।। ବେନଗାଁ ପଞ୍ଚାୟତ ରେ ସ୍ୱଚ୍ଛ ଭାରତ ଅଭିଯାନ ।।

Oct 1, 2023 - 18:39
 0  4
।। ବେନଗାଁ ପଞ୍ଚାୟତ ରେ ସ୍ୱଚ୍ଛ ଭାରତ ଅଭିଯାନ ।।

ଲାଞ୍ଜିଗଡ଼,(କୋରାପୁଟ ୧ମ ଖବର)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେନଗାଁ ପଞ୍ଚାୟତ ରେ ସ୍ୱଚ୍ଛ ଭାରତ ଅଭିଯାନ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଏଠାରେ ବେନଗାଁ ପଞ୍ଚାୟତ ରେ ଥିବା ସ୍ଵାସ୍ଥ୍ୟ ଉପ କେନ୍ଦ୍ରର ସମସ୍ତ କାର୍ଯ୍ୟ କର୍ତ୍ତା ଏବଂ ମିଶନ ଶକ୍ତି ର ସମସ୍ତ କାର୍ଯ୍ୟ କର୍ତ୍ତା ଙ୍କ ତତ୍ୱାବ ଧାନରେ ସ୍ୱଚ୍ଛ ପରିମଳ କାର୍ଯ୍ୟକ୍ରମ କରାଗଲା l ଏଠାରେ ଗ୍ରାମ ରୋଜଗାର ସେବକ ପ୍ରମୋଦ କୁମାର ସାହୁ ,ଏବଂ ବେନଗାଁ ପଞ୍ଚାୟତ ର ଜୁବ ସମାଜ୍ ସେବି ଶ୍ରୀ ଯୁକ୍ତ ସୁରେନ୍ଦ୍ର ବେନାଲ ସମେତ,ସିନି ଟାଟା ଟ୍ରଷ୍ଟ ଫିଲଡ଼ କଡିନେଟର ଶ୍ରୀଯୁକ୍ତ ଦୟା ନାଗ, ଓ କିଶୋର ବାଳକ ,ବାଳିକା ଙ୍କ ପ୍ରମୁଖ ଉପସ୍ଥିତ ରେ ପଞ୍ଚାୟତର ଚାରି ପାର୍ଶ୍ୱ ରେ ଥିବା ମଇଳା,ଘାସ, ଆବର୍ଜନା ତଥା ରାସ୍ତା କଡରେ ଥିବା ଅଳିଆଆବର୍ଜନା ଓ ସ୍ଵାସ୍ଥ୍ୟ ଉପ କେନ୍ଦ୍ର କୁ ସଫେଇ କରିଥିଲେ l ପଞ୍ଚାୟତ ପରିସରରେ ସଫେଇ କରିବା ପୂର୍ବରୁ ସଫେଇ କାର୍ଯ୍ୟ ରେ ନିୟୋଜିତ ଥିବା ସମସ୍ତେ ଶପଥ ପାଠ କରିବା ସହ ଅନେକ ନାରା ଦେଇ ସଫେଇ କାର୍ଯ୍ୟ କ୍ରମ ଆରମ୍ଭ କରିଥିଲେ l

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ପ୍ରତିନିଧି ସାଗର୍ ବେନଲ ଙ୍କ ରିପୋର୍ଟ (କୋରାପୁଟ ୧ମ ଖବର) |

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ