।। ବିନା ସୂଚନାଫଳକରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ କାର୍ଯ୍ୟ ଚାଲିଥିବା ନେଇ ଗ୍ରାମ ବାସିଙ୍କ ଅସନ୍ତୋଷ ପ୍ରକାଶ ।।

Oct 1, 2023 - 16:53
 0  18
।। ବିନା ସୂଚନାଫଳକରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର  ନିର୍ମାଣ କାର୍ଯ୍ୟ ଚାଲିଥିବା ନେଇ ଗ୍ରାମ ବାସିଙ୍କ ଅସନ୍ତୋଷ ପ୍ରକାଶ ।।

ଲାଞ୍ଜିଗଡ,(କୋରାପୁଟ ୧ମ ଖବର )କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଖବାହାଳି ଗ୍ରାମ ପଞ୍ଚାୟତ ସ୍ଥିତ ଲାଖବାହାଳି ଗାଁ ତାଦିବୋରି ଛକ ନିକଟରେ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଛି l ଯାହାଫଳରେ କେଉଁ ବିଭାଗ ଏହାର କାର୍ଯ୍ୟ ସମ୍ପାଦନା କରୁଛି ଓ କେତେ ବ୍ୟୟ ଅଟକଳ ମୂଲ୍ୟ ରହିଛି ତାହା ସାଧାରଣ ଲୋକେ ଜାଣି ପାରୁନାହାନ୍ତି l ସୂଚନା ମତେ ସ୍ୱାସ୍ଥ୍ୟ ଉପକେନ୍ଦ୍ର କାମ ଅତି ନିମ୍ନମାନ ହେଉଥିବା ଯୋଗୁଁ ଲାଖବାହାଳି ଗ୍ରାମ ବାସି କାମକୁ ବିରୋଧ କରିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି l ସରକାରୀ ନିୟମ ମୁତାବକ ଯେ' କୌଣସି ସରକାରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକ ଲଗାଇବା ବାଧ୍ୟତା ମୂଳକ ନିୟମ ରହିଛି l ଯାହା ଦ୍ଵାରା ସାଧାରଣ ଲୋକ କେଉଁ ବିଭାଗ ଦ୍ୱାରା କାର୍ଯ୍ୟ ନିର୍ବାହ କରାଯାଉଛି ଓ ଏହାର ଅଟକଳ ମୂଲ୍ୟ କେତେ ରହିଛି ଏବଂ କାର୍ଯ୍ୟର ମାନ ଉପରେ ସଠିକ ସୂଚନା ଜାଣିପାରିବେ l ହେଲେ ଚାଲିଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ କାର୍ଯ୍ୟରେ ସରକାରୀ ନିୟମକୁ ଉଲଗ୍ନ କରାଯାଇ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି l ଲାଞ୍ଜିଗଡ ବ୍ଲକର ଏକାଧିକ ସରକାରୀ ନିର୍ମାଣ କାର୍ଯ୍ୟରେ କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ କରା ଯାଉନଥିବା ବିଭିନ୍ନ ସମୟରେ ଦେଖିବାକୁ ମିଳିଥାଏ l ହେଲେ ଏଠାରେ ମଧ୍ୟ୍ୟ ସମାନ ଅବସ୍ଥା କାର୍ଯ୍ୟ ଆରମ୍ଭରେ ସୂଚନା ଫଳକ ନ ଲଗାଇ ଅନେକ କାମ ସରିବା ପରେ ଫଳକ ଲଗେଇ ଦେଉଥିବା ବିଭିନ୍ନ ସମୟରେ ଅଭିଯୋଗ ମଧ୍ୟ ହେଉଛି l ତେବେ ଏହି କାମରେ ମଧ୍ୟ ସେମିତି କିଛି ଠିକାଦାର ଓ ଯନ୍ତ୍ରୀ ଙ୍କ ମଧ୍ୟରେ ଭିତିରିଆ କିଛି ସଲାସୁତୁରା ଥାଇ ପାରେ ଯାହାକି ନିମ୍ନମାନ କାମ ଓ ସୂଚନା ଫଳକ ନଲଗାଇ କାର୍ଯ୍ୟ କରୁଥିବା ଲାଖବାହାଳି ଗ୍ରାମ ବାସି ସନ୍ଦେହ କରିବା ସହିତ କାମକୁ ଘୋର ବିରୋଧ କରୁଛନ୍ତି ଅର୍ଜୁ ମାଝୀ, ପ୍ରହଲ୍ଲାଦ ହରିଜନ, ସୁନ୍ଦ୍ର ହରିଜନ, ଅର୍ଜୁନ ନାଏକ, କାରେଣା ମାଝୀ, ପାପା ନାଏକ,ଡମ୍ୱରୁ ନାଏକ ସମେତ ଗ୍ରାମ ବାସି l

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ପ୍ରତିନିଧି ସାଗର୍ ବେନାଲ୍ ଙ୍କ ରିପୋର୍ଟ (କୋରାପୁଟ ୧ମ ଖବର) |

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ