।। ବାଣିଜ୍ୟ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଡ଼ଃ ନରୋତ୍ତମ ପରିଡା ।।

ଯାଜପୁର,: ବରୀ ରାମଚନ୍ଦ୍ରପୁର ସ୍ଥିତ ଗୋପବନ୍ଧୁ ଚୌଧୁରୀ ମହା ବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଭାବେ ଯୋଗଦାନ କରିଛନ୍ତି ବରିଷ୍ଠ ପ୍ରାଧ୍ୟାପକ ଡ଼ଃ ନରୋତ୍ତମ ପରିଡା । ଗତକାଲି ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଅଜୟ କୁମାର ରାଉତ ଅବସର ଗ୍ରହଣ କରିଥିଲେ । ତାଙ୍କ ଅବସର ପରେ ଆଜି ଡ଼ଃ ପରିଡା ବିଭାଗୀୟ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କୁ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଶୁଭେଛା ପ୍ରଦାନ କରିଛନ୍ତି ।
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






