ଖଡ଼ିଆଳ ଠାରେ କୋଶଲି ଅସ୍ମିତା ରଥକୁ ଭବ୍ୟ ସ୍ଵାଗତ

Sep 20, 2024 - 22:12
 0  14
ଖଡ଼ିଆଳ ଠାରେ କୋଶଲି ଅସ୍ମିତା ରଥକୁ ଭବ୍ୟ ସ୍ଵାଗତ

ନୂଆପଡା : ନୂଆପଡ଼ା ଜିଲା ଖଡ଼ିଆଳ ସେଲ୍ଫି ପଏଣ୍ଟଠାରେ କୋଶଲି ଅସ୍ମିତା ରଥକୁ ଭବ୍ୟ ସ୍ଵାଗତ କରାଯାଇଥିଲା। ପରେ ଅନୁଷ୍ଠିତ ସଭାରେ କୋଶଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିବାକୁ ଦାବି କରାଯାଇଥିଲା । ଏଥିରେ ବିଳମ୍ବ ଯୋଗୁ ଓଡ଼ିଶାର ଶିଶୁମାନେ ପ୍ରାଥମିକ ସ୍ତରରେ ନିଜ ମାତୃଭାଷାରେ ଶିକ୍ଷା ପାଇ ପାରୁନାହାନ୍ତି । ଫଳରେ ସେମାନଙ୍କର ବୌଦ୍ଧିକ ବିକାଶ ହୋଇପାରୁନାହିଁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରାଥମିକ ସ୍ତରରେ ପଶ୍ଚିମ ଓଡ଼ିଶାର ଶିଶୁମାନଙ୍କୁ କେନ୍ଦ୍ର ସରକାରଙ୍କ ୨୦୨୦ ଶିକ୍ଷାନୀତି ମତେ ମାତୃଭାଷାରେ ଶିକ୍ଷା ପ୍ରଦାନ, କୋଶଲି ଭାଷାକୁ ଓଡ଼ିଶାର ଦ୍ୱିତୀୟ ସରକାରୀ ଭାଷା ଭାବେ ଗ୍ରହଣ କରିବାକୁ ଦାବି କରାଯାଇଥିଲା । ସଭାରେ କୋଶଳ ସାହିତ୍ୟ ସଂସ୍କୃତି ଏକାଡେମୀର ସାଧାରଣ ସମ୍ପାଦକ ଆଇନଜୀବୀ ଗୋରେଖନାଥ ସାହୁ ଅଧ୍ୟକ୍ଷତା କରିଥିଲେ । ଡାକ୍ତର ସିଦ୍ଧାର୍ଥ ଶଙ୍କର ମହାପାତ୍ର, ଶିକ୍ଷକ ଗୌତମ ପ୍ରସାଦ ମୁଣ୍ଡ, ସମାଜସେବୀ ରଣଜିତ ସିଂ ମହାରଥା, ଅଧ୍ୟାପକ ରମାକାନ୍ତ ସିଂ ସାହାଣୀ ପ୍ରମୁଖ ସମ୍ମାନିତ ଅତିଥ୍ୟ ଭାବେ ଯୋଗଦେଇଥିଲେ। ଶେଷରେ ନୂଆପଡ଼ା ଜିଲା ସାମ୍ବାଦିକ ସଂଘ ସମ୍ପାଦକ ଦେବାନନ୍ଦ ତାଣ୍ଡି ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ରଥ ପଶ୍ଚିମ ଓଡିଶାର ୧୦ଟି ଜିଲା ବୁଲିବା ପରେ ସୁବର୍ଣ୍ଣପୁର ଜିଲାର ବୈଦ୍ୟନାଥ ଗ୍ରାମରେ ଥିବା କୋଶଳେଶ୍ୱର ମନ୍ଦିରଠାରେ ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଏକାଡେମୀର ସଦସ୍ୟମାନେ କହିଛନ୍ତି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ