।। ରାଧାକୃଷ୍ଣ ମନ୍ଦିରରେ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଟିତ ।।
ରାୟଗଡ଼ା ଜିଲ୍ଲା ବିଷମ କଟକ ସଦର ମହକୁମାର ନବ ନିର୍ମିତ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ଅଷ୍ଟ ପ୍ରହାରି ସାଙ୍ଗକୁ ଓ ରତ୍ନମୁଦ କାର୍ଯକ୍ରମ ଅନୁଷ୍ଟିତ ହୋଇଛି। ପ୍ରଭୁ ରାଧାକୃଷ୍ଣ ଙ୍କ ଏହି ଅବସରରେ ଆଖପାଖ ଅଞ୍ଚଳ ବାସୀ ଙ୍କ ସହ ବିଷମ କଟକ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ରତ୍ନମୁଦ କାର୍ଯକ୍ରମ ରେ ଭାଗନେଇ ଚାଉଳ, ଧାନ ମନ୍ଦିର ମୁଣ୍ଡିରେ ଢାଳିବା ସହ ମୃଦ ପ୍ରତିଷ୍ଠା ରେ ଅଂଶ ଗ୍ରହଣ କରି ନିଜକୁ ଭାଗ୍ୟବାନ କରିଛନ୍ତି। କାର୍ଯ୍ୟକ୍ରମରେ ବିଷମକଟକର ଥାଟ ରାଜ ପରିବାରର ବଂଶଧର ଶ୍ରୀ ଭାସ୍କର ଚନ୍ଦ୍ର ଦେଓ ଅଂଶ ଗ୍ରହଣ କରିଥିଲେ । ପୂଜା କମିଟି ତତଫରୁ ପ୍ରସାଦ ସେବନ ସହ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଆଜି ଚାଲୁରହିଥିଲା । ସୂଚନା ଅନୁଯାୟୀ ୧୯ ତାରିଖ ଦିନ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ସହ ପୂଜାକାର୍ଯ୍ୟ ର ପ୍ରାରମ୍ଭ ହୋଇଥିଲା । ଗତ କାଲି କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା, ସହ ସହ ମହିଳାମାନେ ଏଥିରେ ସାମିଲ ହୋଇ ଶୋଭାଯାତ୍ରା କରିବା ସହ ପୂଜାର୍ଚ୍ଚନା କରିଥିଲେ । ଦ୍ବିତୀୟ ଦିନରେ ଗଙ୍ଗା ଆବାହନ ପୂର୍ବକ ସ୍ଥାନୟୀ ମୁଣ୍ଡାବନ୍ଧ ନାଳରେ ଜଳାଭିଷେକ ପୂର୍ବକ ଜଳ ଉଠା ଯାଇଥିଲା । ବିଷମକଟକ ଓ ଆଖପାଖ ଅଞ୍ଚଳର ମହିଳାମାନେ ଏଥିରେ ସାମିଲ ହୋଇଥିଲେ । କଳସରେ ପାଣିଧରି ମହିଳାମାନେ ଶୋଭାଯାତ୍ରାରେ ଆସି ମନ୍ଦିର ପରିସରରେ ସ୍ଥାପନ କରିଥିଲେ। ଏହି ଜଳରେ ଦେବସ୍ନାନ କରାଯିବା କାର୍ଯ୍ୟକ୍ରମ ରହିଛି। ସୋମବାର ମନ୍ଦିର ପ୍ରତିଷ୍ଠା ଏବଂ ବିଗ୍ରହ ପ୍ରବେଶ କାର୍ଯ୍ୟକ୍ରମ କରାଯିବ ମନ୍ଦିର ପ୍ରତିଷ୍ଠା ନିମନ୍ତେ ୧୫ଜଣ ବ୍ରାହ୍ମଣ ପୂଜାପାଠରେ ନିୟୋଜିତ ରହିଛନ୍ତି। ମନ୍ଦିର ପରିଚାଳନା କମିଟି ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ବେଳେ ବିଷମ କଟକ ପୋଲିସ ପ୍ରଶାସନ ତରଫରୁ ସାନ୍ତି ଶ୍ରୁଖଳା ରେ ଶ୍ରଦ୍ଧାଳୁ ମାନଙ୍କ ଅଂଶ ଗ୍ରହଣ ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।
ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0