।। ମା"ଗୃହ ଅନେବାସିନୀ ଲଷ୍ମୀ ମାଝୀ ମୃତ୍ୟୁ ଆତ୍ମହତ୍ୟା ନୁହେଁ,ଏହା ଏକ ସୁନିୟୋଜିତ ହତ୍ୟା କାଣ୍ଡ: ବୋଲି ବିଜେପି ପ୍ରତିନିଧି ମଣ୍ଡଲଙ୍କ ତରଫରୁ ଅଭିଯୋଗ ।।

Dec 28, 2023 - 19:32
 0  178
।। ମା"ଗୃହ ଅନେବାସିନୀ ଲଷ୍ମୀ ମାଝୀ ମୃତ୍ୟୁ ଆତ୍ମହତ୍ୟା ନୁହେଁ,ଏହା ଏକ ସୁନିୟୋଜିତ ହତ୍ୟା କାଣ୍ଡ: ବୋଲି ବିଜେପି ପ୍ରତିନିଧି ମଣ୍ଡଲଙ୍କ ତରଫରୁ ଅଭିଯୋଗ ।।

ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ୨୦୧୬ ମସିହାରୁ ଆଲିସା ସ୍ୱେଚ୍ଛାସେବୀ ସଂଗଠନ ପରିଚାଳନାରେ ମା'ଗୃହରେ ଚାରିବର୍ଷ ଧରି କାର୍ଯ୍ୟରତ ଥିବା କାଶୀପୁର ବ୍ଲକ ଆନ୍ତର୍ଗତ ନାକଟିଗୁଡାର ଅବିବାହିତ ଆଦିବାସୀ ଯୁବତୀ ଲଷ୍ମୀ ମାଝୀ(୨୮) ଅପମୃତ୍ୟୁ ମାମଲା ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏହା ଆଦୌ ଆତ୍ମହତ୍ୟା ନୁହେଁ ବରଂ ଲଷ୍ମୀକୁ ଅମାନୁଷିକ ଭାବେ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦେବା ପାଇଁ ହୀନ ଉଦ୍ୟମ କରାଯାଇଛି ବୋଲି ଆଜି ଭାତରୀୟ ଜନତା ପାର୍ଟି ରାଜ୍ୟ ମହିଳା ମର୍ଚ୍ଚା ଏବଂ ବିଜେପିର ଏକ ତଥ୍ୟ ଅନୁସନ୍ଧାନକରୀ ଗୋଷ୍ଠି ଘଟଣାସ୍ଥଳ ପରିଦର୍ଶନ ପୂର୍ବକ ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି।ଏହି ଘଟଣା ଅତୀତର କୁନ୍ଦୁଲି ଓ ଇତିଶ୍ରୀ ପରି ଏକ ହିନ ଷଡ଼ଯନ୍ତ୍ର।ଏଣୁ ପ୍ରକୃତ ରହସ୍ୟ ଉନ୍ମୋଚନ କରାଯାଇ ଦୋଷୀଙ୍କୁ କଠୋରତମ ଶାସ୍ତି ବିଧାନ କରାଯିବାକୁ ଅନୁସନ୍ଧାନକାରି ବିଜେପି ମହିଳା ମୋର୍ଚ୍ଚା ଓ ପ୍ରତିନିଧି ମଣ୍ଡଳୀ ଦାବି କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଗତ ୨୦ ତାରିଖ ରାତି ୧୦ଘଟିକା ସମୟରେ ମା'ଗୃହ ସମ୍ମୁଖରେ ରୋଗୀମାନଙ୍କ ପାଇଁ ଥିବା ରୋଷେଇ ଗୃହ ପାଚେରୀ ନିକଟରେ ଲଷ୍ମୀ ପୋଡିହୋଇ ମରିଥିବା ଖବର ଜଣାପଡିବା ପରେ ଚାରି ଆଡ଼େ ଚଞ୍ଚଲ୍ୟ ଖେଳି ଯାଇଥିଲା।ପରଦିନ ଲଷ୍ମୀର ବାପା ବେଳଧର ମାଝୀ ଚନ୍ଦ୍ରପୁରରେ ପହଂଚି ଏ ବାବଦରେ ଥାନାରେ ଏତଲା ଦେବା ପରେ ପୁଲିସ ଲକ୍ଷ୍ମୀର ଶବକୁ ମୁନିଗୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକନ୍ଦ୍ରକୁ ଆଣି ବ୍ୟବଛେଦ କରାଇଥିଲେ।କିନ୍ତୁ ଘଟଣାକୁ ଯେପରି ଚପାଇ ଦେବାକୁ ହିନ ଉଦ୍ୟମ କରାଯାଉଛି ତାହା ଆଜି ସାଧାରଣରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି।ସୂଚନା ଅନୁଯାୟୀ ଆଲିସାର ନିର୍ଦେଶକ ନରସିଂହ ମହାପାତ୍ର ଲଷ୍ମୀକୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିବା ବାପା ବେଳଧର ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି।ଅନ୍ୟ ପକ୍ଷରେ ବି.ଜେ.ପି. ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ବବିତା ମହାପାତ୍ରଙ୍କ ନେତୃତ୍ୱରେ ଆସିଥିବା ତଥ୍ୟ ଅନୁସନ୍ଧାନକାରୀ ଦଳ ଏ ବିଷୟକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହିତ ଏହା ହତ୍ୟା,ଆତ୍ମହତ୍ୟା କିମ୍ବା ଆତ୍ମଦାହ ଏ ବିଷୟ ଘଟଣାସ୍ଥଳରୁ ମାତ୍ର ୨୦-୨୫ ଫୁଟ ଦୂରତାରେ ଥିବା ମା'ଗୃହର ଅନ୍ୟ ଚାରିଜଣ ଅନ୍ତେବାସିନୀ ଏବଂ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ କିପରି ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ ରଖିଛନ୍ତି। ଅଘଟଣକୁ ଏକ ସପ୍ତାହ ବିତି ଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ନଆସିବା ନେଇ ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ବବିତା ମହାପାତ୍ର ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ଏହା ବ୍ୟତିତ ଶରୀରର ମାତ୍ର ୨୦ରୁ ୩୦ ପ୍ରତିଶତ ପୋଡିଥିବା ଏବଂ ଏତେ କମ ନିଆଁରେ କିପରି ଜଣେ ମରିପାରିବ ନେଇ ସେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।ବିଜେପି ଅନୁସନ୍ଧାନକାରି ପ୍ରତିନିଧି ମଣ୍ଡଳୀ ଅନୁସନ୍ଧାନ ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଡକ୍ଟର ହରିହରବଳଦେବ ଟୁଡୁଙ୍କୁ ଭେଟି ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ । ବିଷମକଟକ ଉପଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସନ୍ତୋଷିନି ଓରାମ ମା'ଗୃହର ଚାରିଜଣ ଅନ୍ତେବସିନୀଙ୍କୁ ମଧ୍ୟ ଭେଟି ତଦନ୍ତ ସମ୍ବନ୍ଧୀୟ ଅନେକ ତଥ୍ୟ ଉପରେ ପଚାରି ବୁଝିଥିଲେ।ଏହା ସହିତ ସେମାନେ ପୋଲିସ ପ୍ରଶାସନକୁ ଦାବି ଜଣାଇଥିଲେ ଯଥାଶୀଘ୍ର ଦୋଷୀମାନଙ୍କୁ ଗିରଫ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ଅନ୍ୟଥା ଆଗାମୀ ଦିନରେ ଆଦିବାସୀ ମହାସଂଘ ଓ ଭାରତୀୟ ଜନତା ପାର୍ଟି ମହିଳା ମାନଙ୍କ ଉପରେ ହେଉଥିବା ଆକ୍ରମଣ ଅତ୍ୟାଚାର ଏବଂ ଆଦିବାସୀ ଝିଅ ଲକ୍ଷ୍ମୀ ମାଝିର ଅମାନୁଷିକ ହତ୍ୟାକୁ ନେଇ ରାଜ୍ୟଭର ଆନ୍ଦୋଳନକୁ ତୀବ୍ର କରିବ ବୋଲି ଚେତାବନୀ ଦେଇଛନ୍ତି ।ବିଜେପି ରାଜ୍ୟ ସମ୍ପାଦିକା ଶ୍ରୀମତୀ ପାତ୍ରଙ୍କ ସହ ବିଜେପି ଜାତୀୟ ଜନଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ କାଳୀରାମ ମାଝୀ ଓବିଶି ମୋର୍ଚ୍ଚା ରାଜ୍ୟ ଉପସଭାପତି ତଥା ପୂର୍ବ ତନ ଜିଲ୍ଲା ପରିଷଦ ଶ୍ରୀ ଯୁକ୍ତ ରାମଚନ୍ଦ୍ର ବେହେରା ,ଜିଲା ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ବୁରୁଡ଼ି ଲଷ୍ମୀ,ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ଅଶ୍ୱିନୀ କୋଞ୍ଚଡା,ପୂର୍ବତନ ଜିଲ୍ଲା ସଭାପତି ଶିବଶଙ୍କର ଉଲ୍ଲାକା,ଚନ୍ଦ୍ରପୁର ମଣ୍ଡଳ ସଭାପତି ବାପି ସାହୁକାର,ପୂର୍ବତନ ସରପଞ୍ଚ ସୁନାମଣି ପ୍ରଟିଙ୍ଗା,ଯୁବମୋର୍ଚ୍ଚା ସଭାପତି ସୁରେନ୍ଦ୍ର ଦିବାକା,ସୁବାଷ ସାହୁକାର,ନିର ଗୁଲୁଡୁକା,ବାଳକୃଷ୍ଣ ସାହୁ ପ୍ରମୁଖ ଅନୁସନ୍ଧାନ କାରି ପ୍ରତିନିଧି ମଣ୍ଡଳୀରେ ଉପସ୍ଥିତ ଥିବା ବେଳେ। ପ୍ରକାଶ ଥାଉକି ଗତ ୨୧/ ୧୨ / ତାରିଖ - ଲକ୍ଷ୍ମୀ ମାଝୀ ଙ୍କର ଚନ୍ଦ୍ରପୁର ବ୍ଲକ ର ହସ୍ପିଟାଲ ରୁ ୨୦ ଫୁଟ ଦୁରରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିବା ଘଟଣା କୁ ନେଇ ରାୟଗଡ଼ା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ତରଫରୁ ଓ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା ଙ୍କ ତରଫରୁ ଆଜି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ମୁନିଗୁଡ଼ା ବିଷମକଟକ ବ୍ଲକ ବିଭିନ୍ନ ସ୍ଥାନରେ ଛଅ ଘଣ୍ଟା ବନ୍ଧ ଡାକରା ଦେଇ ରାସ୍ତା ଅବରୋଧ କରି ଚକା ଜାମ କରିଥିବା ବେଳେ, ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ତିନି ଜଣ ଉପ ଆରକ୍ଷୀ ଅଧିକ୍ଷକ ଏକ ଟିମ୍ ଗଠନ କରି ଚନ୍ଦ୍ରପୁର ପହଞ୍ଚି ଲକ୍ଷ୍ମୀ ମାଝୀ ଙ୍କର ମୃତ୍ୟୁ ଘଟଣା କୁ ନେଇ ତଦନ୍ତ ତନାଘନା କରୁ ଥିବା ଜଣାଯାଇଛି ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ