'ଯେ କର୍ମ ଘେନି ଧନ୍ୟ ସେ ଧନୀ'ଗୋପବନ୍ଧୁ ଭବନରେ ମାସିକ ସନ୍ଥ ଦିବସ ପାଳିତ:ବୁଦ୍ଧ ଜୟନ୍ତୀକୁ ବାର୍ଷିକ ସନ୍ଥ ଦିବସ ଭାବେ ପାଳନ ଦାବି

Oct 25, 2026 - 20:13
 0  5
'ଯେ କର୍ମ ଘେନି ଧନ୍ୟ ସେ ଧନୀ'ଗୋପବନ୍ଧୁ ଭବନରେ ମାସିକ ସନ୍ଥ ଦିବସ ପାଳିତ:ବୁଦ୍ଧ ଜୟନ୍ତୀକୁ ବାର୍ଷିକ ସନ୍ଥ ଦିବସ ଭାବେ ପାଳନ ଦାବି

ବାରିପଦା, (୨୫/୧୦) ତପୋଭୂମି ଭାରତବର୍ଷର ନାମ ଅତୀତରେ ଅଜନାଭ, ହିମବର୍ଷ, ଜମ୍ବୁଦ୍ୱୀପ ଓ ଆର୍ଯ୍ୟାବର୍ତ୍ତ ଥିଲା, ଯାହା ମୁନିଋଷି ତଥା ସିଦ୍ଧ ସନ୍ଥମାନଙ୍କ ପ୍ରଭାବ ପାଇଁ ପରିଚିତ। ସେମାନଙ୍କ ତ୍ୟାଗରୁ ମୁହଁ ନ ଫେରାଇ ଦେଶରେ ବହୁ ଦିବସ ପାଳନ ହେଉଥିବା ବେଳେ ବୁଦ୍ଧ ଜୟନ୍ତୀକୁ ବାର୍ଷିକ ସନ୍ଥ ଦିବସ ରୂପେ ପାଳନ କରାଯିବାକୁ ସଦ୍‌ଭାବନା ସମିତି ମହାମହିମ ରାଷ୍ଟ୍ରପତିଙ୍କ ଠାରେ ଦାବି କରିଛି। ସାମାଜିକ ବିଷାଦ ବିରୋଧୀ ଆନ୍ଦୋଳନର ପ୍ରମୁଖ ସଂଗଠନ ସଦ୍‌ଭାବନା ସମିତି ଆନୁକୂଲ୍ୟରେ ୫୬୮ତମ ମାସିକ ସନ୍ଥ ଦିବସ ପୂର୍ଣ୍ଣିମା ତିଥିରେ ସ୍ଥାନୀୟ ଗୋପବନ୍ଧୁ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। କୋଷାଧ୍ୟକ୍ଷ ସନ୍ଦୀପ କୁମାର ଚାନ୍ଦଙ୍କ ପୌରୋହିତ୍ୟ ସଭାରେ ଏ ମାସରେ ଭୂମିଷ୍ଠ ମହର୍ଷି ବାଲ୍ମୀକି, ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ ସହ ସମିତି ଦ୍ୱାରା ସ୍ଥାପିତ ଓଁକାର ପ୍ରତୀକ ଠାରେ ପବିତ୍ର ଗୀତା, ବାଇବେଲ୍ ଓ କୋରାନ ପୂଜନ କରାଯାଇଥିଲା। ଏ ମାସରେ ‘ପାପ ପୁଣ୍ୟର ହିସାବ ଖାତା ନିଜ ପାଖରେ’ ପ୍ରସଙ୍ଗ ରଖାଯାଇଥିଲା। ସମିତିର ପ୍ରତିଷ୍ଠାତା ମାନବ ଧର୍ମର ମାନ୍ତ୍ରିକ ଧର୍ମରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ କହିଥିଲେ ଯେ, ଲକ୍ଷେ ଜନମର ତପସ୍ୟା ଥିଲେ ବେରୋଜଗାରୀଙ୍କୁ ଦାନା କନା ଯୋଗାଇ ଦେଇ ମହିମ୍ନ ଅନ୍ନଦାତା ହେବାର ଯୋଗ୍ୟତା ଆସେ ଏବଂ ଏହା କେବଳ ଭୂମିରେ ଭୂମାମାନଙ୍କ ଦ୍ୱାରା ସମ୍ଭବ। ସେବକ ଶୋଷକ ନୁହେଁ, ବରଂ ‘ଯେ କର୍ମ ଘେନି ଧନ୍ୟ ସେ ଧନୀ’ ବକ୍ତବ୍ୟ ସ୍ଥାନ ପାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରଫେସର ବିଚିତ୍ରାନନ୍ଦ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବର୍ଷିୟାନ ସାମ୍ବାଦିକ ଡ ବିଜୟ କୁମାର ଅଗ୍ରଓ୍ବାଲା, ନନ୍ଦ କୁମାର ମହାପାତ୍ର, ଡ ଶଶୀଧର ବିଶ୍ବାଳ, ପ୍ରାଧ୍ୟାପକ ସୁନୀଲ କୁମାର ଜେନା, ରାଜେନ୍ଦ୍ର କୁମାର ସାମଲ, କୈବଲ୍ୟ ପ୍ରସାଦ ମହାପାତ୍ର ଏବଂ ଏସ କେ ନିଜାମ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ପାଦକ ମାନସ ରଞ୍ଜନ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସତ୍ୟାନନ୍ଦ ସେଜପଡା ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ