ବଡଗାଁ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ଉଦଯାପିତ

Jan 7, 2026 - 22:20
 0  2
ବଡଗାଁ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ଉଦଯାପିତ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ ଏ ସି ବଡଗାଁ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପଦ୍ମିନୀ ପ୍ରଧାନଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବାଲିଗୁଡା ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ , ମୁଖ୍ୟବକ୍ତା ଭାବେ ବାଲିଗୁଡା ଏନ ଏ ସି ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ମନୋଜ କୁମାର ରଥ, ବାଲିଗୁଡା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅମିତା ସ୍ମିତା ନାୟକ, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋସ୍ନା ରାଣୀ ସାହୁ, ସିପାଞ୍ଜିରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାଂଶୁ କୁମାର ବେହେରା, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀମତୀ ଲିଲି ମଲିକ, ସି ଆର ସି ସି ସୌଦାମିନୀ ସାହୁ ପ୍ରମୁଖ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଉପସ୍ଥିତ ଛାତ୍ରୀ ମାନଙ୍କୁ ଶିକ୍ଷା ମାଧ୍ୟମରେ ଜଣେ ଉତ୍ତମ ବ୍ୟକ୍ତିତ୍ଵ ହାସଲ କରିପାରିବ, ଶିକ୍ଷା ହେଉଛି ଏକ ମାଇଲ ଖୁଣ୍ଟ, ଏହାକୁ ହାସଲ କରିବାକୁ ହେଲେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଜିଜ୍ଞାସା ରହିବା ଆବଶ୍ୟକ। ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପଦ୍ମିନୀ ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ। ଶିକ୍ଷକ ଜିତେନ୍ଦ୍ର ନାଥ ପାତ୍ର ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ରବୀନ୍ଦ୍ର କୁମାର ବିଶ୍ୱାଳ ସଭା ପରିଚାଳନା କରିଥିଲେ। ସଭା ପରେ ଅତିଥି ଗଣ ବିଦ୍ୟାଳୟର ଆକାଂକ୍ଷୀ ପରିଷଦ ଦ୍ଵାରା ଟ୍ଯାଲେଣ୍ଟ ଗ୍ୟାଲେରୀ, ଇନ୍ସପାଏରିଂ ଓଡିଶା, ଦୋକାନ ଯାତ୍ରା ଆଦି ବିଭିନ୍ନ ଷ୍ଟଲ ବୁଲି କେନ୍ଦ୍ର ସରକାରଙ୍କ ପିଏମଶ୍ରୀ ଉତ୍ସବକୁ ଉଚ୍ଚ ପ୍ରଶଂସା କରିଥିଲେ। ପରେ ପରେ ବିଦ୍ୟାଳୟ ଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସାଂସ୍କୃତିକ ନାଚ ଗୀତ ହେଇଥିଲା। ସମସ୍ତ କାର୍ଯ୍ୟରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ପରିଚାଳନା କମିଟୀ ସଦସ୍ୟ ଓ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ।

 କନ୍ଧମାଳ ଜିଲ୍ଲା ରୁ ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ