ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୩.୦୧.୨୦୨୬ ରିଖ: ନବରଙ୍ଗପୁର ସହର ନିକଟସ୍ଥ ଲଳିତା ଦେଇ ଶାସନ ଠାରେ ଲକ୍ଷ୍ମୀନୃସିଂହ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ ଅନୁଷ୍ଠିତ ହୋଇ ଯାଇଛି ! ଏଠାର ନିବାସୀ ଗୋବିନ୍ଦ ମହାପାତ୍ର ନିଜ ପୈତୃକ ସଂପତ୍ତିରୁ ଏକ ଏକର ଜମି ମନ୍ଦିର ପରିଚାଳନା ଟ୍ରଷ୍ଟକୁ ଦାନ ସୂତ୍ରରେ ପ୍ରଦାନ କରିଥିଲେ ! ଶ୍ରୀ ମହାପାତ୍ର ନିଜ ଦାନ ଜମିରେ ଏକ ମନ୍ଦିର ସହ ଏହି ପରିସରରେ ଏକ କଲ୍ୟାଣ ମଣ୍ଡପ ତିଆରି କରି ଏହାକୁ ସମାଜ କଲ୍ୟାଣ ପାଇଁ ଲୋକଙ୍କ ସେବା କାର୍ଯ୍ୟରେ ନିୟୋଜିତ କରିବା ଉଦ୍ଦେଶ୍ୟ ପ୍ରକାଶ କରିଛନ୍ତି ! ଭୂମି ପୂଜାର ଦିନକ ପୂର୍ବରୁ ମନ୍ଦିର ଟ୍ରଷ୍ଟ ସିମାଞ୍ଚଳ ଶ୍ରୀ ବରାହ ନୃସିଂହ ମନ୍ଦିର ଠାରୁ ଆଜ୍ଞାମାଳ ଓ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରୁ ଆଉ ଏକ ଆଜ୍ଞାମାଳ ଆଣିଥିଲେ ! ଦୁଇଟି ଆଜ୍ଞା ମାଳ ଏବଂ ପୁଣ୍ୟଶିଳା ନବରଙ୍ଗପୁର ଜଗନ୍ନାଥ ମନ୍ଦିର ଠାରୁ ଶହ ଶହ ଭକ୍ତଙ୍କ ଗଘଣରେ ସଙ୍କୀର୍ତ୍ତନ ସହ ବିରାଟ ପଟୁଆର ବାହାରି ଶାସନ ଗାଁ ନିକଟ ମନ୍ଦିର ସ୍ଥଳରେ ପହଞ୍ଚିଥିଲା ! ଏଠାରେ ପଣ୍ଡିତ ପୁରୋହିତ ମାନଙ୍କ ଦ୍ଵାରା ହୋମ ଯଜ୍ଞ ହୋଇ ଶିଳା ସ୍ଥାପନ କରା ଯାଇଥିଲା ! ଏଥିରେ ମାନ୍ୟବର ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝି, ସରକାରୀ ଅଭିଯୋଜକ ଓକିଲ ଝାଡେଶ୍ୱର ଖାଡଙ୍ଗା, ସମାଜ ସେବୀ ଜଗନ୍ନାଥ ମହାପାତ୍ର, ସହୀଦ ସ୍ମୃତି ସଂସଦ ରାଜ୍ୟ ଅଧ୍ୟକ୍ଷ ମୁନ୍ନା ତ୍ରିପାଠୀ, ଚିଫ୍ ଇଞ୍ଜିନିୟର ମହମ୍ମଦ ସାକୁର, ମାତୃ ଆଶ୍ରୟ ଆଶ୍ରମ ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ, ସମେତ ଅନେକ ପ୍ରତିଷ୍ଠିତ ଲୋକ, ଶହଶହ ଭକ୍ତ ଓ ଗଣଧ୍ୟାମ ପ୍ରତିନିଧି ଯୋଗ ଦେଇଥିଲେ ! ପ୍ରକାଶ ଥାଉକି ଏହି ଟ୍ରଷ୍ଟରେ ଦେବେନ୍ଦ୍ର ପାତ୍ର ସଭାପତି, ଜଗନ୍ନାଥ ବେହେରା ଉପସଭାପତି,ଦାଶରଥି ପଟ୍ଟନାୟକ ସମ୍ପାଦକ, ଯୁଧିଷ୍ଟିର ପରିଡ଼ା କୋଷାଧ୍ୟକ୍ଷ,ଶିବଶଙ୍କର ତ୍ରିପାଠୀ ସାଙ୍ଗଠନିକ ସମ୍ପାଦକ ସହିତ ରବୀନ୍ଦ୍ର ଭଞ୍ଜ ପଣ୍ଡା, ପ୍ରଭାତ ମହାନ୍ତି,ଏମ ଆନନ୍ଦ ରାଓ, କୈଳାଶ ଚନ୍ଦ୍ର ସୁବୁଦ୍ଧି, ନରେନ୍ଦ୍ର ନାୟକ,ବାଲ ଗୋପାଳ ପଟ୍ଟନାୟକ,ରାଜେନ୍ଦ୍ର ପ୍ରସାଦ ମହାପାତ୍ର, ସି.ଏଚ ଭେଙ୍କଟ ରାଓ, ସି.ଏଚ ଭାସ୍କର ରାଓ, କମଳ ଘୋଷ, ଦେବି ପ୍ରସାଦ ତ୍ରିପାଠୀ, ଜ୍ୟୋତିର୍ମୟ ମହାପାତ୍ର, ନୀଳକଣ୍ଠ ଭତ୍ରା,ରୀତା ସିକଦାର, ମନୋରମା ମାଝୀ, ହେମଲତା ମାଝି ଆଦି କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟ ସଦସ୍ୟାଙ୍କ ସହ ସୁନିଲ ମହାରଣା, ରିନାରାଣୀ ସାହୁ, ନର୍ମଦା ପାଣିଗ୍ରାହୀ, ସୁଚନ୍ଦା ଘୋଷ,ଏମ ଅନିତା ଆନନ୍ଦ, ପ୍ରମୁଖ ଉପସ୍ଥିତ ଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0