ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ରେ 'ଦି ହଙ୍ଗର ପ୍ରୋଜେକ୍ଟ' (The Hunger Project) ଓ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ମିଳିତ ସହଯୋଗରେ ଏକ ଗୁରୁତ୍ୱପୂର୍ଣ୍ଣ ବ୍ଲକ୍ ସ୍ତରୀୟ ଇଣ୍ଟରଫେସ୍ ବୈଠକ ଅନୁଷ୍ଠିତ
ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ରେ 'ଦି ହଙ୍ଗର ପ୍ରୋଜେକ୍ଟ' (The Hunger Project) ଓ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ମିଳିତ ସହଯୋଗରେ ଏକ ଗୁରୁତ୍ୱପୂର୍ଣ୍ଣ ବ୍ଲକ୍ ସ୍ତରୀୟ ଇଣ୍ଟରଫେସ୍ ବୈଠକ ଅନୁଷ୍ଠିତ ହୋଇଯାଇଛି।ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ସଭାଗୃହଠାରେ 'ଦି ହଙ୍ଗର ପ୍ରୋଜେକ୍ଟ ଓଡ଼ିଶା' ପକ୍ଷରୁ 'ନବରଙ୍ଗପୁର ନ୍ୟୁଟ୍ରିସନ ପ୍ରୋଜେକ୍ଟ' (Nabarangpur Nutrition Project) ଅଧୀନରେ ଏକ ବ୍ଲକ୍ ସ୍ତରୀୟ ଇଣ୍ଟରଫେସ୍ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଉମରକୋଟ ବ୍ଲକ୍ର ସମସ୍ତ ପଞ୍ଚାୟତର ସରପଞ୍ଚ, ନାୟବ ସରପଞ୍ଚ, ଆଇସିଡିଏସ୍ (ICDS), ଉଦ୍ୟାନ କୃଷି ବିଭାଗ, ଏବଂ ବ୍ଲକ୍ ପ୍ରଶାସନର କର୍ମକର୍ତ୍ତାମାନେ ଯୋଗଦେଇ ପୋଷଣ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଏବଂ ଗ୍ରାମାଞ୍ଚଳ ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ବୈଠକରେ ଉପସ୍ଥିତ ପ୍ରମୁଖ ଅତିଥି ଓ ଅଧିକାରୀ ଙ୍କ ମଧ୍ୟ ରେ ଉଦ୍ୟାନ କୃଷି ବିଭାଗ: AHO ଦିବ୍ୟଜ୍ୟୋତି ସ୍ୱାଇଁ ଦି ହଙ୍ଗର ପ୍ରୋଜେକ୍ଟ ଜିଲ୍ଲା ସଂଯୋଜିକା: ସ୍ନିଗ୍ଧାରାଣୀ ଆପଟ ଉମରକୋଟ ବ୍ଲକ୍ ସଂଯୋଜକ: ଗୌରଚନ୍ଦ୍ର ହନ୍ତାଳ ।ଏହି ସମ୍ମିଳନୀରେ ବିଶେଷ ଭାବରେ ଗ୍ରାମାଞ୍ଚଳରେ ଅପୋଷଣ ଦୂରୀକରଣ, ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା, ଏବଂ ଉଦ୍ୟାନ କୃଷି ଜରିଆରେ ପୋଷଣ ବାଡ଼ି (Nutrition Gardens) ନିର୍ମାଣ କରି ପରିବାରଗୁଡ଼ିକୁ ସ୍ୱାବଲମ୍ବୀ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ତୃଣମୂଳ ସ୍ତରରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଏହି ମିଳିତ ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସା କରାଯାଇଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0