ଡାମେରିକିଆରେ ତିନି ଦିନ ହେଲା ବିଦ୍ୟୁତ୍ ସେବା ବିଚ୍ଛିନ୍ନ ଗ୍ରାମ ବାସି ହନ୍ତସନ୍ତ
କ.ନୂଆଗାଁ ୨୩/୧୦/୦୨୬(ଫାଷ୍ଟ ନ୍ୟୁଜ ଓଡ଼ିଶା)କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର କୁଡୁତୁଲି ପଞ୍ଚାୟତ ଅନ୍ତର୍ଗତ ଡାମେରିକିଆ ଅଞ୍ଚଳ ଗତ ତିନି ଦିନ ହେଲା ବିଦ୍ୟୁତ୍ ସରବରାହ ନଥିବାରୁ ହନ୍ତସନ୍ତ ହେଉଥିବା ଜଣାପଡ଼ିଛି।ଏହି ଅଞ୍ଚଳ ୧୧ କେଭି ବିଦ୍ୟୁତ୍ ସରବରାହ ଡାମେରିକିଆ, ବୁଡାବାଲି,ପ୍ରେମାକିଆ ଓ ମାରବାଲି ଭଳି ବିଭିନ୍ନ ଓ୍ଵାର୍ଡର ଲୋକମାନଙ୍କୁ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଉଥିବା ବେଳେ ଏବେ ଗତ ତିନି ଦିନ ହେଲା ବିଦ୍ୟୁତ୍ ସେବାରୁ ବଞ୍ଚିତ ରହିଛନ୍ତି।ସେ ଅଞ୍ଚଳର ବିଦ୍ଯୁତ ଗ୍ରାହକ ମାନଙ୍କ ଅଭିଯୋଗ ପ୍ରକାରେ ସାରଙ୍ଗ ଗଡ଼ - ଡାମେରିକିଆ ମୂଖ୍ୟ ରାସ୍ତା କଡ଼ରେ ପୋତା ଯାଇଥିବା ବିଦ୍ୟୁତ ତାର ସିମେଣ୍ଟ ପୋଲକୁ ରାତିରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଭାଙ୍ଗି ଯାଇଥିଲା।ଏ ସମ୍ପର୍କରେ ଗ୍ରାମବାସୀ ପକ୍ଷରୁ ବିଦ୍ଯୁତ ବିଭାଗକୁ ଅବଗତ କରାଇଥିଲେ। ହେଲେ ଆଜି ସୁଦ୍ଧା କେବଳ ଖୁଣ୍ଟ ପୋତା ଯାଇଥିବା ବେଳେ ଗ୍ରାହକ ମାନଙ୍କୁ ବିଦ୍ୟୁତ ସେବା ମିଳି ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି।ଏ ଅଞ୍ଚଳର ବିଭିନ୍ନ ଗ୍ରାମର ପ୍ରାୟ ୨୦୦ ରୁ ଉର୍ଦ୍ଧ ବିଦ୍ୟୁତ ଗ୍ରାହକ ସେବା ନପାଇ ହନ୍ତସନ୍ତ ଭୋଗୁଥିବା ଅଭିଯୋଗ କରିଛନ୍ତି। ସଧାରଣ ଜନତାଙ୍କ ଜରୁରୀ କାଳୀନ ଅସୁବିଧାକୁ ନେଇ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0