ବାଲିମେଳା ପ୍ରେସ କ୍ଲଵ ପକ୍ଷରୁ ଓୟୁଜେ ରାଜ୍ଯ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

Jan 22, 2026 - 20:37
 0  20
ବାଲିମେଳା ପ୍ରେସ କ୍ଲଵ ପକ୍ଷରୁ ଓୟୁଜେ ରାଜ୍ଯ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ମାଲକାନଗିରି ୨୩/୧-ଓଡ଼ିଶା ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟର ରାଜ୍ଯ ସମ୍ପାଦକ ଦେବପ୍ରସାଦ ଦାସଙ୍କୁ ବାଲିମେଳା ପ୍ରେସକ୍ଳବ୍ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଏହି ପରିପ୍ରେକ୍ଷୀରେ ବାଲିମେଳା ଟାଉନହଲ୍ ଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ତଥା ମାଲକାନଗିରି ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟର ସଭାପତି ଦେବପ୍ରସାଦ ଦାସ ପୌରୋହିତ୍ୟ କରିଥିଲେ। ଏମୟୁଜେର ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ମହାରଣା, ସହସମ୍ପାଦକ ଅସୀମ ବିଶ୍ୱାସ,ମାଲକାନଗିରି ବ୍ଳକ୍ ସଭାପତି ଶିବପ୍ରସାଦ କିର୍ତ୍ତନୀୟା,ବାଲିମେଳା ନଗରପାଳ ପ୍ରଦୀପ କୁମାର ନାୟକ,ବାଲିମେଳା ପ୍ରେସକ୍ଳବ୍ ସଭାପତି ରବିରଶ୍ମୀ ଗୁରୁ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁପତି ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ରାଜ୍ୟ ସମ୍ପାଦକ ଶ୍ରୀ ଦାସଙ୍କୁ ବାଲିମେଳା ପ୍ରେସକ୍ଳବ୍ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକଙ୍କ ସୁରକ୍ଷା ଓ ପେନସନ୍ ଅପରିହାର୍ଯ୍ୟ ହୋଇପଡିଛି।ବହୁ ପ୍ରତିକୂଳ ପରିସ୍ଥିତିରେ ଗଣମାଧ୍ୟମ ପ୍ରତିନିଧି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି।ଏପରି ସ୍ଥଳେ ରାଜ୍ୟ ସରକାର ଏହା ଉପରେ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା।ଓୟୁଜେ ସଦାସର୍ବଦା ସାମ୍ବାଦିକଙ୍କ ସ୍ବାର୍ଥ ପାଇଁ ଲଢେ଼ଇ ଜାରି ରଖିଛି।ତେଣୁ ଆମେ ଏହି ସର୍ବ ପୁରାତନ ସଂଘର ସଦସ୍ୟତା ଗ୍ରହଣ କଲୁ ବୋଲି ନୂତନ ସଦସ୍ୟ ବୃନ୍ଦ ମତ ପ୍ରକାଶ କରିଥିଲେ।ବରିଷ୍ଠ ସାମ୍ବାଦିକ ଶିବଦତ୍ତ ସାହୁ, ବିଜୟ ଦାସ, ସୁଶାନ୍ତ ମହାରଣା ଓ ପ୍ରଦୀପ କୁମାର ନାୟକ ଏମୟୁଜେର ସଦସ୍ୟତା ଗ୍ରହଣ କରିଥିଲେ।ନୂତନ ସଦସ୍ୟଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ବାଗତ କରିଥିଲେ ଏମୟୁଜେ ସଭାପତି ଓ ଅନ୍ୟ ସଦସ୍ୟ ବୃନ୍ଦ।ଆୟୋଜିତ କାର୍ଯ୍ୟକ୍ରମ ରେ ଏମୟୁଜେର କୋରୁକୋଣ୍ଡା ବ୍ଳକ୍ ସଭାପତି ଭାବେ ଶିବଦତ୍ତ ସାହୁ, ସମ୍ପାଦକ ଭାବେ ମନୋଜଦେବ ପାଙ୍ଗୀ, ଯଦୁପତି ମହାନ୍ତି ବାଲିମେଳା ପ୍ରେସକ୍ଲବର ସମ୍ପାଦକ ଓ ରାକେଶ କୁମାର କୁଲଦୀପ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ।ସଂଘର ସଦସ୍ୟ ବି. ଅରୁଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲାର ମାଲକାନଗିରି, କାଲିମେଳା, ଚିତ୍ରକୋଣ୍ଡା, ମାଥିଲି, ଗୋବିନ୍ଦପାଲ୍ଲୀ, ଖଇରପୁଟ ଓ ବାଲିମେଳାର ୫୦ରୁ ଉର୍ଦ୍ଧ୍ବ ସାମ୍ବାଦିକ ଯୋଗ ଦେଇଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ