।। ରାୟଗଡା ଚଇତିର ତୃତୀୟ ରାଜନୀରେ କମାଲ କଲା ଆଦିବାସୀ ଢେମସା ନୃତ୍ୟ ।।

Dec 29, 2023 - 12:32
 0  14
।। ରାୟଗଡା ଚଇତିର ତୃତୀୟ ରାଜନୀରେ କମାଲ କଲା ଆଦିବାସୀ ଢେମସା ନୃତ୍ୟ ।।

ରାୟଗଡ଼। ଚଇତି 2023ର 3ୟ ରଜନୀ ରେ ସ୍ଥାନୀୟ ଝଂଜାବତୀ କଳା ପରିଷଦ ରାୟଗଡ଼ ତରଫରୁ ଅତି ସୁନ୍ଦର ଉଚ୍ଚକୋଟୀର ଆଦିବାସୀ ଢେମସା ନୃତ୍ୟ ପରିବେଷଣ କରି ଅନୁଷ୍ଠାନ ର ମୁଖ୍ୟ ଶ୍ରୀ କାଳୀ ଚରଣ ରଥ ଖୁବ୍ ପ୍ରଶଂସିତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ତାଂକ ଦଳର ରବି ଗୌଡ, ଭାସ୍କର ବିଶ୍ଵାଳ, ଅମ୍ରିତା ରଥ, ଜେଶ୍ମିନ, କଶିସ, ପୁଷ୍ପାଞ୍ଜଳି, ନିରୂପମା, ବିଷ୍ଣୁପ୍ରିୟା, ଦୀପ୍ତିମୟୀ, ଗୀତା, ଦେବୀ, ଚାନ୍ଦିନୀ, ପାୟଲ ଓ ଅଞ୍ଜନା ପାଣିଗ୍ରାହୀ ଅତି ସୁନ୍ଦର ଢେମସା ନୃତ୍ୟ ପରିବେଷଣ କରି ସାଧାରଣରେ ବହୁ ପ୍ରଶଂସିତ ହୋଇଥିଲେ । ରାୟଗଡ଼ ରେ ଚଇତି ମହୋତ୍ସବ ଆରମ୍ଭ ହେବା ଦିନ ଠାରୁ ଏହି ଝଂଜାବତୀ କଳା ପରିଷଦ ଢେମସା ନୃତ୍ୟ ପରିବେଷଣ କରି ଆସୁଛି। ଶ୍ରୀ କାଳୀ ରଥ ଢେମସା ଗୁରୁ ଭାବେ ବହୁ ନୂତନ ପ୍ରତିଭା ଙ୍କୁ ଲୋକ ଲୋଚନକୁ ଆଣି ଅନେକ ଥର ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେଇ ସଫଳ ହୋଇଥିବାରୁ ରାୟଗଡ଼ ବୁଦ୍ଧିଜୀବୀ ମହଲରୁ ଅନେକ ପ୍ରଶଂସା ସାଉଁଟି ପାରିଛନ୍ତି।

 କ୍ୟାମେରା ମେନ ରବି ଗୌଡ଼ଙ୍କ ସହ ରାୟଗଡାରୁ ଜଗନ୍ନାଥ ଖୋସଲାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ