ୍ଟର ସ୍ଥାନିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଗଣ ଯୋଗଦାନ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ