।। ମାନବିକତା ଦେଖାଇଲେ ମଧୁପାଟଣା ଆଇଆଇସି ତୁଷାରକାନ୍ତ ସେଠି ।।

Mar 28, 2023 - 18:18
 0  46
।। ମାନବିକତା ଦେଖାଇଲେ ମଧୁପାଟଣା ଆଇଆଇସି ତୁଷାରକାନ୍ତ ସେଠି ।।
।। ମାନବିକତା ଦେଖାଇଲେ ମଧୁପାଟଣା ଆଇଆଇସି ତୁଷାରକାନ୍ତ ସେଠି ।।

କମଲ କୁମାର ନାୟକ କଟକ: କର୍ତ୍ତବ୍ୟ ସହ ମାନବିକତା ଦେଖାଇଲେ କଟକ ମଧୁପାଟଣା ଥାନା ଆଇଆଇସି ତୁଷାରକାନ୍ତ ସେଠି । ଗତକାଲି କଟକ ବେଲେଶ୍ୱର ଅଞ୍ଚଳରେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିବା ଜଣେ ଦମ୍ପତ୍ତିଙ୍କ ୫ ବର୍ଷର ଝିଅ ହଜି ଯାଇଥିଲା । ପରେ ଏହି ନିଖୋଜ ପିଲା ସମ୍ପର୍କରେ ଜଣେ ସାନ ଭଉଣୀ ଶର୍ମିଳାଙ୍କଠାରୁ ଖବର ପାଇଥିଲେ ଆଇଆଇସି ତୁଷାରକାନ୍ତ ସେଠି କୁନି ଝିଅଟି ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ହେପାଜତରେ ସୁରକ୍ଷିତ ଭାବରେ ଥିବା ଥାନା ଅଧିକାରୀ ଜାଣିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଏକ ଟିମ୍ ଗଠନ କରି ରାତି ପ୍ରାୟ ୧୨ଟା ସମୟରେ ଝିଅଟିର ମା’ ବାପାଙ୍କୁ ଧରି ବାହାରିଥିଲେ। ଶେଷରେ ରାତି ୨ଟା ସମୟରେ କୁନି ଝିଅଟିକୁ ଉଦ୍ଧାର କରି କଟକ ଆଣିଥିଲେ । ତେବେ ଆଇଆଇସି ତୁଷାରକାନ୍ତ ସେଠିଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ସବୁ ମହଲରେ ପ୍ରଂଶସା କରାଯାଇଛି ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ