ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ବାର୍ଷିକ ଅଧିବେସନ:ବଜେଟ, ଅଡିଟ ରିପୋର୍ଟ ଓ ଲାଭାଂଶ ବଣ୍ଟନ ନେଇ ଅନୁମୋଦନ
ବାରିପଦା ତା 26/9 ( ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଲିମିଟେଡର ୭୪ତମ ବାର୍ଷିକ ସାଧାରଣ ଅଧିବେସନ ଶୁକ୍ରବାର ବାରିପଦାସ୍ଥିତ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କର ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଭାରପ୍ରାପ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ବଡ଼ଜେନା ୭୩ତମ ବାର୍ଷିକ ସାଧାରଣ ସଭାର ବିବରଣୀ ପାଠ ପରେ ନାବାର୍ଡ ତାଲିକାଭୁକ୍ତ ଚାଟାର୍ଡ ଆକାଉଣ୍ଟାଣ୍ଟ ନିଯୁକ୍ତି, ୨୦୨୫-୨୬ ଆର୍ଥିକ ବର୍ଷର ଅଡିଟ ରିପୋର୍ଟ ଏବଂ ଅତିରିକ୍ତ ବଜେଟ, ବ୍ୟାଙ୍କ ଓ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଦ୍ୱାରା ଅନୁମୋଦିତ ବାର୍ଷିକ ବଜେଟ, ଆରବିଆଇ ଅନୁମୋଦିତ ସରକାରୀ ସିକ୍ୟୁରିଟିରେ ଏସଏଲଆର ପାଣ୍ଠି ନିବେଶ, ବ୍ୟାଙ୍କର ଉପବିଧି ସଂଶୋଧନ ଏବଂ ୨୦୨୫-୨୬ ଆର୍ଥିକ ବର୍ଷର ଲାଭାଂଶ ବଣ୍ଟନ ନେଇ ମଧ୍ୟ ଆଲୋଚନା କରାଯାଇ ଅନୁମୋଦନ କରାଯାଇଥିଲା। ଏହି ଅବସରରେ ଉପନିବନ୍ଧକ, ସମବାୟ ସମିତିସମୂହ ଅଶୋକ କୁମାର ପାଣି, ଉପସଭାପତି ପଙ୍କଜିନୀ ନାୟକ, ଉପମହାପ୍ରବନ୍ଧକ ପ୍ରକାଶ ଚନ୍ଦ୍ର ବାରିକ ଯୋଗଦେଇ ସମବାୟ ବ୍ୟବସ୍ଥାର ବିକାଶରେ ସମବାୟ ବ୍ୟାଙ୍କର ଭୂମିକା ସମ୍ପର୍କରେ ମତ ରଖିଥିଲେ. ସଭାପତି ସୁବ୍ରମଣ୍ୟମ ମହାନ୍ତି ବ୍ୟାଙ୍କର ସାମଗ୍ରିକ ବିକାଶ ଓ ଆର୍ଥିକ ସୁଦୃଢ଼ତା ସହ ଗ୍ରାହକ ସେବାର ଉନ୍ନତି ପାଇଁ ଅଂଶୀଦାର ସମବାୟ ସମିତି, ନିର୍ଦ୍ଦେଶକ, ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ଆବଶ୍ୟକ ବୋଲି କହିଥିଲେ. ସଭାରେ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ, ଚାଟାର୍ଡ ଆକାଉଣ୍ଟାଣ୍ଟ ଅଭିଜିତ କୁମାର ରାମଙ୍କ ସମେତ ଅଂଶୀଦାର ଓ ଅନୁବନ୍ଧିତ ସମବାୟ ସମିତିର ପ୍ରତିନିଧି, ପ୍ରଶାସକ ଏବଂ ଅଧିକାରୀ ମାନେ ଯୋଗ ଦେଇଥିବା ବେଳେ ଉପମହାପ୍ରବନ୍ଧକ ପ୍ରକାଶ ଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0