।। ବ୍ରହ୍ମପୁର.ବିଲଡର ବିଚିତ୍ର ପଟନାୟକଙ୍କୁ ଇଡି ଉଠାଇନେଇ ଜେରା କରିଛି ।।

ବ୍ରହ୍ମପୁର ଅଞ୍ଚଳରେ ବିଲଡର ବିଚିତ୍ର ପଟନାୟକଙ୍କୁ ଇଡି ଉଠାଇନେଇ ଜେରା କରୁଥିବା ସୂଚନା। ଗତକାଲି ଟେଲିଫୋନ ଭବନ ରାସ୍ତାରେ ଥିବା ବିବେକାନନ୍ଦ ଲ୍ୟାଣ୍ଡ ଏଣ୍ଡ ବିଲଡିଙ୍ଗ ଅଫିସରେ ଚଢ଼ାଉ ହୋଇଥିଲା। ସେ ୫କୋଟି ଟଙ୍କା ଠକେଇରେ ସମ୍ପୃକ୍ତ ଭୁବନେଶ୍ୱର କେଶରୀ ରିୟଲ ଇଷ୍ଟେଟ ମାଲିକଙ୍କ ସହ ଲିଙ୍କରେ ଥିଲେ। ଲୋକଙ୍କ ଠାରୁ ଠକେଇ କରିଥିବା ଟଙ୍କାରେ ଭୁବନେଶ୍ୱରରେ ଏକ ବିରାଟ ଜମି କିଣାଯାଇଥିବା ସୂଚନା। ଏମାନଙ୍କ ଲିଙ୍କରେ ବ୍ରହ୍ମପୁରର କିଛି ଜଣାଶୁଣା ବିଲଡର ଥିବା ଜଣାପଡିଛି। ଏହି ଜମି କାରବାରରେ ସଂପୃକ୍ତ ଅନ୍ୟମାନେ ଖୁବଶୀଘ୍ର ବନ୍ଧା ହେବେ।
What's Your Reaction?






