ଗାନ୍ଧୀ ଜୟନ୍ତୀରେ ଝାରସୁଗୁଡ଼ା ବନ ବିଭାଗ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ:'ଏକ ପେଡ୍ ମାଁ କେ ନାମ' ଅଭିଯାନରେ ସାମିଲ ହେଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ

Oct 2, 2026 - 21:09
 0  2
ଗାନ୍ଧୀ ଜୟନ୍ତୀରେ ଝାରସୁଗୁଡ଼ା ବନ ବିଭାଗ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ:'ଏକ ପେଡ୍ ମାଁ କେ ନାମ' ଅଭିଯାନରେ ସାମିଲ ହେଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ

*ଝାରସୁଗୁଡ଼ା, ୦୨/୧୦(ଫାଷ୍ଟ ନ୍ୟୁଜ ଓଡ଼ିଶା):* ଗାନ୍ଧୀ ଜୟନ୍ତୀ ଅବସରରେ ଝାରସୁଗୁଡ଼ା ବନ ରେଞ୍ଜ ପକ୍ଷରୁ ପରିବେଶ ସୁରକ୍ଷା ତଥା ସବୁଜିମା ବୃଦ୍ଧି ଲକ୍ଷ୍ୟରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କୁମୁଡ଼ାପାଲି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଗହଣରେ ବୃକ୍ଷରୋପଣ କରାଯାଇ ପିଲାମାନଙ୍କୁ ପ୍ରକୃତିର ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା। ବିଦ୍ୟାଳୟ ପରିସରକୁ ସବୁଜ ସୁନ୍ଦର କରିବା ସହ ପ୍ରତ୍ୟେକ ଶିଶୁ ଗୋଟିଏ ଲେଖାଏଁ ଗଛ ଲଗାଇ ତାର ଯତ୍ନ ନେବା ପାଇଁ ଏହି ଅବସରରେ ସଂକଳ୍ପ ନିଆଯାଇଥିଲା। ସେହିପରି ଦେଶବ୍ୟାପୀ ଆହ୍ୱାନ 'ଏକ ପେଡ୍ ମାଁ କେ ନାମ' ଅଭିଯାନ ଅଧୀନରେ ତାଳମାଲ ଗ୍ରାମ୍ୟ ଜଙ୍ଗଲ ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ମା’ଙ୍କ ସମ୍ମାନାର୍ଥେ ତଥା ଆଗାମୀ ପିଢ଼ିର ସୁରକ୍ଷା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ, ବନ ବିଭାଗର କର୍ମଚାରୀବୃନ୍ଦ, ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସ୍କୁଲ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ସମସ୍ତେ ମିଳିମିଶି ଫଳପ୍ରଦ ତଥା ଔଷଧୀୟ ବୃକ୍ଷର ଚାରା ରୋପଣ କରିବା ସହ ଜଙ୍ଗଲ ସଂରକ୍ଷଣ ଓ ପରିବେଶର ଭାରସାମ୍ୟ ରକ୍ଷା ଦିଗରେ ନିରନ୍ତର ଯତ୍ନବାନ ରହିବାକୁ ଶପଥ ଗ୍ରହଣ କରିଥିଲେ।

ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ