ସିଦ୍ଧିଦାତ୍ରୀ ମା'ସରସ୍ବତୀ ଙ୍କ ପୂଜାର୍ଚନା ମହାସମାରୋହ ରେ ପାଳିତ: ଶତାଧିକ କୁନି ଛୁଆ ଖଡ଼ି ଛୁଇଁଲେ
କନ୍ଧମାଳ:(ଫାଷ୍ଟ ନ୍ୟୁଜ ଓଡିଶା): ସିଦ୍ଧିଦାତ୍ରୀ ମା ' ସରସ୍ବତୀ ଙ୍କ ପୂଜାର୍ଚନା ବାଲିଗୁଡା ଟାଉନ ତଥା ଏହାର ଆଖପାଖ ପୁରପଲ୍ଲୀରେ ପରମ୍ପରା ଓ ବିଧିବିଧାନ ଅନୁସାରେ ଧୁମଧାମରେ ପାଳିତ ହୋଇଯାଇଛି । ସେଥିପାଇଁ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ବିଭିନ୍ନ ପୂଜା ଅନୁଷ୍ଠାନ ଚଳଚଞ୍ଚଳ ହୋଇ ଉଠିଥିଲା। ସମସ୍ତଙ୍କ ମନରେ ଉତ୍ସାହ ଦେଖା ଦେଇଥିଲା । ସେହିପରି ଆଜିର ଦିନରେ ନୂଆ କରି ପଢା ଆରମ୍ଭ କରୁଥିବା କୁନି ପିଲାମାନେ ମଧ୍ୟ ଖଡ଼ି ଛୁଇଁଛନ୍ତି । କେଉଁଠି ମା'ସରସ୍ବତୀ ଙ୍କ ବିଶାଳ ମୂର୍ତ୍ତି ,ତ ଆଉ କେଉଁଠି ବିରାଟ ପେଣ୍ଡାଲ, ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ । ଗାଁ ଦାଣ୍ଡ, ସହର, ବଜାର ସବୁ ଚଳଚଞ୍ଚଳ । ରଙ୍ଗୀନ ତୋରଣ ଓ ସୁସଜ୍ଜିତ ପୂଜା ମଣ୍ଡପ ଶୋଭାପାଉଥିବା ବେଳେ ମା' ଙ୍କ ପୂଜା ପାଇଁ ସବୁଠି ଭରପୁର ଉତ୍ସାହ ଓ ଉତ୍କଣ୍ଠା । ବିଭିନ୍ନ ଥିମକୁ ନେଇ ସବୁଠି ପ୍ରସ୍ତୁତ ହୋଇଛି ସୁନ୍ଦର ତୋରଣ ଓ ମୂର୍ତ୍ତି ।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଟାଉନ ର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ ହୋଇଥିବା ବେଳେ ଦିନ ତମାମ ଛାତ୍ର ଛାତ୍ରୀ ଓ ସାଧାରଣ ଭକ୍ତଙ୍କ ସମାଗମ ହୋଇଥିଲା l
କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0