ରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ କୃତିତ୍ୱ ହାସଲ କରି ଗର୍ବ ଓ ଗୌରବ ଆଣିଛନ୍ତି ନୂଆପଡା ଜ଼ିଲ୍ଲା ଛାତ୍ର ଛାତ୍ରୀ

Jan 8, 2024 - 18:12
Jan 8, 2024 - 20:18
 0  16
ରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ କୃତିତ୍ୱ ହାସଲ କରି ଗର୍ବ ଓ ଗୌରବ ଆଣିଛନ୍ତି ନୂଆପଡା ଜ଼ିଲ୍ଲା ଛାତ୍ର ଛାତ୍ରୀ

ନୂଆପଡା : ଜାନୁୟାରୀ ୫ ରୁ ୭ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୩-୨୪ ରେ ନୂଆପଡ଼ା ଜିଲ୍ଲାର ଛାତ୍ରଛାତ୍ରୀ ମାନେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଗିରିଧାରୀ ସା ଙ୍କ ନେତୃତ୍ବରେ ଜିଲ୍ଲା ପାଇଁ କୃତିତ୍ୱ ହାସଲ କରି ଗର୍ବ ଓ ଗୌରବ ଆଣିଛନ୍ତି । ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ବାରିପଦା ଠାରେ ଅନୁଷ୍ଠିତ ଉକ୍ତ ପ୍ରତିଯୋଗିତାରେ ୩୦ଟି ଜିଲ୍ଲାର ମୋଟ ୧୫୦ ଗୋଟି ପ୍ରକଳ୍ପ ସ୍ଥାନିତ ହୋଇଥଲା । ରାଜ୍ୟରୁ ଜୋନାଲ୍ ସ୍ତରକୁ ଚୟନୀତ ୨୫ ଟି ପ୍ରକଳ୍ପ ମଧ୍ୟରୁ ନୂଆପଡ଼ା ଜିଲ୍ଲାରୁ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖରିଆର୍ ର ନିଶାଙ୍କ କୁମାର ବାଗ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ନୀଲଜୀର ପ୍ରମୋଦିନୀ ସା ଙ୍କ ପ୍ରକଳ୍ପ ଉଚ୍ଚ ପ୍ରଶଂସିତ ହୋଇ କୋଲକାତା ଠାରେ ଜାନୁୟାରୀ ୯ ରୁ ୧୩ ମଧ୍ୟରେ ହେବାକୁ ଯାଉଥିବା ତିଯୋଗିତାରେ ଭାଗ ନେବେ । ଏହି ଅବସରରେ ଆୟୋଜିତ ବିଜ୍ଞାନ ଆଲୋଚନା ଚକ୍ରରେ ଓ ବିଜ୍ଞାନ ସ୍ଲୋଗାନ ଲିଖନ ରେ ଆଦର୍ଶ ବିଦ୍ୟାଳୟ ନେଗିପାଲି ର ୟେଶ୍ୱରିୟା ପାଣ୍ଡେ ଯଥାକ୍ରମେ ଦ୍ୱିତୀୟ ଓ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ । ଠିକ ସେହିପରି ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖରିଆର୍ ର ନିଶାଙ୍କ କୁମାର ବାଗ ଓରିଗାମି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖରିଆର୍ ର ଗାଇଡ ଶିକ୍ଷକ ଅଶୋକ କୁମାର ବେହେରା ବିଜ୍ଞାନ ସ୍ଲୋଗାନ ଗାନ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମାତୃ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ଫଳକ ପ୍ରଦାନ କରିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଗିରିଧାରୀ ସା ଙ୍କୁ ମଧ୍ୟ ଉଦୀୟମାନ ବିଜ୍ଞାନ ନିରୀକ୍ଷକ ଭାବରେ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ନୂଆପଡ଼ା ଶ୍ରୀ ହେମକାନ୍ତ ସୟ, ଜିଲ୍ଲା ଶିକ୍ଷା ଅଧିକାରୀ ନୂଆପଡ଼ା ଶ୍ରୀ କରୁଣାକର ଭୁଏ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ମିଶ୍ର, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଖୁସି ବ୍ୟକ୍ତ ପ୍ରକାଶ କରି ଶୁଭେଚ୍ଛା ପ୍ରଦାନ କରିଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ