।। ରାଜ୍ୟ ରେ ଧନ୍ଦା ମୁଳକ ଶିକ୍ଷା ୨୦୧୬ ମସିହା ରୁ ଆରମ୍ଭ ହୋଇ ଏଯାବତ୍ ବହୁତ୍ ସଫଳ ତା ର ସହ ଚାଲିଛି ।।

ଏହି ଶିକ୍ଷା ଦ୍ଵାରା ପିଲା ମାନଙ୍କ ର ମୌଳିକ,ବୌଦ୍ଧିକ ,ନୈତିକ , ବୈଷୟିକ ଓ ଗୁଣାତ୍ମକ ଜ୍ଞାନ ର ଉନ୍ନତି ଘଟିଛି ରାଜ୍ୟ ସରକାର ଙ୍କଦ୍ଵାରା ଏହି ଶିକ୍ଷା ରାଜ୍ୟ ରେ ପିଲାମାନଙ୍କ ର ରୋଜୋଗର ର ବାଟ ମଧ୍ୟ ଖୋଲି ଦେଇଛି । ପିଲା ମାନେ ସ୍ବାବଲମ୍ବୀ ମଧ୍ୟ ହୋଇ ପାରିଛନ୍ତି । ପରୀକ୍ଷା ରେ ପିଲା ମାନଙ୍କର ଭଲ ପ୍ରଦର୍ଶନ ମଧ୍ୟ ହୋଇଛି ଅଭିଭାବକ ଓ ପିଲା ମାନଙ୍କ ଙ୍କ ମହଲ ରେ ଏହି ଶିକ୍ଷା ପ୍ରତି ମଧ୍ୟ ବହୁତ୍ ଆଗ୍ରହ ସୃଷ୍ଟି ହୋଇ ପାରିଛି । ଆଜି ମାନ୍ୟବର ମନ୍ତ୍ରୀ ତାଙ୍କର ଟିମ୍ ସହିତ ଆମକୁ କଥା ଦେଇଛନ୍ତି ଆମ ଶିକ୍ଷା ର ଉନ୍ନତି ସହ ୨୧୨୨ ପ୍ରଶିକ୍ଷକ ମାନଙ୍କ ଉନ୍ନତି କିପରି ହୋଇ ପାରିବ ଯଥା ସମ୍ଭବ ଆମକୁ ସାହାଯ୍ୟ ଓ ତାଙ୍କର କର୍ତ୍ତବ୍ୟ କରିବେ । VOCATIONAL TEACHERS ASSOCIATION ଦ୍ୱାରା ମଧ୍ୟ OSEPA ରେ ଭେଟି ଏହି ପତ୍ରିକା ଉଚ୍ଚ ପଦାଧିକାରୀ ମାନଙ୍କ ସହିତ ଲୋକାର୍ପଣ କରାଯାଇଥିଲା ଓସିପା ର ସମସ୍ତ ପଦାଧିକାରୀ ଏହାକୁ ସାଧୁବାଦ୍ ଦେବା ସହ ଆମକୁ ଯଥା ସମ୍ଭବ ସହ ଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ତା ସହିତ ଓଡ଼ିଶାର ଓଷ୍ଟା ସଂଘ ର ସଭାପତି ଓ ସେକ୍ରେଟାରୀ ଓ ଅନ୍ୟ ପ୍ରତିନିଧି ମଣ୍ଡଳ ମଧ୍ୟ ଏହି ପତ୍ରିକା କୁ ନେଇ ଉତ୍ସାହ ର ସହ ସନ୍ତୋଷ ପ୍ରକାଶ କରିବା ସହ ଆମ ପ୍ରଶିକ୍ଷକ ଓ ଶିକ୍ଷା୍ ର ଉନ୍ନତି ପଥରେ ସମ୍ପୂର୍ଣ ଭାବେ ସାଙ୍ଗରେ ଠିଆ ହେବେ ବୋଲି ଆଶ୍ଵାସନା ଓ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଶିକ୍ଷା ଦ୍ଵାରା ପିଲା ମାନଙ୍କର ଭଲ ବାର୍ତ୍ତାଳାପ କରିବାରେ , କାର୍ଯ୍ୟ କରିବାର ଶୈଳୀ ଓ ସଂସ୍କାର ସମ୍ପୂର୍ଣ୍ଣ ହୋଇ ବାତା ବରଣ ସୃଷ୍ଟି ହୋଇ ପାରିଛି । ଆମ ପ୍ରିୟ ମୁଖ୍ୟ ମନ୍ତ୍ରୀ ଓ ୫ଟି ସଚିବ ଙ୍କ ଦ୍ଵାରା ୫ ଟି ବିଦ୍ୟାଳୟ ମାନଙ୍କରେ ୨୧୨୨ ଧନ୍ଦା ମୁଳକ ପ୍ରଶିକ୍ଷକ ମାନେ ବହୁ ପରିଶ୍ରମ କରି ବିଦ୍ୟାଳୟ ର ସମ୍ପୁର୍ଣ୍ଣ ବୈଷୟିକ, ଉନ୍ନତି ର ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ସମସ୍ତ ଶିକ୍ଷକ ଓ ଅଭିଭାବକ ମହଲ ରେ ଧନ୍ଦା ମୂଳକ ପ୍ରଶିକ୍ଷକ ଙ୍କ ର ସାଧୁବାଦ୍ ଓ ପ୍ରିୟ ହୋଇ ପାରିଛନ୍ତି । ଆଜି ପ୍ରଥମ ପତ୍ରିକା ପ୍ରାରମ୍ଭ ର ଉନ୍ମୋଚନ ଅବସରରେ ମାନ୍ୟବର ମନ୍ତ୍ରୀ ଙ୍କ ସହ VOCATIONAL TEACHERS ASSOCIATION ODISHA ର ସଭାପତି ଶ୍ରୀମତୀ ବନଜା ମହାନ୍ତି ,ସେକ୍ରେଟାରୀ ଦେବସ୍ମିତା ରାଉତ , ଶ୍ରୀମତୀ ରୋଜାଲିନ ମିଶ୍ର , ଗ୍ଲାସିଆସ ଦାସ ,ଯୋଗେଶ କୁମାର ସାହୁ ,ସତ୍ୟଜିତ ମହାନ୍ତି ,ଗୋପୀନାଥ ଓଝା ,ବିଶ୍ବମ୍ବର ପ୍ରଧାନ ବହୁ ଉତ୍କଣ୍ଠା ର ସହ ପତ୍ରିକା ଉନ୍ମୋଚନ କାର୍ଯ୍ୟକ୍ରମ ରେ ଯୋଗୋଦନ ଦେଇ ୨୧୨୨ ପ୍ରଶିକ୍ଷକ ମାନଙ୍କର ଆନୁଷଙ୍ଗିକ ଉନ୍ନତି ସହ ସ୍ଥାୟୀ ନିଯୁକ୍ତି ପାଇଁ ମାନ୍ୟବର ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ କଥା ରଖିଛନ୍ତି ମାନ୍ୟବର ଶିକ୍ଷା ମନ୍ତ୍ରୀ ମହୋଦୟ ପରିଶେଷରେ ଏ ପୁସ୍ତକ କୁ ନେଇ ପ୍ରଶିକ୍ଷକ/ ପ୍ରସିଖିକା ମାନଙ୍କ ମଧ୍ୟ ରେ ଆଗାମୀ ଦିନରେ ଧନ୍ଦାମୂଳକ ଶିକ୍ଷା ର ଶୁ ପ୍ରଭାବ ପରିଲିଖିତ ହେବ ବୋଲି ମତ ପ୍ରକାଶ କରିଛନ୍ତି ।
ଟିଟିଲାଗଡ଼ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






