ଝିଅର ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜନ କରି ରକ୍ତଦାନ କଲେ ସମାଜସେବୀ ଅମର ସେଠି

Nov 22, 2026 - 21:44
 0  5
ଝିଅର ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜନ କରି ରକ୍ତଦାନ କଲେ ସମାଜସେବୀ ଅମର ସେଠି

ବାରିପଦା - ତା :-୨୨/୧୧/୨୬ ରିଖ ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ସମାଜସେବୀ ଅମର କୁମାର ସେଠିଙ୍କ ଝିଅ ଆୟେଷାଙ୍କ ଜନ୍ମଦିନ ଅବସରରେ ଆର କେ ଫାଉଣ୍ଡେସନ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ଏମ ସି ସି ବ୍ୟାଙ୍କ ସଭାପତି ସୁବ୍ରମନିୟମ ମହାନ୍ତି, ଉପ ନଗରପାଳ ସୀମା ଦାସ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ଝିଅର ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜନ କରିବାର ପଦକ୍ଷେପର ପ୍ରଶଂସା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଶ୍ରାବଣୀ ଦାସ, ବାର ଏସୋସିଏସନର ଉପସଭାପତି ସତ୍ୟବ୍ରତ ଦାଶ, ମନୀଷ ଖଣ୍ଡେଲୱାଲ, ଗୌରବ ମୋଦି, ଦିବ୍ୟାଙ୍ଗ ମହାସଙ୍ଘର ସଭାପତି ଅରୁଣ ବେହେରା, ସମାଜସେବୀ ସୋମନାଥ ସିଂହ, କାଉନସିଲର ଅନନ୍ତ ଦାସ, ଦେବାଶିଷ ପାତ୍ର, ନିରୁପମା ମହାନ୍ତି, ପ୍ରଭାତୀ ପୃଷ୍ଟି, ଗୀତା ସିଂ, ଦୀପ୍ତି ପଟ୍ଟନାୟକଙ୍କ ସମେତ ଅରୁଣ ବରାଡ଼, ଶେକ ରାଜା ଖାନ, ଜୟଶ୍ରୀ ଜେନା ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ଏହି ଶିବିରରେ ଆୟେଷାଙ୍କ ପିତା ଅମର କୁମାର ସେଠି, ଭାଇ ଅବିନାଶ ସେଠିଙ୍କ ସମେତ ୫୦ ଜଣ ରକ୍ତଦାନ କରିଥିଲେ I ଓଡିଶା ରକ୍ତକେନ୍ଦ୍ର, ବାରିପଦାର ମେଡିକାଲ ଅଫିସର ଡ଼. ନୀଲେଶ ଦାସଙ୍କ ନେତୃତ୍ୱରେ ପୁଣ୍ଡାରୀକକ୍ଷ ଦାସ, ପାର୍ଥସାରଥୀ ମହାନ୍ତ, ଶକୁନ୍ତଳା ମହାନ୍ତ, ଛବି ମହାନ୍ତ, କରୁଣାକର ଜେନା ରକ୍ତ ସଂଗ୍ରହ କରିଥିଲେ I ଦୀପକ ମିଶ୍ର, ମଙ୍ଗଲ ହାଁସଦା, କିଚକ ବେହେରା, କ୍ଷୀରୋଦ ଭୂୟାଁ, ମିଲନ ସ୍ୱାଇଁ, ସରୋଜ ମହାପାତ୍ର, ସୋନାଲି ମିଶ୍ର, ଭଗବତୀ ଭୂୟାଁ, ହୋପ୍ସ ଫାଉଣ୍ଡେସନ ଶିବିର ପରିଚାଳନାରେ ସହଯୋଗ କରିଥିଲେ I ଏହି ଅବସରରେ ବିବ୍ୟାଙ୍ଗ ମହାସଂଘ, ମୟୁରଭଞ୍ଜ ତରଫରୁ ଦିବ୍ୟାଙ୍ଗଜନଙ୍କୁ ହୁଇଲ ଚେୟାର, ଆଶାବାଡି ପ୍ରଦାନ କରାଯାଇଥିଲା I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ