ରାଇରଙ୍ଗପୁର ଡାକମଣ୍ଡଳ ପକ୍ଷରୁ ସ୍ପର୍ଶ ଛାତ୍ରବୃତ୍ତି ଓ କର୍ମଚାରୀ ପୁରସ୍କାର ଘୋଷଣା

Nov 22, 2026 - 08:33
 0  5
ରାଇରଙ୍ଗପୁର ଡାକମଣ୍ଡଳ ପକ୍ଷରୁ ସ୍ପର୍ଶ ଛାତ୍ରବୃତ୍ତି ଓ କର୍ମଚାରୀ ପୁରସ୍କାର ଘୋଷଣା

ବାରିପଦା ତା 21/11 ରାଇରଙ୍ଗପୁର ଡାକ ମଣ୍ଡଳ ପକ୍ଷରୁ ୨୦୨୬-୨୭ ବର୍ଷ ପାଇଁ ସ୍ପର୍ଶ ଛାତ୍ରବୃତ୍ତି ଏବଂ ଶ୍ରେଷ୍ଠ ପ୍ରଦର୍ଶନକାରୀ କର୍ମଚାରୀଙ୍କ ପୁରସ୍କାର ତାଲିକା ଘୋଷଣା କରାଯାଇଛି। ସ୍ପର୍ଶ ଛାତ୍ରବୃତ୍ତିର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ରାଇରଙ୍ଗପୁର ଡାକ ମଣ୍ଡଳର ଦୁଇଜଣ ଛାତ୍ର ବହଳଦା ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ସୁଦାମ ମୁର୍ମୁ ଏବଂ ଦଶରଥ ମୁର୍ମୁ ମନୋନୀତ ହୋଇଛନ୍ତି। ସେହିପରି ଡାକ ବିଭାଗରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ବିଭିନ୍ନ ବର୍ଗରେ ଶ୍ରେଷ୍ଠ କର୍ମଚାରୀ ଭାବରେ ସୌରଭ କୁମାର ଘଣା, ଅସେନିକା ବେହେରା, ଶ୍ରଦ୍ଧାଞ୍ଜଳି ରାଉତ, ଯଶୋଦା ମହାନ୍ତ, ଶ୍ରବଣ କୁମାର ସୋରେନ, ମିନତୀ ମହାନ୍ତ, ରଘୁନାଥ ଗାଗରାଇ, ରଞ୍ଜିତ ମହାନ୍ତି, ଅଶୋକ କୁମାର ଦେ, ସମର ପାଲ ସତ୍ରୀ କଣ୍ଡାଙ୍ଗକେଲ, ରାଜା ନାଥ, ପ୍ରଭାସ କୁମାର ପଣ୍ଡା ମନୋନୀତ ହୋଇଛନ୍ତି. ସେହିପରି ଶ୍ରେଷ୍ଠ ସବ-ଡିଭିଜନ ଭାବରେ ବାଙ୍ଗିରିପୋଷି ସବ-ଡିଭିଜନମନୋନୀତ ହୋଇଥିବାର ରାଇରଙ୍ଗପୁର ଡାକ ମଣ୍ଡଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ