।। ବିଜୁ ଜନତା ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ, ଦଳ ବିରୋଧୀ ନେତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଦାବି ।।

Mar 20, 2024 - 11:50
 0  27
।। ବିଜୁ ଜନତା ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ, ଦଳ ବିରୋଧୀ ନେତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଦାବି ।।

ନୂଆପଡ଼ା : ନୂଆପଡ଼ା ବିଧାୟକ ତଥା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ବିରୋଧ କରି ରାଜନୈତିକ ଝଡ ଶୃଷ୍ଟି କରିଛନ୍ତି ଦଳର କିଛି ନେତା l ଦଳରେ ରହି ଦଳର ଶୀର୍ଷ ନେତାଙ୍କୁ ବିଶୃଙ୍ଖଳା ସୃଷ୍ଟି କରୁଥିବା ନେତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହେଲେ ୨୨ ତାରିଖରେ ନୂଆପଡ଼ାରେ ଏକ ବିଶାଳ ସମାବେଶ କରି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯିବ l ତା’ ପରେ ବି କାର୍ଯ୍ୟନୁଷ୍ଠାନ ନହେଲେ ବିଜେଡିର ସମସ୍ତ କର୍ମୀ ଇସ୍ତଫା ଦେବୁ ବୋଲି ମଙ୍ଗଳବାର ଖରିଆର ରୋଡ୍ ସାହୁ ସମାଜରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ରାଜ୍ୟ ସଂପାଦକ ରାଜେଶ ନିଗମ ସୂଚନା ଦେଇଛନ୍ତି l ସେ ଆହୁରି କରିଛନ୍ତି ଯେ, କିଛି ଦିନ ହେବ ବିଜେଡିର ଅସନ୍ତୁଷ୍ଟ ନେତାମାନେ ନୂଆପଡ଼ା ସଦର ବନ୍ଦ କରିବା ସହ ଜିଲ୍ଲାପଳ ଅଫିସ ଘେରାଉ କରିଛନ୍ତି l ଏଥିରେ ରାଜ୍ୟ ଓ ନୂଆପଡ଼ା ବିଜେଡିର ଭାବମୂର୍ତ୍ତି ନଷ୍ଟ ହୋଇଛି ବୋଲି କହିଛନ୍ତି l ସେହିପରି କିଛି ଦିନ ତଳେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ନେତୃତ୍ବରେ ଏହି ଘଟଣାକୁ ନେଇ ଭୁବନେଶ୍ବର ଯାଇ ବିଜେଡିର ଶୀର୍ଷ ନେତାମାନଙ୍କୁ ଭେଟି ଦଳର ସମସ୍ୟା ଉପରେ ଆଲୋଚନା କରିଥିଲେ l ବର୍ତ୍ତମାନ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଗୋଷ୍ଠୀକନ୍ଦଳ ଉପରେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଦେବାକୁ ଦାବି କରିଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ରାଜେଶ ନିଗମ, ରାଜ୍ୟ ସହ ସମ୍ପାଦକ ଅବନୀ ରଞ୍ଜନ ଯୋଶୀଙ୍କ ନେତୃତ୍ଵରେ ଜିଲା ସାଧାରଣ ସମ୍ପାଦକ କାଳିଆ ପ୍ରଧାନ, ଧନିରାମ ସାହୁ, ସଞ୍ଜୟ ପ୍ରଧାନ, ଛାତ୍ର ସଭାପତି ଅମିତ ସିଂଦେଓ, ମହିଳା ସଭାନେତ୍ରୀ ସରସ୍ଵତୀ ବାଗ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ଵରୀ ସାହୁ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ନୂଆପଡ଼ା ବ୍ଲକ ଉପାଧ୍ୟକ୍ଷ ଦିଲୀପ ନିର୍ମଳକର, କୋମନା ବ୍ଲକ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ, ଜିଲା ପରିଷଦ ସଦସ୍ୟ ମୂରଲୀ ଭୋଇ, ନୂଆପଡ଼ା ବ୍ଲକ ସଭାପତି ରାମାକାନ୍ତ ଠାକୁର, ଏସ.ଡି.ସି ଚ୍ୟାରମେନ ଭଗତରାମ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ