।।ଵିଶ୍ୱ ଯୋଗ ଦିବସ ପାଳିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ।।

Jun 21, 2024 - 12:21
 0  50
।।ଵିଶ୍ୱ ଯୋଗ ଦିବସ ପାଳିତ  ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ।।

ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ସ୍ଥିତ ନାରାୟଣ ହାଇସ୍କୁଲ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି।ଏହି ଦିବସରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କାଞ୍ଚନ ଷଡ଼ଙ୍ଗୀ ବିଭିନ୍ନ ପ୍ରକାର ଯୋଗାସନ କରିବା ଦ୍ୱାରା ସୁସ୍ଥ ଜୀବନ ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ କରିବାକୁ ବାର୍ତ୍ତା ଦେଇଛନ୍ତି।ବିଦ୍ୟାଳୟ ର ଏନସିସି ଅଫସର ଶ୍ରୀ ରଶ୍ମିରଞ୍ଜନ ମିଶ୍ର ଆଜିର ଦିବସ ରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତେ ପ୍ରାଣାୟମ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ ବୋଲି ବକ୍ତବ୍ୟ ରଖିଛନ୍ତି।ଏହି ଅବସର ରେ ୫୦ ଏନ୍ ସି ସି କ୍ୟାଡେଟ ଙ୍କ ସହ ୪୦୦ ରୁ ଅଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ର କ୍ରୀଡା ପ୍ରଶିକ୍ଷକ ଦାମୋଦର ସାହୁ ଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ଯୋଗ ଶିକ୍ଷା ଦିଆଯାଇଛି।ଆଜିର ଯୋଗ ଦିବସ ରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରଜ୍ଞା ପରମିତା ସାହୁ ,ପ୍ରଶାନ୍ତ ଦାସ,ଜନାର୍ଦ୍ଦନ ପରିଡ଼ା , ରୋଜାଲିନ ମିଶ୍ର ଙ୍କ ସହ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସାମିଲ ରହିଛନ୍ତି।

ନୟାଗଡ଼ ରୁ ବ୍ୟୁରୋ ଚିପ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ