।। କୋଟପାଡ଼ ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।।

May 22, 2023 - 19:25
 0  13
।। କୋଟପାଡ଼ ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।।

କୋଟପାଡ଼ ବ୍ଲକ କାର୍ଯ୍ୟାଳୟର ପରିସରରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ବେଦବର ପ୍ରଧାନ,କୋରାପୁଟ ପିଡି, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ତହସିଲଦାର ଶକ୍ତି ମହାପାତ୍ର,ବିଡିଓ ସୁଶ୍ରୀ ସ୍ନେହ ପ୍ରଭା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ମୋଟ 24 ଟି ଅଭିଯୋଗ ଗ୍ରହଣ କରାଯାଇଥିଲା ସେଥିମଧ୍ୟରୁ 3 ଟି ସାମୁହିକ ଏବଂ 21 ଟି ବ୍ୟକ୍ତିଗତ ଅଭିଯୋଗ ଆସିଥିଲା,କୋଟପାଡ଼ ବ୍ଲକ ବିଭିନ୍ନ ପଞ୍ଚାୟତ ବାସୀ ନିଜନିଜର ସମସ୍ୟା ନେଇ ଆସିଥିଲେ, ଯେପରି କି ଆମଡାମୁଣ୍ଡା ମନ୍ଦିରରେ ବିଦ୍ୟୁତ ସଂଯୋଗ, ବଣିଆ,ଗୁଆଳି,ଆସନା ଗ୍ରାମମାନଙ୍କରେ ଷ୍ଟ୍ରୀଟ ଲାଇଟ,କୁସୁମୀ ରେଲ ୱାଇ ରାସ୍ତା ନିର୍ମାଣ ଆଦି ଅଭିଯୋଗ ନେଇ ଲୋକେ ଆସିଥିଲେ,ଏହି କାର୍ଯ୍ୟକ୍ରମକୁ ବିଡ଼ିଓ ସୁଶ୍ରୀ ସ୍ନେହ ପ୍ରଭା ମାଝୀ ପରିଚାଳନା କରିଥିବା ବେଳେ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

 ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ