ଭଞ୍ଜମଣ୍ଡପ ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ
ଉମରକୋଟ, ୨୩/୯: ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରସ୍ଥିତ ଭଞ୍ଜ କଳା ସଂସ୍କୃତି ମଣ୍ଡପ ପରିସରରେ ଭଞ୍ଜମଣ୍ଡପ ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତ ବର୍ଷର ଦୁର୍ଗାପୂଜା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ପାରମ୍ପରିକ ରୀତିନୀତି ଅନୁସାରେ ପୂଜା କମିଟିର ସଦସ୍ୟମାନଙ୍କ ଉପସ୍ଥିତିରେ ଶୁଭ ଖୁଣ୍ଟି ସ୍ଥାପନ ହୋଇଥିଲା। ଭଞ୍ଜମଣ୍ଡପରେ ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ମା’ ଦୁର୍ଗତିନାଶିନୀଙ୍କ ଦୁର୍ଗାପୂଜା ଅନୁଷ୍ଠିତ ହୋଇଆସୁଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୁମଧାମରେ ଦୁର୍ଗାପୂଜା ଆୟୋଜନ କରାଯିବ ବୋଲି କମିଟି ସଦସ୍ୟମାନେ ପ୍ରକାଶ କରିଛନ୍ତି। ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମରେ ଦେବରାଜ ଦାସ, ବସନ୍ତ ମହାନ୍ତି, ଶ୍ରୀଣୁ ରାଓ, ମୁନା ରଥ, ତିଳ ପଣ୍ଡା, ପାଣ୍ଡି ପଣ୍ଡା, ପର୍ଶୁରାମ ନାୟକ, ଭାୟ ଦାଦାଙ୍କ ସମେତ ପୂଜା କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସଦସ୍ୟମାନେ ଚଳିତ ବର୍ଷର ପୂଜାକୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0