।। ସଙ୍କଟରେ କମାର ସଂପ୍ରଦାୟର କୁଳ ବେଉସା ।।

Jul 17, 2024 - 11:55
 0  11
।। ସଙ୍କଟରେ କମାର ସଂପ୍ରଦାୟର କୁଳ ବେଉସା ।।

ନୂଆପଡା : କଥାରେ ଅଛି ବୃତ୍ତି ମୋର ପୋସେ କୁଟୁମ୍ବ । ଆଉ ଯଦି କୁଳ ବେଉସା ବୁଡ଼ିବାରେ ଆରମ୍ଭ କରେ ତାହେଲେ ପରିବାର ଚଳେଇବା ବହୁତ କଷ୍ଟ ହୋଇପଡେ । ତେଲ ଲୁଣ ସଂସାର ଚଳେଇବା ବହୁତ କଷ୍ଟ ହୋଇଯାଏ । ବିଜ୍ଞାନ ଯୁଗର ବିଭିନ୍ନ ଯନ୍ତ୍ର ପାତି ଏବେ କମାର ସଂପ୍ରଦାୟର କୌଳିକ ବୃତ୍ତି କୁ ପ୍ରଭାବିତ କରିଛି । ଦେଖିବା ନୂଆପଡ଼ା ଜିଲ୍ଲାରୁ ଏକ ରିପୋର୍ଟ । ଇଏ ହେଉଛନ୍ତି ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ ଦିଆମୁଣ୍ଡା ଗାଁ ର ଭଗବାନ ପରାଭୁଏ ।ସକାଳ ପାହିଲେ ନିଜ ସ୍ତ୍ରୀ ଶାନ୍ତି ସହିତ ନିଜ କମାର ଶାଳ ରେ ବ୍ୟସ୍ତ । ଲୁହା କୁ ଗରମ କରି ବାଡେଇ ବାଡେଇ କୋଡ଼ି, କୋଦାଳ, ଦା, ଟାଙ୍ଗିଆ , ଫର୍ଷା, ଫାୱାଡା , ଲୁହା କଣ୍ଟା ଭଳି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛି କମାର ।ହେଲେ ବର୍ତ୍ତମାନ ର ଆଧୁନିକ ଯନ୍ତ୍ରପାତି କମାର ତିଆରି ସାମଗ୍ରୀ ସ୍ଥାନ ନେଇଛି ।ନା ପୂର୍ବଭଳି ବିକ୍ରି ହେଉଛି ନା ଘର ଚଳୁଛି । ଧୀରେ ଧୀରେ କମାର ସାମଗ୍ରୀ ବିଲୁପ୍ତ ହେବାକୁ ବସିଛି । ଆଉ ପୂର୍ବଭଳି ଲୁହା ତାତୁନି କି କମାର ର ଲୁହ ସୁଖୁନି । କୁଳ ବେଉସା ପାଇଁ ସଙ୍ଘର୍ଷ କରୁଥିବା କମାର ଏବେ ବୃତ୍ତି କୁ ମୁଁହ ଫେରେଇ ଲାଣୀ ।ନୂଆପଡ଼ା ଜିଲ୍ଲାର କୋମନା, ବୋଡ଼େନ, ନୂଆପଡ଼ା,ସିନାପାଲି, ଖଡ଼ିଆଳ ଭଳି ଅଞ୍ଚଳରେ ବସବାସ କରନ୍ତି କମାର ସଂପ୍ରଦାୟର ଲୋକ । ଲୁହା ସାମଗ୍ରୀ ତିଆରି କରି ନିଜର ପେଟ ପାଟଣା କରନ୍ତି କମାର ମାନେ ।କିନ୍ତୁ ପରିବାର ଚଲାଇବାକୁ ସଂଘର୍ଷ କରୁଛି କମାର । ବିଜ୍ଞାନ ଯୁଗର ବିଭିନ୍ନ ଯନ୍ତ୍ରପାତି ଯୋଗୁଁ ଆଉ ଲୋକେ ବ୍ୟବହାର କରୁନାହାଁନ୍ତି ତାଙ୍କ ସାମଗ୍ରୀ ।ପୂର୍ବରୁ ଖରିଫ ଏବଂ ରବି ଋତୁରେ ଚାଷୀ ହଳ ବଳଦ କରି ଚାଷ କରୁଥିଲେ । ଏବଂ ଗୋବର ଖତ କୁ ନିଜ ଚାଷ ଜମିରେ ବ୍ୟବହାର କରି ଭଲ ଚାଷ ଅମଳ କରିବା ସହ ଜୈବିକ ଚାଷ କରୁଥିଲେ ।କିନ୍ତୁ ଏବେ ଦୁର୍ଦ୍ଦିନରେ କମାର ସଂପ୍ରଦାୟ ।କୁଳ ବେଉସା ବଞ୍ଚାଇବାକୁ କୌଣସି ପ୍ରୋତ୍ସାହନ ମିଳୁନି କି କୌଣସି ସରକାରୀ ସହାୟତା ମିଳୁନି । ଅନ୍ୟପଟେ ଜିଲ୍ଲା ଶିଳ୍ପ ଅଧିକାରୀ ସମୀର ମୁଦୁଲି ଙ୍କୁ ପଚାରିବାରୁ ଲୋନ ମାଧ୍ୟମରେ ସେହି ପରିବାର କୁ ସହାୟତା କରି ସ୍ବାବଲମ୍ବୀ କରାଯାଇ ପାରିବ ବୋଲି କହିଛନ୍ତି । ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛନ୍ତି କମାର ପରିବାର ।କୁଳ ବେଉସା ବଞ୍ଚାଇବା ପାଇଁ ସଙ୍ଘର୍ଷ କରୁଥିବା ପରିବାର ଏବେ ଗୁମୁରି ଗୁମୁରି କାନ୍ଦୁଛି ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ