।। ନବଭାରତୀ ବିଦ୍ୟାଭବନ ପୁରାତନ ଛାତ୍ର ସଂସଦ ପକ୍ଷରୁ ବରୀ ବିଧାୟକ ଙ୍କୁ ସମ୍ଭର୍ଦ୍ଧନା ।।

Sep 20, 2024 - 15:54
 0  118
।। ନବଭାରତୀ ବିଦ୍ୟାଭବନ ପୁରାତନ ଛାତ୍ର ସଂସଦ ପକ୍ଷରୁ ବରୀ ବିଧାୟକ ଙ୍କୁ ସମ୍ଭର୍ଦ୍ଧନା ।।

ବରୀ ବ୍ଲକ କିମ୍ଭିରିଆପାଲ ପଂଚାୟତ ଅଧୀନ ନବଭାରତୀ ବିଦ୍ୟାଭବନ ଭଳିନୁଆଗାଁ ପୁରାତନ ଛାତ୍ର ସଂସଦ ପକ୍ଷରୁ ପାଳନ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ ବୁଧବାର ବିଦ୍ୟାଳୟ ପରିସରରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଅଛି । ଏହି ବୈଠକ ରେ ବରୀ ବିଧାୟକ ବିଶ୍ବରଂଜନ ମଲ୍ଲିକ ଯୋଗ ଦେଇ କାର୍ଯକ୍ରମ କିପରି ସୁରୁଖୁରୁରେ ସମାପନ ହେବ ସେ ନେଇ ଆଲୋଚନା କରିଥିଲେ ଓ ସେ ନିଶ୍ଚୟ ଭାବେ ବିଦ୍ୟାଳୟ ଉନ୍ନତି ପାଇଁ ଚେଷ୍ଠା କରିବେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି,ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ , ଦିଲୀପ ମହାନ୍ତି , ବ୍ଲକ ଶିକ୍ଷା ଅଧିକାରୀ ଭିକାରୀ ଚରଣ କବି , ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗିରିଶ ମିଶ୍ର , ପୁରାତନ ଛାତ୍ର ସଂସଦ ସଭାପତି ଡ଼ା.କୈଳାଶ ପତି , କିମ୍ଭିରିଆପାଳ ସରପଂଚ ପ୍ରତିନିଧି ଅଭିମନ୍ୟୁ ସାହୁ ଙ୍କ ସମେତ ବହୁ ପୁରାତନ ଛାତ୍ର , ସ୍ଥାନୀୟ ଅଞ୍ଚଳ ର ବୁଦ୍ଧିଜୀବୀ ଯୋଗ ଦେଇ କାର୍ଯକ୍ରମ ସମ୍ଭଧରେ ଆଲୋକପାତ କରିଥିଲେ। ପରେ ପରେ ବିଦ୍ୟାଳୟ ଓ ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଧାୟକ୍ ଶ୍ରୀ ବିଶ୍ବରଂଜନ ମଲ୍ଲିକ ଙ୍କୁ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ