ବିଜେଡିର ପ୍ରତିଷ୍ଠା ଦିବସ,ଯୋଗ ଦେଲେ ଜିଲ୍ଲାର ବହୁ ବରିଷ୍ଠ ନେତା

Dec 27, 2025 - 09:20
 0  5
ବିଜେଡିର ପ୍ରତିଷ୍ଠା ଦିବସ,ଯୋଗ ଦେଲେ ଜିଲ୍ଲାର ବହୁ  ବରିଷ୍ଠ ନେତା

ଫୁଲବାଣୀ,ତା:-୨୭/୧୨/୨୫ ବାଳକୃଷ୍ଣ ଚର୍ଚ୍ଚି (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଜିଲ୍ଲା ସଭାପତି ପଦ୍ମନାଭ ବେହେରା ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ବିଭିନ୍ନ ପଦାଧିକାରୀ ଓ ବରିଷ୍ଠ ନେତା ଯୋଗ ଦେଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ସହ ଦଳକୁ ସଂଗଠିତ କରିବା ପାଇଁ ସଂକଳ୍ପ ନେଇଛନ୍ତି। ବହୁ ଦିନ ପରେ ଦଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ନେତା ଓ କର୍ମୀ ଯୋଗ ଦେଇଥିଲେ। ପ୍ରଥମେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଏକ ରାଲିର ଆୟୋଜନ କରାଯାଇଥିଲା। ବିଶେଷ କରି ବାଲିଗୁଡା ନିର୍ବାଚନ ମଣ୍ଡଳୀ ସଂଯୋଜକ ଟୁନା ଦାଶ ଦଳୀୟ କର୍ମ ଙ୍କୁ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଭରିବା ପାଇଁ ଅଗ୍ନି ବର୍ଷୀ ଭାଷଣ ମାଧ୍ୟମରେ ପ୍ରୟାସ କରିଥିଲେ। ୨୪ ବର୍ଷର ଉପଲବ୍ଧିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଓ ବିଜେପିର ବିଫଳତା ସମ୍ପର୍କରେ ରାଜ୍ୟବାସୀଙ୍କୁ ଅବଗତ କରାଇବା ପାଇଁ ଆହ୍ବାନ ଦିଆ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ପୂର୍ବତନ ମନ୍ତ୍ରୀ ବିଷ୍ନୁପ୍ରିୟା ବେହେରା. ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ବାଲିଗୁଡା ସଂଯୋଜକ ଟୁନା ଦାସ,ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁ, ମନୋଜ ସାବତ ପ୍ରମୂଖ ଯୋଗ ଦେଇଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ