ଚେନ୍ନାଇ ରୁ ଫେରୁଥିବା ଦାଦନ ଶ୍ରମିକ ସାତ ଦିନ ହେଲା ଘରେ ପହଞ୍ଚି ନାହିଁ

Nov 12, 2024 - 21:28
 0  13
ଚେନ୍ନାଇ ରୁ ଫେରୁଥିବା ଦାଦନ ଶ୍ରମିକ ସାତ ଦିନ ହେଲା ଘରେ ପହଞ୍ଚି ନାହିଁ

୧୨/୧୧/୨୦୨୪-ଫାଷ୍ଟ ନ୍ୟୁଜ ଓଡ଼ିଶା (କଳାହାଣ୍ଡି-ଅତିରିକ୍ତ ଜିଲ୍ଲା ପ୍ରତିନିଧି-ବାବୁଲି ହରିଜନ): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡିଗାଁ ପଞ୍ଚାୟତର ନାଇକାଣିଗୁମା ଗ୍ରାମର ସ୍ୱର୍ଗତ ଚୈତନ୍ୟ ସୁନାନୀ ଙ୍କ ପୁଅ ଲବରାମ ସୁନାନୀ ବୟସ (39) ବର୍ଷ ହେବ ଗତ 6 ତାରିଖ ଦିନରୁ ନିଖୋଜ ରହିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତିପରିବାର ଲୋକେ ଦାଦନ ଶ୍ରମିକ ଭାବରେ ଚେନ୍ନାଇ କୁ କାମ କରିବାକୁ ଯାଇ ଥିଲେ। ଚେନ୍ନାଇ ରୁ କଳାହାଣ୍ଡି ଆସିବା ମଧ୍ୟରେ କେସିଙ୍ଗାରେ ଓହ୍ଲାଇ ଗାଁ କୁ ଆସି ନ ଥିବାରୁ ପରିବାର ଲୋକେ ଥାନାରେ ଏତେଲା ଦେଇଛନ୍ତି। ଚେନ୍ନାଇ ର ସୋନିନେଳୁର ଠାରେ ରାଜ ମିସ୍ତ୍ରୀ ଭାବରେ କାର୍ଯ୍ୟ କରି ଆସୁଥିଲେ। ସେ କିଛିଦିନ ପାଇଁ ଗାଁକୁ ଆସିବା ବେଳେ ନିଖୋଜ ଥିବାର ଜଣା ପଡ଼ିଛି। ଚେନ୍ନାଇ ରୁ ବାହାରି ଆଜି କୁ ସାତ ଦିନ ବିତି ଯାଇଛି ହେଲେ ଲାବରାମ ସୁନାନୀ ଗାଁକୁ ଫେରି ନାହାଁନ୍ତି।ଉକ୍ତ ଗ୍ରାମରେ ଲବରାମ ନ ପହଞ୍ଚିବାରୁ ଗତ 7 ତାରିଖ ସନ୍ଧ୍ୟାରେ ଗ୍ରାମର କିଛିସାଙ୍ଗ ଓ ସମ୍ପର୍କୀୟଙ୍କୁ ଫୋନ କରି ଭୟଭୀତ ଅବସ୍ଥାରେ ଖୋଜିବା ଆରମ୍ଭ କରିଥିଲେ,ହେଲେ କିଛି ଜଣା ପଡ଼ି ନ ଥିଲା। ଲବରାମ ଟ୍ରେନରେ ଆସିବା ସମୟରେ ଫୋନ କଲ ଉଠାଉ ଥିଲେ କିନ୍ତୁ ପୁନର୍ବାର ଫୋନ କଲେ ରିସିଭ୍ କଲେ ନାହିଁ ତା’ପର ଠାରୁ ଫୋନ ବନ୍ଦ ରହିଛି ବୋଲି ଥାନାରେ ଲିଖିତ ଅଭିଯୋଗ ହୋଇଛି।ଏହାକୁ ନେଇ ଗ୍ରାମରେ ଏକ ବୈଠକ କରି ଗ୍ରାମର ପ୍ରାୟ ୮ଜଣ ନାଇକାନିଗୁମା ଗ୍ରାମରସମ୍ପର୍କ ଲୋକ ମାନେ ଖୋଜାଖୋଜି ଆରମ୍ଭ କରିଥିଲେ। ଏହା ଶୁଣି ସେଠାରେ ମଧ୍ୟ ନିଖୋଜ ରହିଥିବା ଅଭିଯୋଗ କରିଥିବା ପରିବାର ଲୋକ କହିଛନ୍ତି। ଲବରାମ ସୁନାନୀ ଙ୍କ ସ୍ତ୍ରୀ କୋଇକେଇ ସୁନାନୀ ଭାଙ୍ଗି ପଡ଼ିଛନ୍ତି। ଲବରାମ ସୁନାନୀ ଏକମାତ୍ର ରୋଜଗାରିଆ ହେଇ ଥିବାରୁ ତାଙ୍କ ସ୍ତ୍ରୀ ଓ ମାଁଦୁଃଖରେ ଭାଙ୍ଗି ପଡିଛନ୍ତି କେମିତି କରିବେ ତାହା ଏକ ବଡ ପ୍ରଶ୍ନ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ