ବିଶ୍ବହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସରେ ସ୍ଵାମୀ ଲକ୍ଷ୍ମଣା ନନ୍ଦ ସରସ୍ଵତୀଙ୍କ ଶ୍ରଦ୍ଧାଞ୍ଜଳି ସଭା

Sep 1, 2024 - 17:39
 0  26
ବିଶ୍ବହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସରେ ସ୍ଵାମୀ ଲକ୍ଷ୍ମଣା ନନ୍ଦ ସରସ୍ଵତୀଙ୍କ ଶ୍ରଦ୍ଧାଞ୍ଜଳି ସଭା

ଆଜି ରାୟଗଡ଼ା ସହର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ଵହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରମେଷ୍ ଗୁଲାଣି,ରାଜେଶ ମହାରାଜ, କ୍ରାନ୍ତିକାରୀ ବାବା , ହରିହର ଖମ୍ବାରୀ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ। ବର୍ତ୍ତମାନ ସମୟରେ ସମଗ୍ର ହିନ୍ଦୁ ସାମାଜ ପ୍ରତି ବିଭିନ୍ନ ପ୍ରକାର ବିପଦ ଓ ଏହାକୁ ପ୍ରତିହତ କରିବା ପାଇଁ ବିଶ୍ଵ ହିନ୍ଦୁ ପରିଷଦ ହାତକୁ ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେଇଥିଲେ। ଓଡିଶାରେ ଅନୁପ୍ରବେଶକାରୀ, ଧର୍ମାନ୍ତିକିରଣ, ଲଭ୍ ଜିହାଦ ବହୁତ ବଡ଼ ସମସ୍ୟା ଥିବାରୁ ଜାତି, ବର୍ଣ୍ଣ, ଭେଦଭାବ ଭୁଲି ହିନ୍ଦୁ ସମାଜ ଏକ ହୋଇ ବିଶ୍ଵହିନ୍ଦୁ ପରିଷଦ ସହିତ ହାତ ମିଳାଇ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଥିଲେ। ଏଥିରେ ବିଶ୍ଵହିନ୍ଦୁ ପରିଷଦ କାର୍ଯ୍ୟକାରିଣୀ ସଭାପତି ଆନନ୍ଦ ରାଓ , ପ୍ରାନ୍ତ ଉପସଭାପତି ପ୍ରଫୁଲ ପାତ୍ର , ସମ୍ପାଦକ କୁନା ରମେଶ, ସହସମ୍ପାଦକ ଅଶୋକ ମହାରଣ ,ବିଶ୍ଵହିନ୍ଦୁ ପରିଷଦ କାର୍ଯ୍ୟକର୍ତା , ବଜରଙ୍ଗ ଦଳର କାର୍ଯ୍ୟକର୍ତା ଓ ଅନେକ ହିନ୍ଦୁ ପ୍ରେମୀ ଭାଇମାନେ ଯୋଗଦାନ ଦେଇ କାର୍ଯ୍ୟକ୍ରମ କୁ ସଫଳ ମଣ୍ଡିତ କରିଥିଲେ ।

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ