ନୂଆପଡ଼ାରେ ବିକାଶ ମେଳାର ସଫଳ ଆୟୋଜନ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

Jun 9, 2025 - 20:19
 0  12
ନୂଆପଡ଼ାରେ ବିକାଶ ମେଳାର ସଫଳ ଆୟୋଜନ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ନୂଆପଡ଼ା,: ଓଡିଶା ରାଜ୍ୟ ସରକାରଙ୍କ ଏକ ବର୍ଷପୂର୍ତ୍ତି ଉପଲକ୍ଷେ ନୂଆପଡ଼ା ଜିଲ୍ଲାରେ ମହାସମାରୋହରେ ବିକାଶ ମେଳା ସହିତ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବ l ଜୁନ୍ 12 ରୁ 18 ତାରିଖ ପର୍ଯ୍ଯନ୍ତ ଏହି ମେଳା ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବ l ଏହାର ସଫଳ ଆୟୋଜନ ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସଭାଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ସମସ୍ତ ବିଭାଗ ଆନ୍ତରିକ ପ୍ରୟାସ କରି ଜିଲ୍ଲାରେ ବିକାଶ ମେଳାକୁ ସମ୍ପୂର୍ଣ୍ଣ ସଫଳ କରିବା ସହିତ ଲୋକ ମାନଙ୍କ ପାଖରେ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ସମସ୍ତ ଉନ୍ନୟନ ଯୋଜନାର ବାର୍ତ୍ତା ପହଞ୍ଚାଇବେ l ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତଥା ଓଡିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଓରମାସ୍ ଆନୁକୁଲ୍ୟରେ ବିକାଶ ମେଳା ଏବଂ ପଲ୍ଲୀଶ୍ରୀ ମେଳା ର 25 ଟି ଷ୍ଟଲ୍ ଲାଗିବ l ମିଶନ ଶକ୍ତି ବିଭାଗ ପକ୍ଷରୁ ସୁଭଦ୍ରା ପାରମ୍ପରିକ ଖାଦ୍ୟ ଉତ୍ସବ ଓ ପ୍ରତିଯୋଗୀତା ଅନୁଷ୍ଠିତ ହେବ l ଜୁନ୍ 5 ତାରିଖରୁ ଜିଲ୍ଲାର ସବୁ ବ୍ଲକ ରୁ ପ୍ରଚାର ରଥ ବାହାରି ସବୁ ପଞ୍ଚାୟତ ବୁଲିବ l ସେଠାରେ ଯୋଗ୍ୟ ବ୍ୟକ୍ତି ମାନଙ୍କୁ ଆଧାର କାର୍ଡ, ଖାଉଟି କାର୍ଡ, ପି ଏମ୍ ବୟୋ ବନ୍ଦନା କାର୍ଡ, ଆୟୁଷ୍ମାନ ଭାରତ କାର୍ଡ, ଲେବର କାର୍ଡ, ସୁଭଦ୍ରା ଯୋଜନା, ପି ଏମ୍, ସି ଏମ୍ କିଷାନ କାର୍ଡ, କୃଷି କ୍ରେଡିଟ କାର୍ଡ ଇତ୍ୟାଦି ବିତରଣ ହେବ l 12 ତାରିଖ ଦିନ ମେଳା ଉଦ୍ଘାଟିତ ହେବ l ବିଭିନ୍ନ ଦିନ ବିଭିନ୍ନ ବିଭାଗ ସେମାନଙ୍କ ହିତାଧିକାରୀଙ୍କୁ କର୍ମଶାଳା ଓ ମେଳା ପ୍ରଦର୍ଶନ ପାଇଁ ଆଣିବେ l ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ l ସବୁଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ l ଏହି ସମୟରେ ରଜ ପର୍ବ ପଡୁଥିବାରୁ ରଜ ପିଠା, ପୋଡ଼ ପିଠା, ପାନ ପ୍ରଦର୍ଶନ ଓ ପ୍ରତିଯୋଗିତା ସହ ରଜଦୋଳିର ମଧ୍ୟ ବ୍ୟବସ୍ଥା କରାଯିବ l ଝିଅ ମାନଙ୍କ ମଧ୍ୟରେ ପୁଚି ଓ ପୁଅ ମାନଙ୍କ ମଧ୍ୟରେ କବାଡ଼ି ପ୍ରତିଯୋଗିତା ହେବ lସପ୍ତାହ ବ୍ୟାପୀ ବ୍ୟାପକ ବୃକ୍ଷରୋପଣ କରାଯିବ l ଆଜିର ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ସୁବାଷ ଚନ୍ଦ୍ର ରଇତ, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ , ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀଙ୍କ ସହିତ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ ଏବଂ ଲାଇନ୍ ବିଭାଗ ଅଧିକାରୀ ଯୋଗ ଦେଇଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ