।। ପୁଣି ବିହାରରେ ଗଣବଳାତ୍କାର ଉଦ୍ୟମ:ଅଭିଯୁକ୍ତ ଡାକ୍ତରଙ୍କ ଗୁପ୍ତାଙ୍ଗ କାଟିଦେଲେ ନର୍ସ ।।

Sep 15, 2024 - 09:04
 0  37
।। ପୁଣି ବିହାରରେ ଗଣବଳାତ୍କାର ଉଦ୍ୟମ:ଅଭିଯୁକ୍ତ ଡାକ୍ତରଙ୍କ ଗୁପ୍ତାଙ୍ଗ କାଟିଦେଲେ ନର୍ସ ।।

ପାଟନା,୧୩ା୯: କୋଲକାତାରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଉତ୍ତେଜନା ଲାଗିରହିଥିବାବେଳେ ବିହାରର ଏକ ଘରୋଇ ହସ୍ପିଟାଲରେ ଜଣେ ନର୍ସଙ୍କୁ ଗଣବଳାତ୍କାର ଉଦ୍ୟମ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଡାକ୍ତର ରହିଛନ୍ତି, ଯିଏ କି ଉକ୍ତ ହସ୍ପିଟାଲର ପ୍ରଶାସକ। ପୋଲିସ କହିବା ଅନୁଯାୟୀ, ସମସ୍ତିପୁର ଜିଲାର ଗଙ୍ଗାପୁରସ୍ଥିତ ଆର୍‌ବିଏସ୍‌ ହେଲ୍‌ଥ କେୟାର ସେଣ୍ଟରରେ ବୁଧବାର ରାତିରେ ଏହି ଘଟଣା ଘଟିଛି। ନର୍ସ ଜଣକ ଡ୍ୟୁଟି ସାରି ବାହାରୁଥିବାବେଳେ ହସ୍ପିଟାଲ ପ୍ରଶାସକ ଡାକ୍ତର ସଞ୍ଜୟ କୁମାର ଓ ଅନ୍ୟ ଦୁଇଜଣ ନିଶାଗ୍ରସ୍ତ ଅବସ୍ଥାରେ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ଗଣବଳାତ୍କାର ଉଦ୍ୟମରୁ ବର୍ତ୍ତିବା ପାଇଁ ନର୍ସ ଜଣକ ବ୍ଲେଡ୍‌ରେ ଉକ୍ତ ଡାକ୍ତରଙ୍କ ଗୁପ୍ତାଙ୍ଗ କାଟିଦେଇଥିଲେ। ସେ କୌଣସି ପ୍ରକାରେ ହସ୍ପିଟାଲରୁ ଖସିଆସି ପୋଲିସକୁ ଫୋନ୍‌ କରିଥିଲେ। ପୋଲିସ ଟିମ୍‌ ପହଞ୍ଚତ୍ ନର୍ସଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ଡାକ୍ତରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଅନ୍ୟ ୨ ଅଭିଯୁକ୍ତ ହେଲେ ସୁନୀଲ କୁମାର ଗୁପ୍ତା ଏବଂ ଅଓ୍ବଧେଶ କୁମାର। ନର୍ସଙ୍କୁ ବଳାତ୍କାର ଉଦ୍ୟମ ପୂର୍ବରୁ ସେମାନେ ହସ୍ପିଟାଲକୁ ଭିତରୁ ତାଲା ପକାଇଦେବା ସହ ସିସିଟିଭି କ୍ୟାମେରାକୁ ବନ୍ଦ ରଖିଥିଲେ। ପୋଲିସ ସେଠାରୁ ଅଧା ବୋତଲ ମଦ, ନର୍ସ ବ୍ୟବହାର କରିଥିବା ବ୍ଲେଡ୍‌, ରକ୍ତଭିଜା ପୋଷାକ ଏବଂ ୩ଟି ସେଲ୍‌ଫୋନ୍‌ ଜବତ କରିଛି।

ବ୍ୟୁର ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ