ସମ୍ବିଧାନ ହତ୍ୟା ଦିବସ ନୂଆପଡା ବିଜେପି ପକ୍ଷରୁ ଆଲୋଚନା ଚକ୍ର ସାମ୍ବାଦିକ ସମିଳନୀ ଅନୁଷ୍ଠିତ

Jun 25, 2025 - 21:36
 0  8
ସମ୍ବିଧାନ ହତ୍ୟା ଦିବସ  ନୂଆପଡା ବିଜେପି ପକ୍ଷରୁ ଆଲୋଚନା ଚକ୍ର ସାମ୍ବାଦିକ ସମିଳନୀ ଅନୁଷ୍ଠିତ

ନୂଆପଡା : ଆଜି ଭାରତୀୟ ଜନତା ପାର୍ଟି ଦଳର ଜ଼ିଲ୍ଲା କାର୍ଯ୍ୟlଳୟ ଠାରେ ଗଣତନ୍ତ୍ର ଉପରେ କଂଗ୍ରେସ ଆକ୍ରମଣର 50 ବର୍ଷ ପରେ ସମ୍ବିଧାନ ହତ୍ୟା ଦିବସ କୁ ନେଇ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ନେତୃତ୍ୱରେ ଜ଼ିଲ୍ଲା କାର୍ଯ୍ୟାଳୟ ଠାରେ ଏକ ଆଲୋଚନା ଚକ୍ର ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସାମ୍ବାଦିକ ସମିଳନୀରେ ବିଜେପିର ଜ଼ିଲ୍ଲା ସଭାପତି କମଲେସ ଦୀକ୍ଷିତ, ବରିଷ୍ଠ ଆଇନଜୀବୀ ମୁରଲୀଧର ପଣ୍ଡା, ବରିଷ୍ଠ ନେତା ଭୈରବ ସାହୁ, ବରିଷ୍ଠ ନେତା ସୁଶାନ୍ତ ପତି, ବରିଷ୍ଠ ନେତା ଗୋଲଡି ଅଗ୍ରୱାଲ, ବରିଷ୍ଠ ନେତ୍ରୀ ତଥା ଖରିଆର ରୋଡ ନଗର ଅଧକ୍ଷl ଡ଼. ସୋନିୟା ଜୈନ, ବରିଷ୍ଠ ନେତା ତୁଲସ ପଟେଲ, ବରିଷ୍ଠ ନେତା ବିଜୟ ଚନ୍ଦ୍ର ପାଲ ପ୍ରମୁକା ଉପସ୍ଥିତ ଥିଲେ l ୧୯୭୫ ଜୁନ୍ ୨୫ ମଧ୍ୟରାତ୍ରିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ‘ ଆଭ୍ୟନ୍ତରୀଣ ଅଶାନ୍ତି’ ବାହାନାରେ ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ । ଏହି ନିଷ୍ପତ୍ତି କୌଣସି ଯୁଦ୍ଧ କିମ୍ବା ବିଦ୍ରୋହ ଯୋଗୁଁ ନୁହେଁ, ବରଂ କ୍ଷମତା ବଞ୍ଚାଇବା ଏବଂ ତାଙ୍କ ନିର୍ବାଚନକୁ ବାତିଲ କରିବା ପାଇଁ ହତାଶ ହୋଇ ନିଆଯାଇଥିଲା। କଂଗ୍ରେସ ପାର୍ଟି ଏହି କଳା ଅଧ୍ୟାୟରେ କେବଳ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକୁ ଦଳି ଦେଇଥିଲା ତାନୁହେଁ ବରଂ ଗଣମାଧ୍ୟମର ସ୍ଵାଧୀନତା, ନ୍ୟାୟପାଳିକାର ନିରପେକ୍ଷତା ଏବଂ ନାଗରିକଙ୍କ ମୌଳିକ ଅଧିକାରକୁ ମଧ୍ୟ ଚୂର୍ଣ୍ଣ କରିଦେଇଥୁଲା, ଏହା ସ୍ପଷ୍ଟ କରିଥିଲା ଯେ ଯେତେବେଳେ ସେମାନଙ୍କର କ୍ଷମତା ବିପଦରେ ପଡ଼ିଥାଏ ସେମାନେ ସମ୍ବିଧାନ ଏବଂ ଦେଶର ଆତ୍ମାକୁ ବାଜିରେ ଲଗାଇବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଆଜି ୫୦ ବର୍ଷ ପରେ ମଧ୍ୟ କଂଗ୍ରେସ ସେହି ମାନସିକତା ସହିତ କାମ କରୁଛି ବୋଲି ଏହି ସାମ୍ବାଦିକ ସମିଳନୀରେ ଆସିଥିବା ଅତିଥି ମାନେ ନିଜ ନିଜ ମତ ରଖିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ