ମାଦକ ମୁକ୍ତ ଭାରତ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

Jan 13, 2026 - 16:26
 0  1
ମାଦକ ମୁକ୍ତ ଭାରତ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): ନୂଆଦିଲ୍ଲୀର ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଏବଂ ଜାତୀୟ ଯୁବ ଦିବସ ଅବସରରେ ତାଲୁକ୍ ଆଇନ ସେବା ସମିତି ବାଲିଗୁଡା, କନ୍ଧମାଳ ପକ୍ଷରୁ ନାଲସାଙ୍କ ଡ୍ରଗ୍ ଅୱେରନେସ୍ ଆଣ୍ଡ ୱେଲନେସ୍ ନାଭିଗେସନ ମାଦକ ମୁକ୍ତ ଭାରତ ପାଇଁ ଯୋଜନା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜ୍ୟୋତିରଞ୍ଜନ ଦାଶ, ପ୍ୟାନେଲ୍ ଆଇନଜୀବୀ, ଶ୍ରୀ ରାମଚନ୍ଦ୍ର ସିଂ ପାତ୍ର, ରିଟେନର୍-କମ୍-ରିମାଣ୍ଡ ଅଧିବକ୍ତା, ଏବଂ ଶ୍ରୀମତୀ ଅନିମା କୁମାରୀ ଦାଶ, ପ୍ରଧାନଶିକ୍ଷିକା ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ସମ୍ବୋଧନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୋଟ ୨୭ ଜଣ ଅଂଶ ଗ୍ରହଣକାରୀ ଉପସ୍ଥିତ ଥିଲେ। ଛାତ୍ରୀମାନଙ୍କୁ ମାଦକ ସମ୍ପର୍କିତ ଆଇନ, ମାଦକ ସେବନର କୁପରିଣାମ, ଏବଂ ଏହା ସହିତ ଜଡିତ ଆଇନଗତ ପରିଣାମ ବିଷୟରେ ସଚେତନ କରାଯାଇଥିଲା। ସେଥିପାଇଁ ଉପଲବ୍ଧ ସହାୟତା ଓ ପୁନର୍ବାସ ହେଲ୍ପଲାଇନ୍ ସେବା ସମ୍ପର୍କରେ ମଧ୍ୟ ତଥ୍ୟ ଦିଆଯାଇଥିଲା l ନାଲସା ହେଲ୍ପଲାଇନ୍ ନମ୍ବର ୧୫୧୦୦, ମାନସ (ଜାତୀୟ ମାଦକ ନିବାରଣ) ହେଲ୍ପଲାଇନ ନଂ.-୧୯୩୩, ଏବଂ ଜାତୀୟ ମାଦକ ନିଶାମୁକ୍ତି ହେଲ୍ପଲାଇନ ନଂ. ୧୪୪୪୬। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଯୁବପିଢ଼ୀଙ୍କୁ ସୁସ୍ଥ ଓ ମାଦକମୁକ୍ତ ଜୀବନଶୈଳୀ ଅପଣାଇବାକୁ ପ୍ରେରିତ କରିବା ସହିତ ଆଇନଗତ ଓ ପରାମର୍ଶମୂଳକ ସହାୟତା ବ୍ୟବସ୍ଥା ବିଷୟରେ ସଚେତନତା କରାଯାଇଥିଲା ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ