ବୁଟିଗୁଡ଼ାଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଆଦର୍ଶ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ
*ମାଲକାନଗିରି, ୦୭/୧୧:* ସ୍ଥାନୀୟ ବୁଟିଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଏବଂ ପି.ଏମ୍. ଶ୍ରୀ ଉଚ୍ଚ ବିଦ୍ୟାଳୟ ଆଦର୍ଶ ସଂସଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ନରସିଂହ ମାଡକାମୀ ଏବଂ ମୁଖ୍ୟ ବକ୍ତା ଭାବେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗ ଦେଇଥିଲେ। ସେହିପରି ବରେଣ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଓ ଭାଗୀରଥି ବେହେରା, ମାଲକାନଗିରି ବିଇଓ ମମତା ସୟ, କାଲିମେଳା ବିଇଓ ରମେଶ ବାରୋଇ, କୋରକୁଣ୍ଡା ବିଇଓ ଅସୀତ ମିସ୍ତ୍ରୀ ଏବଂ ଚିତ୍ରକୋଣ୍ଡା ବିଇଓ ଗାୟତ୍ରୀ ଦେବୀ ପ୍ରମୁଖ ଉପସ୍ଥିତ ରହି ଶିଶୁ ପ୍ରତିଭାମାନଙ୍କୁ ମାର୍ଗଦର୍ଶନ ତଥା ପ୍ରେରଣା ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ଉଦ୍ଯାପନୀ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତି ଭୋଇ ଓ ଶ୍ରୀ ବେହେରା, ଖଇରପୁଟ ଓ ପଡିଆ ବିଇଓ , ସମଗ୍ର ଶିକ୍ଷା ମାଲକାନଗିରିର ଜିଲ୍ଲା ଯୋଜନା ସଂଯୋଜିକା ବିଜୟ ଲକ୍ଷ୍ମୀ ଚୌଧୁରୀ ଏବଂ ଜିଲ୍ଲା ଶୈକ୍ଷିକ ସଂଯୋଜକ ଶେଷ ଶଙ୍କର ମହାଲିକ ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନେ ଆସନ୍ତା ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ, ଆଦର୍ଶ ସଂସଦ କାର୍ଯ୍ୟକ୍ରମକୁ ଶିକ୍ଷକ ଦେବରାଜ ସେଠୀ ସଂଯୋଜନା ଓ ପରିଚାଳନା କରିଥିଲେ। ସେହିପରି ଶିଶୁ ମହୋତ୍ସବ ସୁରଭିକୁ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସେନାପତି ଏବଂ ଶିକ୍ଷକ ସଂଗ୍ରାମ କୁମାର ତ୍ରିପାଠୀ ସଂଯୋଜନା ଓ ପରିଚାଳନା କରିଥିଲେ। ଏହି ସମଗ୍ର ଆୟୋଜନରେ ସମଗ୍ର ଶିକ୍ଷା ମାଲକାନଗିରିର ଶୈକ୍ଷିକ ପରାମର୍ଶଦାତା ସୀତାରାମ ଗୌଡ଼, ଅନ୍ୟ ସମସ୍ତ କର୍ମଚାରୀ ତଥା ବୁଟିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0