‘ଅଭିଶପ୍ତ କାଶ୍ମୀର’ରେ ଦର୍ଶକ ବିଭୋର, ତରୁଣ କଳା ପରିଷଦର ନିଆରା ପ୍ରୟାସ

Oct 21, 2026 - 21:45
 0  1
‘ଅଭିଶପ୍ତ କାଶ୍ମୀର’ରେ ଦର୍ଶକ ବିଭୋର, ତରୁଣ କଳା ପରିଷଦର ନିଆରା ପ୍ରୟାସ

ବାଲିଗୁଡା ସହରର ନୂଆସାହି ତରୁଣ କଳା ପରିଷଦ ପକ୍ଷରୁ ସାମାଜିକ ନାଟକ ‘ଅଭିଶପ୍ତ କାଶ୍ମୀର’ ମଞ୍ଚସ୍ଥ ହୋଇଛି। କଳା ଓ ସଂସ୍କୃତିର ପ୍ରଚାର ସହ ସାମାଜିକ ସଚେତନତାର ବାର୍ତ୍ତା ଦେଇଥିବା ଏହି ନାଟକ ଦର୍ଶକଙ୍କ ମନ ଜିଣିବା ସହ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ କଳାକାରଙ୍କ ଚମତ୍କାର ଅଭିନୟ ଓ ନିଖୁଣ କଳା ପରିବେଷଣ ନାଟକର ମୁଖ୍ୟ ଆକର୍ଷଣ ଥିଲା। ହସ, କାନ୍ଦ, କୌତୂହଳ ଓ ଭାବପ୍ରବଣତାରେ ଭରପୂର ନାଟକଟି ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ରାତିସାରା ଦର୍ଶକମାନେ ନାଟକ ଉପଭୋଗ କରିବା ସହ କଳାକାରଙ୍କ ଅଭିନୟକୁ ଉଚ୍ଚ ପ୍ରଶଂସା କରିଥିଲେ। ସ୍ଥାନୀୟ କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବାରେ ତରୁଣ କଳା ପରିଷଦର ଏହି ପ୍ରୟାସକୁ ମଧ୍ୟ ସ୍ୱାଗତ କରାଯାଇଛି। କାର୍ଯ୍ୟକ୍ରମରେ ବାଲିଗୁଡ଼ାର ଜଣାଶୁଣା ସମାଜସେବୀ ଟୁନା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଇଚାରା ଓ ସାମାଜିକ ଏକତାର ବାର୍ତ୍ତା ଦେଇଥିଲେ। ସେ କହିଥିଲେ, ବାଲିଗୁଡ଼ା ଭାଇଚାରାର ସହର। ଏଠାରେ ସମସ୍ତ ଧର୍ମ ଓ ବର୍ଗର ଲୋକେ ମିଳିମିଶି ରହିବା ସହ ପରସ୍ପରର ଭାବନା, ସଂସ୍କୃତି ଓ କଳାକୁ ସମ୍ମାନ ଦେବା ଆବଶ୍ୟକ। ଏଭଳି ସାମାଜିକ ନାଟକ ଲୋକଙ୍କ ମଧ୍ୟରେ ସଦ୍‌ଭାବନା ଓ ଏକତାକୁ ଆହୁରି ମଜଭୁତ କରିଥାଏ। ତେଣୁ ସମସ୍ତେ ଏକାଠି ହୋଇ ନାଟକ ଉପଭୋଗ କରିବା ସହ କଳାକାରମାନଙ୍କୁ ଉତ୍ସାହିତ କରିବା ଉଚିତ ବୋଲି ସେ ମତ ଦେଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ, ତରୁଣ କଳା ପରିଷଦର ସଭାପତି ସନ୍ୟାସୀ ପାତ୍ରଙ୍କ ସମେତ ଅନ୍ୟାନ୍ୟ ଅତିଥି ଓ କଳାପ୍ରେମୀ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ