ସୁନାବେଡ଼ାରେ ୬୦ ଦିନିଆ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କର ମେଗା ଡ୍ରାଇଭ୍‌: ଗ୍ରାମ୍ୟ ଆଇନ ସହାୟତା କେନ୍ଦ୍ର ଉଦ୍‌ଘାଟିତ

Sep 23, 2026 - 21:30
 0  4
ସୁନାବେଡ଼ାରେ ୬୦ ଦିନିଆ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କର ମେଗା ଡ୍ରାଇଭ୍‌: ଗ୍ରାମ୍ୟ ଆଇନ ସହାୟତା କେନ୍ଦ୍ର ଉଦ୍‌ଘାଟିତ

ନୂଆପଡ଼ା ; ନୂଆ ଦିଲ୍ଲୀସ୍ଥିତ ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ଙ୍କର ନିର୍ଦ୍ଦେଶକ୍ରମେ ସୁନାବେଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ପକ୍ଷରୁ ନାଲସା ର ବିଭିନ୍ନ ଯୋଜନା ଗୁଡ଼ିକର ର ସଫଳ ରୂପାୟନ ନିମନ୍ତେ ୬୦- ଦିନିଆ ମେଗା ଡ୍ରାଇଭ୍ ଶୁଭାରମ୍ଭ ହୋଇଛି । ଏହି ଅବସରରେ ରେ ଜିଲା ଆଇନ ସେବା ପ୍ରାଧିକରଣ ର ସଚିବ ନବନୀତା ଦାଶ ଉକ୍ତ ପଞ୍ଚାୟତ କାର୍ଯ୍ୟାଳୟ ରେ ଗ୍ରାମ୍ୟ ଆଇନ ସହାୟତା କେନ୍ଦ୍ର ର ଶୁଭ ଉଦ୍‌ଘାଟନ କରିଛନ୍ତି । ଜାତୀୟ ଆଇନ ସେବା ପ୍ରାଧିକରଣ ଙ୍କ ଦ୍ଵାରା ଦେଶର 18 ଟି ରାଜ୍ୟ ର 3 ରୁ 7 ଟି ଲେଖାଏଁ ଜିଲ୍ଲା ଏହି ମେଗା ଡ୍ରାଇଭ ପାଇଁ ଚୟନ କରାଯାଇଛି, ଯେଉଁଥିରେ ନୂଆପଡ଼ା ଅନ୍ୟତମ । ଚୟନ ହୋଇଥିବା ଜିଲ୍ଲା ମାନଙ୍କୁ ନିଜ ଜିଲ୍ଲା ର ଏକ ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମ ରେ ମେଗା ଡ୍ରାଇଭ ଅନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା, ତେଣୁ ସୁନାବେଡ଼ା ଅଭାୟରଣ୍ୟ ମଧ୍ୟରେ ଥିବା ଏହି ଗ୍ରାମ ପଞ୍ଚାୟତ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଚୟନ କରାଯାଇଛି । ଏହି ଆଇନ ସହାୟତା କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୁନାବେଡ଼ା ଏବଂ ଏହାର ଆଖପାଖ ଅଞ୍ଚଳର ସାଧାରଣ ଜନସାଧାରଣଙ୍କୁ ଆଇନଗତ ସହାୟତା ଓ ଆଇନ ସମ୍ପର୍କିତ ସଚେତନତା ପ୍ରଦାନ କରିବା । ବିଶେଷକରି ଆର୍ଥିକ ଓ ସାମାଜିକ ଭାବେ ଦୁର୍ବଳ ବର୍ଗ, ମହିଳା, ଶିଶୁ, ବୃଦ୍ଧ, ଦିବ୍ୟାଙ୍ଗ ଏବଂ ଆଇନଗତ ସହାୟତାର ଆବଶ୍ୟକତା ଥିବା ଯୋଗ୍ୟ ବ୍ୟକ୍ତିମାନଙ୍କୁ ମାଗଣା ଆଇନ ସେବା ପହଞ୍ଚାଇବା ଏହାର ପ୍ରମୁଖ ଲକ୍ଷ୍ୟ ଅଟେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ନୂଆପଡ଼ା ଲମ୍ବୋଦର ଧରୁଆ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋମନା ପବିତ୍ର ସାମଲ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋମନା ଭକ୍ତବନ୍ଧୁ ବୁଡ଼େକ୍, ଉପମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ଅନୁପ ଶର୍ମା, ସୁନାବେଡ଼ା ସରପଞ୍ଚ ରଜନୀ ଜଗତ ଓ ପଞ୍ଚାୟତ ଉନ୍ନୟନ ଅଧିକାରୀ ଜୟ ପ୍ରକାଶ ମାଝୀ ଏବଂ ପ୍ରାଧିକରଣ ର ଅଧିକାର ମିତ୍ରଗଣ ଯଥା ତୋଫାନ ବାଗ, ଚିତ୍ତେଶ୍ୱରୀ ଜଗତ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି ଅବସରରେ ଉପସ୍ଥିତ ଅତିଥି ମାନେ ଲୋକମାନଙ୍କୁ ମାଗଣା ଆଇନ ସେବା, ଆଇନଗତ ପରାମର୍ଶ, ମଧ୍ୟସ୍ଥତା ଏବଂ ଆଇନଗତ ଅଧିକାର ସମ୍ପର୍କରେ ସଚେତନ କରିଥିଲେ। ଆଇନର ସୁବିଧା ସମାଜର ଶେଷ ସ୍ତରରେ ଥିବା ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଗ୍ରାମୀଣ ଆଇନ ସହାୟତା କେନ୍ଦ୍ରରେ ସାଧାରଣ ଲୋକଙ୍କୁ ଉପଲବ୍ଧ ମାଗଣା ଆଇନ ସେବା ବିଷୟରେ ଅବଗତ କରାଇବା ସହିତ ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ ଆଇନ ସେବା ପ୍ରାଧିକରଣ ସହିତ ଯୋଡ଼ିବା ପାଇଁ ଅଧିକାର ମିତ୍ର ମାନଙ୍କୁ ନିଯୁକ୍ତ କରାଯାଇଛି । ସୁନାବେଡ଼ାରେ ଏହି ଗ୍ରାମୀଣ ଆଇନ ସହାୟତା କେନ୍ଦ୍ରର ସ୍ଥାପନ ଦ୍ୱାରା ଅଞ୍ଚଳବାସୀଙ୍କ ନିକଟରେ ଆଇନଗତ ସହାୟତାକୁ ଅଧିକ ସହଜ ଓ ସୁଗମ କରାଯାଇପାରିବ। “ନ୍ୟାୟ ସମସ୍ତଙ୍କ ପାଇଁ” ଲକ୍ଷ୍ୟକୁ ସାକାର କରିବା ଦିଗରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ବୋଲି ସଚିବ ନବନୀତା ଦାଶ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଏହି ମେଗା ଡ୍ରାଇଭ ଟି 23 ଅକ୍ଟୋବର 2026 ପର୍ଯ୍ୟନ୍ତ ଚାଲିବ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ