।।ମୁଖିବିଡେଇ ଗ୍ରାମର ଡମ୍ବ ଗାଡ ରାସ୍ତା ଅତି ଦୟନୀୟ ଅବସ୍ଥା ।।

Sep 18, 2024 - 20:55
 0  33
।।ମୁଖିବିଡେଇ ଗ୍ରାମର ଡମ୍ବ ଗାଡ ରାସ୍ତା ଅତି ଦୟନୀୟ ଅବସ୍ଥା ।।

ଅତି ଦୁଃଖଦ ସହିତ ପଞ୍ଚାୟତ ପ୍ରତିନିଧି ତଥା ଶ୍ରୀ Pitambar Kirsani ,ସରପଞ୍ଚ ରାଜପୁଟ୍, ଶ୍ରୀମତୀ ଲିଲି ଅନ୍ତାବିରିଆ, ଅଧ୍ୟକ୍ଷା ପଞ୍ଚାୟତ ସମିତି ସେମିଳିଗୁଡା ଓ ଶ୍ରୀ ଯୁକ୍ତ ରାମ ଚନ୍ଦ୍ର କାଡ଼ାମ୍ ମାନ୍ୟବର ବିଧାୟକ ପୋଟାଙ୍ଗୀ ଙ୍କୁ ମୁଖିବିଡାଇ ଗ୍ରାମବାସି ଦୃଷ୍ଟି ଆକର୍ଷଣ କରୁଛୁ , ରାଜପୁଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁଖିବିଡେଇ ଗ୍ରାମର ଡମ୍ବ ଗାଡ, ନିକଟ ରାସ୍ତା ଯେଉଁଠି ଶହ ଶହ ଲୋକ ଦୈନିକ ଯିବା ଆସିବା ସହ,ଗାଈ ଚରାଇବାକୁ ଯିବା, ଜଙ୍ଗଲ କୁ ଯିବା, ଚାଲାଣପୁଟ, ପୋଡାଗଡ ଗାଁ କୁ ସଂଯୁକ୍ତ ହେବା, ଡମ୍ୱ ସାହିର କବରପଦା କୁ ଯିବା, ଏପରି କୌଣସି ଲୋକ ମୃତ୍ୟୁ ବରଣ କଲେ ନିଜ ବନ୍ଧୁ ବାନ୍ଧବ ହଜାରେ ସଂଖ୍ୟାରେ ଆସନ୍ତି ଏହିପରି ରାସ୍ତା ଘାଟ ଦେଖି ଗ୍ରାମ ବାସୀ ଲଜ୍ଜ୍ୟା ଅନୁଭବ କରୁଛୁ ଏଠାରେ ପୋଲ ର ନିର୍ମାଣ।ଯାହା କି ଅନେକ ଥର ପ୍ରତିନିଧିଙ୍କୁ ଜଣାଇବା ସତ୍ତ୍ବେ ଏହାର କାର୍ଯକାରୀ ହୋଇପାରୁନି, ଉପରୋକ୍ତ ପ୍ରତିନିଧି ଓ କତୃପକ୍ଷଙ୍କୁ ଅବଗତ କରାଇ ଅନୁରୋଧ ଏହାର ସମାଧାନ ଯଥା ଶୀଘ୍ର କରାଯାଉ |ଗ୍ରାମବାସୀଙ୍କ ଅଭିଯୋଗ ଏହି ଗାଁକୁ ଅନେକ ଉନ୍ନତିକରଣ କ୍ଷେତ୍ରର ଅଣଦେଖା କରାଯାଉଛି CFC/SFC/LAD ଓ ଅନ୍ୟାନ୍ୟ ପାଣ୍ଠି ରୁ ବଞ୍ଚିତ ହେଉଛୁ। ମୁଖିବିଦାଇ ଗାଁ ଭୌଗଳିକ କ୍ଷେତ୍ରରେ ଗ୍ରାମ ପଞ୍ଚାୟତ ର ହୃଦୟ କୋହିଲେ ଭୁଲ ହେବ ନାହିଁ ଓ ଗ୍ରାମ ପଞ୍ଚାୟତ ର ଅଧିକ ଭୋଟର ଥିବା ଗାଁ ଅଟେ, ଗାଁ ରେ ବ୍ୟାଙ୍କ୍ ସୁବିଧା,ମିନି ଷ୍ଟାଡିୟମେ ର ସୁବିଧା, ମୋବାଇଲ ଇଣ୍ଟରନେଟ ସୁବିଧା,ଓ ଅନ୍ୟାନ୍ୟ ମୌଳିକ ସୁବିଧାର ଆବଶ୍ୟକ ଅଛି ଏହି ସବୁ ପ୍ରିୟ ସରପଞ୍ଚ,ସମିତି ସଭ୍ୟା ତଥା ବ୍ଲକ୍ ଅଧ୍ୟକ୍ଷା ଓ ମାନ୍ୟବର ବିଧାୟକ ପଟାଙ୍ଗୀ ଏହାର ଦୃଷ୍ଟି ଆକର୍ଷଣ କରନ୍ତୁ।

 କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ First news ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ