ମୟୁରଭଞ୍ଜ ଜିଲ୍ଲାର ଉନ୍ନତି ନିମନ୍ତେ ପ୍ରସସ୍ତ ଗମନାଗମନ ର ଆବଶ୍ୟକତା।ଜାତୀୟ ରାଜପଥ ମରାମତି ନେଇ ଦାବି।

Oct 12, 2026 - 12:06
 0  6
ମୟୁରଭଞ୍ଜ ଜିଲ୍ଲାର ଉନ୍ନତି ନିମନ୍ତେ ପ୍ରସସ୍ତ ଗମନାଗମନ ର ଆବଶ୍ୟକତା।ଜାତୀୟ ରାଜପଥ ମରାମତି ନେଇ ଦାବି।

କରଞ୍ଜିଆ,୧୧/୧୦:କୌଣସି ଅଞ୍ଚଳ ର ବିକାଶ ନିମନ୍ତେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଗମନା ଗମନ ବା ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ରାସ୍ତା। ଯେଉଁ ଅଂଚଳ ର ଗମନା ଗମନ ଯେତେ ସହଜ ଓ ସୁରକ୍ଷିତ ସେହି ଅଞ୍ଚଳ ସେତେ ବିକଶିତ ହେଇଥାଏ ।ମାତ୍ର ମୟୁରଭଞ୍ଜ ଜିଲ୍ଲାରେ ୧୮ନମ୍ବର ଚେନ୍ନାଇ କଲିକତା,୪୯ନମ୍ବର ମୁମ୍ବାଇ ଠାରୁ କଲିକତା ଏବଂ ୨୨୦ନମ୍ବର ରାଞ୍ଚି ଠାରୁ ବିଜୟୱାଡା ଆଦି ଦେଶର ଜୀବନରେଖା ଭଳି ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ ରହିଥିବା ବେଳେ ଜିଲ୍ଲା ରେ ଯାହାର ସ୍ଥିତି ସମ୍ପୂର୍ଣ୍ଣ ଲୋପ ପାଇଯିବା ଭଳି ହୋଇଥିବାବେଳେ କେନ୍ଦ୍ରସରକାର ବାଲେଶ୍ବର ଜିଲ୍ଲାର ଶେରଗଡ଼ ଠାରୁ ଝରଣଘାଟି ପର୍ଯ୍ୟନ୍ତ ଜାତୀୟ ରାଜପଥ ନିର୍ମାଣ କରାଯିବା ପାଇଁ ତତ୍ପରତା ଦେଖାଇଥିବା ବେଳେ ଉକ୍ତ ରାସ୍ତା କୁ ସମ୍ପ୍ରସାରଣ କରାଯାଇ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ର ସିଙ୍ଗଡ଼ା ଠାରେ ୪୯ନମ୍ବର ଜାତୀୟ ରାଜପଥ ସହ ସଂଯୋଗ ନିମନ୍ତେ ବିଭିନ୍ନ ମହଲରେ ଦାବି ପ୍ରକାଶ ପାଇଛି।ଯଦି ଏହା ସଂଯୋଗ କରାଯାଏ ତେବେ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା,ଶରତ,ଠାକୁରମୁଣ୍ଡା,କରଞ୍ଜିଆ ଅଞ୍ଚଳ ର ଗମନାଗମନ ରେ ଉନ୍ନତି ହେବା ସହ ଅଞ୍ଚଳ ବହୁଳ ବିକାଶ ଘଟିବା ସହିତ ବ୍ୟବସାୟ ତଥା ଅର୍ଥନୈତିକ ଉନ୍ନତି ଘଟିବା ସହିତ ପର୍ଯ୍ୟଟନ ର ବିକାଶ ମଧ୍ୟ ହୋଇ ପାରିବ ବୋଲି ପାଞ୍ଚପିଢ଼ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ କର୍ମଚାରୀ ସଂଘ ଏବଂ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଦାବି କରାଯାଇଛି ।ବିଭିନ୍ନ ସମୟରେ ସରକାରଙ୍କ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା କୁ ସବୁ କ୍ଷେତ୍ରରେ ଉପେକ୍ଷିତ କରାଯାଉଥିବା ବେଳେ ଉପଖଣ୍ଡ ର ଠାକୁରମୁଣ୍ଡା ବ୍ଲକ ର ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳୀ ଶୁକ୍ରୁଳି ବ୍ଲକ ର ଖିଚିଂ ଭଳି ଆହୁରି ପର୍ଯ୍ୟଟନ ସ୍ଥଳୀ ର ବିକାଶ ନିମନ୍ତେ ବିଭିନ୍ନ ଆଲୋଚନା ଓ ଘୋଷଣା ପରେ ମଧ୍ୟ ବିକାଶ ଧାରା ଶୁନ୍।ତେଣୁ ଏହି ଗମନାଗମନ କୁ ସହଜ କରିବା ସରକାର ପ୍ରାଥମିକତା ଦେବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ମାନ୍ୟବର ସାଂସଦ ମୟୂରଭଞ୍ଜ ଏବଂ କେନ୍ଦୁଝର ଙ୍କୁ ପାଞ୍ଚପିଢ଼ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ସଭାପତି ଡା: ସତ୍ୟେନ୍ଦ୍ର ନାଥ ଦାସ,ଶ୍ରୀଯୁକ୍ତ ସର୍ବେଶ୍ଵର ମିଶ୍ର,ଶ୍ରୀଯୁକ୍ତ ଗୋପାଲ ଅଗରୱାଲl, ଶ୍ରୀଯୁକ୍ତ ଅଭିମନ୍ୟୁ ତ୍ରିପାଠୀ, ଗୌରୀ ଶଙ୍କର ସିହ୍ନା, କାବୁଲ ଚନ୍ଦ୍ର ରାଉଳ, ନଳିନୀ ଚନ୍ଦ୍ର ଘଣା, ଭରତ ଚନ୍ଦ୍ର ଦାଶ,ମନମୋହନ ମହାନ୍ତ,ଶ୍ରୀମତୀ ସବିତା ମହାନ୍ତି,ରାଧିକା ବାରିକ,ପ୍ରମୁଖ ଦୃଢ ନିବେଦନ କରିଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ