।। ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ ।।

ନବରଙ୍ଗପୁର: ୧୪/୦୯/୨୦୨୪ ( ରଞ୍ଜିତନାୟକ ) ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସ୍ଥିତ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଉମରକୋଟ ଠାରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୁହ ଫୁଟବଲ ପ୍ରତିଯୋଗିତା ଅୟୋଜନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ! ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ଅତିରିକ୍ତଜିଲ୍ଲାପାଳ( ସାଧାରଣ )ମହେଶ୍ୱର ଚନ୍ଦ୍ର ନାଏକ, ଅତିରିକ୍ତ ଜିଲ୍ଲାପାଳ(ରେଭିନ୍ୟୁ )ନବୀନ ଚନ୍ଦ୍ର ନାଏକ ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ୍ ପ୍ରମୁଖ ଉପସ୍ଥିତ ଥିଲେ ! ପ୍ରାରମ୍ୱରେ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ !ଏଠାରେ ରାଜ୍ୟ ର ବିଭିନ୍ନ ଜିଲ୍ଲାରୁ ୩୧ ଗୋଟି ବାଳକ ଦଳ ଓ ୧୯ ଟି ବାଳିକା ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ! ଏହି ପ୍ରତିଯୋଗିତା ଉମରକୋଟ ସ୍ଥିତ ଏସ ଏସ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆସନ୍ତା ୧୮/୯/୨୦୨୪ ରୁ ୨୧/୯/୨୦୨୪ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ ! ଖେଳ ପରିଚାଳନା ନିମନ୍ତେ ରାଜ୍ୟ ସ୍ତରରୁ ସମୁଦାୟ ୬୨ ଜଣ ଅଭିଜ୍ଞ ପରିଚାଳକ ନିୟୋଜିତ ହୋଇଛନ୍ତି ! ଖେଳାଳି ଓ ପରିଚାଳକ ମାନେ କିଭଳି ସ୍ୱଚ୍ଛନ୍ଦରେ ରହିପାରିବେ ତା ପାଇଁ ୭ ଟି ବିଦ୍ୟାଳୟ ଓ ଅନ୍ୟାନ୍ୟ ରହଣୀ ସ୍ଥଳର ଚିହ୍ନଟ କରାଯାଇଛି ! ସେଭଳି ଖେଳାଳିମାନଙ୍କ ରହଣୀ ସ୍ଥଳ ରୁ ଖେଳ ପଡିଆ ,ଖାଦ୍ୟ ବ୍ୟବସ୍ଥା ଓ ଅନ୍ୟାନ୍ୟ ସୁବିଧା ବ୍ୟବସ୍ଥା କରାଯାଉଛି ! ଜିଲ୍ଲାପାଳ ଏହି ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତାର ସଫଳ ରୂପାୟନ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସ୍ଵମନ୍ନୟ ରକ୍ଷା କରି ପଦକ୍ଷେପ ନେବାକୁ କହିଥିଲେ !ପରିଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରେଶମଲାଲ ନାୟକ ଧନ୍ୟବାଦ ଦେଇଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






