।। ସାମ୍ବାଦିକ ସମ୍ମାନିତ ।।

ନୂଆପଡ଼ା ତା:-୦୧/୦୮/୨୦୨୪(ଫାଷ୍ଟ ନ୍ୟୁଜ ଓଡ଼ିଶା): ନୂଆପଡ଼ା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମାୟାଧର ସରାଫ ରାଜ୍ୟସ୍ତରରେ ସମ୍ମାନୀତ ହୋଇଛନ୍ତି। ଝାରସୁଗୁଡାରେ ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ (ଏସୟୁଜେ ) ର ମିଡିଆ କନକ୍ଲେବ ‘ଆହ୍ବାନ ୨୦୨୪’ ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ସରାଫ ସମ୍ବର୍ଦ୍ଧିତ ହୋଇଛନ୍ତି। ଏସୟୁଜେ ସଭାପତି କୈଳାଶ ଚନ୍ଦ୍ର ନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଓ ସମ୍ମାନିତ ଅତିଥ୍ ଭାବେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ସାମ୍ବାଦିକ ଶ୍ରୀ ସରାଫଙ୍କୁ ସମ୍ମାନୀତ କରିଥିଲେ ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






