ହର ଘର ତ୍ରିରଙ୍ଗା–୨୦୨୬ ପାଇଁ ଝାରସୁଗୁଡା ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ: ଅଗଷ୍ଟ ୧୨ରେ ଝାରସୁଗୁଡ଼ାରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

Aug 9, 2026 - 21:58
 0  16
ହର ଘର ତ୍ରିରଙ୍ଗା–୨୦୨୬ ପାଇଁ  ଝାରସୁଗୁଡା ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ: ଅଗଷ୍ଟ ୧୨ରେ ଝାରସୁଗୁଡ଼ାରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ଝାରସୁଗୁଡ଼ା, ୯/୮(ଫାଷ୍ଟ ନ୍ୟୁଜ ଓଡ଼ିଶା): ଦେଶପ୍ରେମ ଓ ଜାତୀୟ ଏକତାର ଭାବନାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଝାରସୁଗୁଡ଼ା ଜିଲ୍ଲାରେ **ହର ଘର ତ୍ରିରଙ୍ଗା–୨୦୨୬** କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ପାଳନ କରାଯିବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି, ଅଗଷ୍ଟ ୭ ତାରିଖ ସନ୍ଧ୍ୟା ୬ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଡିଏମ୍ଏଫ୍ ପ୍ରେକ୍ଷାଳୟରେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜ଼ିଲ୍ଲାପାଳ (ସାଧାରଣ ) ବ୍ରଜବନ୍ଧୁ ଭୋଇ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଛି। ବୈଠକରେ ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଳନ କରିବାକୁ ସ୍ଥିର ହୋଇଛି। ଏହି ଅବସରରେ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଦୋକାନ ବଜାର ଓ ସର୍ବସାଧାରଣ ସ୍ଥାନଗୁଡ଼ିକୁ ତ୍ରିରଙ୍ଗା ପତାକା ଉଡାଇବା ସହ ଟ୍ରାଇ କଲର ଆଲୋକମାଳାରେ ସଜାଇବା ସହ ଶିକ୍ଷାନୁଷ୍ଠାନଗୁଡ଼ିକରେ ରଙ୍ଗୋଲି, ଦେଶାତ୍ମବୋଧକ ସଙ୍ଗୀତ, ନୃତ୍ୟ, ଚିତ୍ରକଳା ଓ ତ୍ରିରଙ୍ଗା ପତାକା ପ୍ରଦର୍ଶନୀ ଆୟୋଜନ କରାଯିବ l *ଅଗଷ୍ଟ ୧୨ ତାରିଖ ସକାଳ ୮ଟାରେ ଝାରସୁଗୁଡ଼ାରେ ପଦଯାତ୍ରା, ଅଗଷ୍ଟ ୧୭ ତାରିଖ ମଧ୍ୟରେ ତ୍ରିରଙ୍ଗା ସାଇକେଲ୍/ଇ-ବାଇକ୍ ରାଲି* ଆଦିର ଆୟୋଜନ କରାଯିବାକୁ ସ୍ଥିର ହୋଇଛି।ଅଗଷ୍ଟ ୧୨ ତାରିଖ ଦିନ ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି କିଷାନ ଛକ, ପୁରୁଣା ବସ୍ ଷ୍ଟାଣ୍ଡ ଛକ, ଝଣ୍ଡା ଛକ ଦେଇ ମନମୋହନ ସ୍କୁଲ ପଡିଆ ଠାରେ ଶେଷ ହେବ। ଏହି ତ୍ରିରଙ୍ଗା ରାଲିରେ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ ଓ ସାଧାରଣ ଜନତାଙ୍କୁ ସାମିଲ କରାଯିବl ପାଇଁ ଆହ୍ୱାନ କରାଯାଇଛି lଏହାସହିତ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ,ବ୍ଲକ ଓ ପୌରପାଳିକାରେ ମଧ୍ୟ ପଦଯାତ୍ରା,ସାଇକେଲ୍/ଇ-ବାଇକ୍ ରାଲି ଆଦି ର ଆୟୋଜନ କରାଯିବ। ଅଗଷ୍ଟ ୧୫ ତାରିଖ ଅପରାହ୍ନ ୪ ଘଟିକା ସମୟରେ ଏମ ସି ଏଲ ଏଡିଟରୟମ ପରିସରରେ ତ୍ରିରଙ୍ଗା ରଙ୍ଗୋଲି ପ୍ରତିଯୋଗିତା ସହ ରଙ୍ଗୋଲି ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ। ଜିଲ୍ଲାର ବିଭିନ୍ନ ପୌରପାଳିକା, ବ୍ଲକ ଓ ପଞ୍ଚାୟତସ୍ତରରେ ମଧ୍ୟ ଏହିପରି ରଙ୍ଗୋଲି ପ୍ରତିଯୋଗିତା ତଥା ପ୍ରଦର୍ଶନୀ ଆୟୋଜିତ ହେବ l ବୈଠକରେ 'ସେଲ୍ଫି ସହ ତ୍ରିରଙ୍ଗା 'କୁ ଚଳିତ ବର୍ଷର ପ୍ରମୁଖ ଡିଜିଟାଲ୍ କାର୍ଯ୍ୟକ୍ରମ ଭାବେ ଗୁରୁତ୍ୱ ଦିଆଯାଇଥିବାବେଳେ ଜନସାଧାରଣଙ୍କୁ ହରଘର ତ୍ରିରଙ୍ଗା ପୋର୍ଟାଲ ରେ ତ୍ରିରଙ୍ଗା ସହ ସେଲ୍ଫି ଅପଲୋଡ୍ କରିବାକୁ ପ୍ରୋତ୍ସାହିତ କରାଯାଇଥିଲା l ଏଥିସହିତ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ତ୍ରିରଙ୍ଗା ରାକ୍ଷୀ ଓ ତ୍ରିରଙ୍ଗା ପତାକା ପ୍ରସ୍ତୁତ କରାଯାଇ ବିଭିନ୍ନ ସ୍ଥାନରେ ବିକ୍ରୟ କରାଯିବ। ସପିଂ ମଲ୍, ରେଳ ଷ୍ଟେସନ୍, ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର, ବସ୍ ଟର୍ମିନାଲ୍ ଏବଂ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ତ୍ରିରଙ୍ଗା ପତାକା ଉଡାଇବା ସହ ତ୍ରିରଙ୍ଗା ପ୍ରଦର୍ଶନୀ ର ଆୟୋଜନ କରାଯିବ। ଘରେଘରେ ତ୍ରିରଙ୍ଗା ପତାକା ଉଡାଇବା, ଘର, ଦୋକାନ, ଉଚ୍ଚ ସ୍ଥାନରେ ଜାତୀୟ ପତାକା ଉଡାଇବା, ଯେଭଳି ନଷ୍ଟ ନ ହୁଏ, ଚିରି ନ ଯାଏ, ସେଥିପ୍ରତି ଦୃଷ୍ଟି ଦେବାକୁ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ଭୋଇ ଆହ୍ୱାନ କରିଥିଲେ l ଅଗଷ୍ଟ ୧୩ ତାରିଖ ଅପରାହ୍ନ ୪ ଘଟିକା ରେ ସଂସ୍କୃତି ଭବନ ଠାରେ ଦେଶାତ୍ମବୋଧକ କବିତା ପାଠ ର ଆୟୋଜନ କରାଯିବ l ଅଗଷ୍ଟ ୧୪ ତାରିଖ ଦିନ ଖଣିଜ ପାଣ୍ଠି ପ୍ରେକ୍ଷାଳୟ ଠାରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ ପୂର୍ବକ ସଂସ୍କୃତି ମନ୍ତ୍ରଣlଳୟ, ଭାରତ ସରକାର ଙ୍କ ଦ୍ୱାରା ପ୍ରଦତ୍ତ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ ଏବଂ ନିରବ ପ୍ରାର୍ଥନା ଅନୁଷ୍ଠିତ ହେବ l ସମସ୍ତ ପଞ୍ଚାୟତ, ବ୍ଲକ କାର୍ଯ୍ୟାଳୟ ରେ ମଧ୍ୟ ଏହି ସ୍ମୃତି ଦିବସ ପାଳନ କରାଯିବ l ଅଗଷ୍ଟ 15 ତାରିଖ ସକାଳ ୬ ଘଟିକା ରୁ ୭ ଘଟିକା ମଧ୍ୟ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମlନେ ଜାତୀୟ ପତାକା ଧରି ପ୍ରଭାତଫେରି ରେ ସାମିଲ ହେବେ l ଅଗଷ୍ଟ ୧୫ ତାରିଖ ସନ୍ଧ୍ୟା ରେ ଏମ ସି ଏଲ ଏଡିଟରୟମ ଠାରେ ବନ୍ଦେ ମାତରମ ର ସମବେତ ଗାନ, ଦେଶାତ୍ମବୋଧକ ସଂଗୀତ, ନୃତ୍ୟ ଓ ଅନ୍ୟାନ୍ୟ ଦେଶାତ୍ମାବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ସମସ୍ତ ଜନସାଧାରଣ, ଅଧିକାରୀ ଏବଂ କର୍ମଚାରୀ ସେନାବାହିନୀ, ସୁରକ୍ଷା କର୍ମଚାରୀ, ଦିବ୍ୟାଙ୍ଗ, ସଫେଇ କର୍ମଚାରୀ, ଅଙ୍ଗନବାଡି ଶିଶୁ, ଯୁବ ବର୍ଗ, ବରିଷ୍ଠ ନାଗରିକ ଙ୍କ ସହ ଭଲ ଫଟୋ ଉଠାଇ ଅପଲୋଡ଼ କରିବେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ହର ଘର ତ୍ରିରଙ୍ଗା–୨୦୨୬କୁ ଜନଆନ୍ଦୋଳନରେ ପରିଣତ କରିବା ସହ ଏହାକୁ ସଫଳ କରିବା ପାଇଁ ସମସ୍ତ ବିଭାଗ, ଅନୁଷ୍ଠାନ ଓ ଜନସାଧାରଣଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ। ବୈଠକକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ରିତାକାନ୍ତି ବଳିୟାରସିଂହ ସଂଯୋଜନା କରିଥିବାବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ବିଶ୍ୱରଞ୍ଜନ ନାୟକ,ଅତିରିକ୍ତ ଉପଜିଲ୍ଲାପାଳ ଭିକ୍ଟୋରିଆ ଏକ୍କା, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡତିଆ, ଜିଲ୍ଳା କ୍ରୀଡ଼ା ଅଧିକାରୀ ଅମୃତ ଆଚାର୍ଯ୍ୟ, ଉପ- ଆରକ୍ଷୀ ଅଧୀକ୍ଷକ ମେନକା ରାଉତ ତଥା ବିଭିନ୍ନ ବିଭାଗର ଅଧିକାରୀ, ପୋଲିସ ଅଧିକାରୀ,ସମ୍ପୃକ୍ତ ସେଚ୍ଛାସେବୀ ସଂଗଠନ, ବେଦାନ୍ତ ଆଲୁମିନିୟମ୍ କମ୍ପାନୀ ଓ ଅଲଟ୍ରାଟେକ ସିମେଣ୍ଟ କମ୍ପାନୀ ର ପ୍ରତିନିଧିମାନେ ଯୋଗଦେଇଥିଲେ।

ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ