।। ପୁର୍ନସ୍ଥାପିତ ହେଲା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ।।

Aug 18, 2024 - 18:43
 0  118
।। ପୁର୍ନସ୍ଥାପିତ ହେଲା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ।।

ବରୀ : ୭୮ତମ ସ୍ବାଧିନତା ଦିବସ ଉପଲକ୍ଷେ ଭାରତ ଛାଡ଼ ଆନ୍ଦୋଳନର ଗାନ୍ଧୀଜିଙ୍କ ପଦଯାତ୍ରାର ସ୍ମାରକୀ ଭାବେ ପରିଚିତ ବାଲିବିଲ ପଞ୍ଚାୟତର ଗାନ୍ଧୀଛକ ବା ବରୀ କଳାମାଟିଆ ମୁଖ୍ୟ ରାସ୍ତା ପାର୍ଶ୍ବରେ ଅବସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିଟି ଭାଙ୍ଗି ଯାଇଥିବାରୁ ବାଲିବିଲ ପଞ୍ଚାୟତର ବରିଷ୍ଠ ନାଗରିକ, ବୁଦ୍ଧିଜୀବି, ଶିକ୍ଷାବିତ୍ ଏବଂ ସାମାଜିକ କର୍ମୀଙ୍କ ଦ୍ଵାରା ଗାନ୍ଧିଜୀଙ୍କ ନୂତନ ପ୍ରତିମୂର୍ତ୍ତି ପୁନଃସ୍ଥାପନ କରାଯାଇଛି ଏହି କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ତଥା ପ୍ରାକ୍ତନ ଶିକ୍ଷା ଅଧିକାରୀ ବନଜ କୁମାର ସାମଲ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଆରମ୍ଭ କରିଥିଲେ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁରେଶ କୁମାର ସାମଲ, ଇଂ ରଞ୍ଜନ ସାମଲ, ସୁବୋଧ ସାମଲ, ଶିକ୍ଷକ ଧୁଶାସନ ବେହେରା, ପ୍ରାକ୍ତନ ସେନା କର୍ମଚାରୀ ରଞ୍ଜନ ସାମଲ, ଯୁବ ସମାଜସେବୀ ଡଃ ବିଶ୍ଵନାଥ ତ୍ରିପାଠୀ, ସ୍ମୃତିରଞ୍ଜନ ସାମଲ, ଶିକ୍ଷକ ବୈଦ୍ୟନାଥ ସାମଲ, ପ୍ରାକ୍ତନ ସରପଞ୍ଚ ନବ କିଶୋର ପରିଡ଼ା, ସତ୍ୟ କର, ପ୍ରାକ୍ତନ ଶିକ୍ଷକ ଭଗବାନ ପଢ଼ିହାରି, ଇଂ ଅମରେଶ ପରିଡ଼ା, ଶିକ୍ଷକ ବିପିନ ସାମଲ, ସୂଜାତ ସାମଲ, ଦୀପକ ସାମଲ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡାକ୍ତର ରୋଶନ ସାମଲ ଏବଂ ସୌରବ ସାମଲ ପରିଚାଳନା କରିଥିଲେ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ