ମୌଳିକ ସୁବିଧାରୁ ବଞ୍ଚିତ ଗରାଙ୍କାରି ଗ୍ରାମବାସୀ

Sep 2, 2026 - 15:29
 0  69
ମୌଳିକ ସୁବିଧାରୁ ବଞ୍ଚିତ ଗରାଙ୍କାରି ଗ୍ରାମବାସୀ

ଦାରିଙ୍ଗବାଡି ୨/୯/୦୨୬(ଫାଷ୍ଟ ନ୍ୟୁଜ ଓଡ଼ିଶା)ବିଶୁଦ୍ଧ ପାନୀୟ ଜଳ, ରାସ୍ତା ଓ ବିଦ୍ୟୁତ ଅପହଞ୍ଚ ବର୍ଷାରେ ନାଳ ପାର ହୋଇ ସ୍କୁଲ ଯାଉଛନ୍ତିଛାତ୍ରଛାତ୍ରୀ।ମୁଚୁଡ଼ିପଙ୍କା ଗ୍ରାମ ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଥିବା ଏହି ଗ୍ରାମକୁ କାହାର ନଜର ପଡୁନାହିଁ I ସ୍ଵାଧୀନତାର ୮୦ ବର୍ଷ ପରେ ବି ବିକାଶ ପହଞ୍ଚୁନି ଏହି ଗ୍ରାମକୁ ଦାରିଙ୍ଗବାଡ଼ି ବ୍ଳକର ଉପାନ୍ତ ଅଞ୍ଚଳରେ ବିକାଶ ଏବେ ବି ଅନେକଙ୍କ ପାଇଁ ସାତସପନା ସରକାରୀ ଯୋଜନା ଓ ବିକାଶର ଚମକ ମଧ୍ଯରେ ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି ଗରାଙ୍କାରୀ ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ, ଭଲ ରାସ୍ତା, ବିଦ୍ୟୁତ ଆଲୋକ, ଆବାସ ଓ ଶିକ୍ଷା ଭଳି ମୌଳିକ ଆବଶ୍ୟକତା ଏଠାରେ ଏବେ ବି ଅପହଞ୍ଚ ହୋଇ ରହିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସୋନପୁର ପଞ୍ଚାୟତର ଅଧୀନରେ ଥିବା ଏହି ଗ୍ରାମରେ ପ୍ରାୟ ୧୫ଟି ପରିବାରରେ ଲୋକେ ବସବାସ କରୁଛନ୍ତି। ସ୍ଥାନୀୟ ଲୋକଙ୍କ ଜୀବନଯାତ୍ରାକୁ ଦୁର୍ବିଷହ କରିଦେଇଛି। କାଦୁଅ ରାସ୍ତା ଭଲ ରାସ୍ତା ନଥିବାରୁ ଚାତ୍ର ଛାତ୍ରୀଙ୍କ ଶିକ୍ଷାରେ ବାଧାପ୍ରାପ୍ତ: ମୁଚୁଡ଼ିପଙ୍କା ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ରହିଛି ବିଦ୍ୟାଳୟଠାରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଏହି ଗରାଙ୍କାରି ଗ୍ରାମ ରହିଛି ହେଲେ ମୁଚୁଡ଼ିପଙ୍କା ବିଦ୍ୟାଳୟକୁ ଯିବା ପାଇଁ ରାସ୍ତାଟିଏ ନାହିଁ। ଫଳରେ ଛାତ୍ରଛାତ୍ରୀଙ୍କୁ କାଦୁଅ ପଚପଚ ରାସ୍ତାରେ ଓ ବିଲ ହିଡ଼ ଦେଈ ବିଦ୍ୟାଳୟ ଯିବାକୁ ପଡୁଛି। ଆଉ ବର୍ଷା ଦିନରେ ଏଟିକାର ସମସ୍ୟା ଆହୁରି ଗମ୍ଭୀର ହେଉଛି। କାଲି ସେତିକି ନୁହେଁ ଗ୍ରାମରେ ପାନୀୟ ଜଳ ସମସ୍ୟା ମଧ୍ୟ ଉତ୍କଟା ଗରାଙ୍କାରି ନିକଟରେ ଏକ ବିଲ ପାଖରେ ଗାତ ଖୋଳି ପାନୀୟ ଜଳ ବ୍ୟବହାର କରୁଛନ୍ତି ଏହା ଶୋଷ ମେଣ୍ଟାଇବା ପାଇଁ ଉପଯୋଗୀ ନୁହେଁ ବୋଲି ଗ୍ରାମବାସୀ କହିଛନ୍ତି। ଏଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତୀ ଦୃଷ୍ଟି ଦେଈ ସମସ୍ତ ସମସ୍ୟାକୁ ସମାଧାନ କରିବା ପାଈଁ ଗ୍ରାମବାସି ଦାବି କରିଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ