।। ମାଲକାନଗିରି ଜିଲ୍ଲାର ବିକାଶ୍ ପାଇଁ ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ରେ ୧ କୋଟି ୬ ଲକ୍ଷ ଟଙ୍କାର ସାଂସଦ ପାଣ୍ଠି ଅନୁଦାନ ମାନ୍ୟବର ସାଂସଦ ରମେଶ ଚନ୍ଦ୍ର ମାଝୀ ପ୍ରଦାନ କରିଛନ୍ତି ।।

May 18, 2023 - 19:09
 0  47
।। ମାଲକାନଗିରି ଜିଲ୍ଲାର ବିକାଶ୍ ପାଇଁ ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ରେ ୧ କୋଟି ୬ ଲକ୍ଷ ଟଙ୍କାର ସାଂସଦ ପାଣ୍ଠି ଅନୁଦାନ ମାନ୍ୟବର ସାଂସଦ ରମେଶ ଚନ୍ଦ୍ର ମାଝୀ ପ୍ରଦାନ କରିଛନ୍ତି  ।।

ବିକାଶର ନୂଆ ରାସ୍ତାରେ ଆଗକୁ ବଢୁଛି ମାଲକାନଗିରି ଜିଲ୍ଲା। ଲୋକଙ୍କ ସୁବିଧା ତଥା ଜିଲ୍ଲାର ପ୍ରଗତିକୁ ପ୍ରାଥମିକତା ଦେଇ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଙ୍କ ନେତୃତ୍ବରେ ହେବାକୁ ଯାଉଥିବା ବିଭିନ୍ନ ଲୋକାଭିମୁଖୀ ଜନ କଲ୍ୟାଣ କାର୍ଯ୍ୟ ଜିଲ୍ଲାକୁ ପର୍ଯ୍ୟଟନ, ଗମନାଗମନ, ଜଳସେଚନ ଆଦି ଅନେକ କ୍ଷେତ୍ରରେ ଅଗ୍ରଣୀ ହେଉଛି ମାଲକାନଗିରି ଜିଲ୍ଲା । ମାଲକାନଗିରି ଜିଲ୍ଲା କୁ ମାନ୍ୟବର ସାଂସଦ ରମେଶ ଚନ୍ଦ୍ର ମାଝୀ ସବୁବେଳେ ବିକାଶ ରେ ପ୍ରାଥମିକତା ଦେଇ ବାରମ୍ବାର ମାଲକାନଗିରି ଜିଲ୍ଲା ଗ୍ରସ୍ତ ରେ ଆସି ଲୋକଙ୍କ ସୁବିଧା ଅସୁବିଧା ରେ ଜଡିତ ରହୁଛନ୍ତି । ମାଲକାନଗିରି ଜିଲ୍ଲାର ବିକାଶ୍ ପାଇଁ ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ରେ ୧ କୋଟି ୬ ଲକ୍ଷ ଟଙ୍କାର ସାଂସଦ ପାଣ୍ଠି ଅନୁଦାନ ମାନ୍ୟବର ସାଂସଦ ରମେଶ ଚନ୍ଦ୍ର ମାଝୀ ପ୍ରଦାନ କରିଛନ୍ତି । ମାନ୍ୟବର ସାଂସଦଙ୍କ ଏହି ୧ କୋଟି ୬ ଲକ୍ଷ ଟଙ୍କାର ସାଂସଦ ଅନୁଦାନ ପାଣ୍ଠି ଅ ମଧ୍ୟରେ ମାଲକାନଗିରି ପୌର ପରିଷଦ ର ବିଭିନ୍ନ ୱାର୍ଡରେ ୧୩ ଟି ପ୍ରକଳ୍ପ ପାଇଁ ୨୭ ଲକ୍ଷ ଟଙ୍କା ,ମାଲକାନଗିରି ବ୍ଲକ ର ବିଭିନ ଗ୍ରାମ ପଞ୍ଚାୟତ ରେ ୧୦ ଟି ପ୍ରକଳ୍ପ ପାଇଁ ୨୦ ଲକ୍ଷ ଟଙ୍କା ,ପଡିଆ ବ୍ଲକ ର ବିଭିନ୍ନ ପଞ୍ଚୟତ ରେ ୯ ଟି ପ୍ରକଳ୍ପ ପାଇଁ ୨୦ ଲକ୍ଷ ଟଙ୍କା ,କାଲିମେଳା ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ୫ଟି ପ୍ରକଳ୍ପ ପାଇଁ ୧୦ ଲକ୍ଷ ,କରୁକୋଣ୍ଡା ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ୨ ଟି ପ୍ରକଳ୍ପ ପାଇଁ ୮ ଲକ୍ଷ ଟଙ୍କା ,ମାଥିଲି ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ୫ ପ୍ରକଳ୍ପ ପାଇଁ ୧୫ ଲକ୍ଷ ଟଙ୍କା ଓ ବାଲିମେଳା ଏନ୍ ଏ ସି ର ବିଭିନ ୱାର୍ଡ ରେ ୨ଟି ପ୍ରକଳ୍ପ ପାଇଁ ୬ ଲକ୍ଷ ଟଙ୍କା ଅନୁଦାନ ସାଂସଦ ପାଣ୍ଠି ପ୍ରଦାନ କରିଛନ୍ତି । ଏଥିରେ ମାଲକାନଗିରି ଜିଲ୍ଲା ର ପୌର ପରିଷଦ, ମାଲକାନଗିରି ବ୍ଲକ ,ପଡିଆ ବ୍ଲକ ,କାଲିମେଳା ବ୍ଲକ କରୁକୋଣ୍ଡା ବ୍ଲକ ,ମାଥିଲି ବ୍ଲକ ଓ ବାଲିମେଳା ଏନ୍ ଏ ସି ର ସମସ୍ତ ଜନ ସାଧାରଣ ଓ ମାଲକାନଗିରି ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଅନେକ ଖୁସି ବ୍ୟକ୍ତ କରିବା ସହ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀଙ୍କୁ ସାଧୁବାଦ ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ