ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ବର

Mar 6, 2025 - 11:58
 0  79
ପ୍ରଧାନମନ୍ତ୍ରୀ ଙ୍କୁ  ଧନ୍ୟବାଦ ଜଣାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ବର

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଇଂ ବିଶ୍ଵେଶ୍ବର ଟୁଡୁ ଜୀ ଙ୍କ କାର୍ଯ୍ୟକାଳ ଓ ପ୍ରଚେଷ୍ଟା ରେ ହୋଇଥିବା ପ୍ରକଳ୍ପ ଗୁଡିକର ହେଉଛି ଲୋକାର୍ପଣ ଏବଂ ଶିଳାନ୍ୟାସ ବାରିପଦା :-ମୟୁରଭଞ୍ଜ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ତତ୍କାଳୀନ ଆଦିବାସୀ କଲ୍ଯାଣ ଓ ଜଳଶକ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ତଥା ମୟୁରଭଞ୍ଜ ଜିଲ୍ଲାର ଜନପ୍ରିୟ ସାଂସଦ ଇଂ ବିଶ୍ଵେଶ୍ବର ଟୁଡୁ ଙ୍କ କାର୍ଯ୍ୟକାଳ ସମୟରେ ହୋଇଥିବା ବିଭିନ୍ନ ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ରେଳ ଠାରୁ ଆରମ୍ଭ କରି ବିମାନ,ଜାତୀୟ ରାଜପଥ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବିଭିନ୍ନ ପ୍ରକଳ୍ପକୁ କେନ୍ଦ୍ର ସରକାର ମୋହର ମାରିଥିବା ବେଳେ ବିକାଶ ଧାରା ଆଗେଇ ଚାଲିଛି । ଜିଲ୍ଲାର ଅନ୍ୟତମ ମୁଖ୍ୟ ଦାବୀ ମଧ୍ୟରୁ ତିନୋଟି ନୂତନ ରେଳ ପଥର ଭିତ୍ତି ପ୍ରସ୍ତର ସ୍ଥାପନ ହେବାକୁ ଯାଉଛି । ସେଥିମଧ୍ୟରୁ ବୁଢାମରା-ଚକୁଳିଆ, ବାଙ୍ଗିରିପୋଷି - ଗୋରୁମହିଷାଣୀ, ବାଦାମପାହାଡ଼ - କେନ୍ଦୁଝରଗଡ ରେଳପଥ ପ୍ରକଳ୍ପ ସହିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଙ୍କ ସମୟରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ଅନ୍ୟ ଛଅଗୋଟି ନୂତନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇପାରେ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏବଂ ସେ ଜିଲ୍ଲାବାସୀ ଙ୍କ ତରଫରୁ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତାଙ୍କ କାର୍ଯ୍ୟକାଳ ସମୟରେ ସେ ଜିଲ୍ଲାର ରେଳ କ୍ଷେତ୍ରର ବିକାଶ ନିମନ୍ତେ କେନ୍ଦ୍ର ରେ ବାରମ୍ବାର ଦାବି ଉପସ୍ଥାପନ କରିଥିବା ପ୍ରକାଶ କରିଛନ୍ତି । ଉକ୍ତ ତିନୋଟି ରେଳପଥ କୁ ନେଇ ରେଳ ବୋର୍ଡ, ରେଳମନ୍ତ୍ରୀ ଶ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ବାରମ୍ବାର ଭେଟି ଦାବୀ ଜଣାଇବା ସହିତ ବାରମ୍ବାର ଚର୍ଚ୍ଚା ଆଲୋଚନା କରିଥିଲେ । ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ରେଳ କ୍ଷେତ୍ରର ବିକାଶ ନିମନ୍ତେ ଉକ୍ତ ରେଳ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ସମସ୍ୟା ପୂର୍ବରୁ ଦେଖା ଯାଇଥିବା ବେଳେ ଏହାର ସମାଧାନ ପାଇଁ ବିଭିନ୍ନ ପଦକ୍ଷେପ ସହିତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଆଲୋଚନା କରିଥିବା ବେଳେ ସେ ସବୁର ସମାଧାନ ହୋଇ ଏବେ ତାହା କାର୍ଯ୍ୟକାରୀ ହେବାକୁ ଯାଉଅଛି । ସେହିପରି ତାଙ୍କ କାର୍ଯ୍ୟକାଳ ସମୟରେ ମୟୁରଭଞ୍ଜ ଜିଲ୍ଲା କୁ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଜିଲ୍ଲାରେ ସର୍ବାଧିକ ୧୯ ଗୋଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ମଞ୍ଜୁର ହୋଇଥିଲା ଯାହା କି ବର୍ତମାନ ଜିଲ୍ଲାରେ ଶିକ୍ଷା ଦାନ ଆରମ୍ଭ କରିଛି । ଏଥି ସହିତ ବାଲେଶ୍ଵର ଠାରୁ ଝାରପୋଖରିଆ ଜାତୀୟ ରାଜପଥ ୧୮ ଏବଂ ବହଳାଗୁଡା ଠାରୁ ସିଙ୍ଗଡା ପର୍ଯ୍ୟନ୍ତ ଜାତୀୟ ରାଜପଥ ୪୯ ର ସଂପ୍ରସାରଣ କରିବା ସହ ଅଣ୍ଡରପାସ, ଗୋଳାପୋଲୋ, ଆଲୋକୀକରଣ ଭଳି ବିଭିନ୍ନ ଜନ ସମସ୍ୟାକୁ ସମାଧାନ କରିଛନ୍ତି । ଦିର୍ଘ ଦିନ ଧରି ବାଙ୍ଗିରିପୋଷି ଘାଟି ରାସ୍ତା ରେ ଦୁର୍ଘଟଣା ଆମେ ଦେଖି ଆସୁଛୁ । ସେହି କ୍ରମରେ ଶ୍ରୀ ଟୁଡୁ ପ୍ରଥମ ପର୍ଯ୍ୟାୟରେ ଘାଟି ରାସ୍ତାର ମରାମତି ସାଙ୍ଗକୁ ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଅନୁମତି କ୍ରମେ ପ୍ରଶସ୍ତି କରଣ କାମର ଟେଣ୍ଡରିଂ କରି ତାର କାର୍ଯ୍ୟ ମଧ୍ୟ ଚାଲିଛି । କେନ୍ଦ୍ରମନ୍ତ୍ରୀ ପଦ ଅଳଙ୍କୃତ କରିବା ପରେ ଶ୍ରୀ ଟୁଡୁ ଜିଲ୍ଲାର ବିକାଶ ଓ ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରୟାସ ଜାରି ରଖିଥିଲେ । ଜିଲ୍ଲାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିକାଶ ନିମନ୍ତେ ଜିଲ୍ଲାର CSR ଫଣ୍ଡରୁ ଆମ୍ବୁଲାନ୍ସ ଓ ସ୍ଵର୍ଗରଥ ବ୍ୟବସ୍ଥା କରିବା ସହିତ PM cares ଫଣ୍ଡ ରୁ ଜିଲ୍ଲାରେ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ ମଧ୍ୟ ବସାଇଛନ୍ତି । ଏତଦ୍ ବ୍ୟତୀତ ଜିଲ୍ଲାର ବିଭିନ୍ନ ରେଳ ଷ୍ଟେସନର ଉନ୍ନତି କରଣ, ଅମର୍ଦା ଏୟାରଷ୍ଟ୍ରିପ ର ପୁନରୁଦ୍ଧାର, ବାଙ୍ଗିରିପୋଷି ଠାରେ ରେଳ ଗୁଡସ୍ ଗୋଦାମ ପାଇଁ ପ୍ରସ୍ତାବ ଦେଇଥିଲେ । ବିଭିନ୍ନ ଯୋଜନା ରେ ଜିଲ୍ଲାର ପର୍ଯ୍ୟଟନର ବିକାଶ ସହିତ ଛୋଟ ବଡ ବନ୍ଧର ପୁନରୁଦ୍ଧାର, ଗଭିର ନଳକୂପ ଖନନ କରି ଜଳସେଚନ ଓ ପିଇବା ପାଣିର ବ୍ଯବସ୍ଥା, TRIFED ମାଧ୍ୟମରେ ଆଦିବାସୀ ମାନଙ୍କ ଅର୍ଥନୈତିକ ବିକାଶ, କରଞ୍ଜିଆ ଓ ଉଦଳା ଠାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଭଳି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଶ୍ରୀ ଟୁଡୁଙ୍କ ପ୍ରଚେଷ୍ଟା ତଥା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଆଶୀର୍ବାଦ କାରଣକୁ ସମ୍ଭବ ହୋଇଛି । ସର୍ବପରି ବିକାଶ ପଥେ ମୟୁରଭଞ୍ଜ ନାମ ରେ ଏକ କାର୍ଯ୍ୟକ୍ରମ ସେ ନିଜେ ଆରମ୍ଭ କରିଥିଲେ ଯାହାକି ତାଙ୍କ କାର୍ଯ୍ୟକାଳ ସାରିବା ପରେ ମଧ୍ଯ ଆଜି ଜିଲ୍ଲା ବାସୀ ତାର ଲାଭ ପାଉଛନ୍ତି । ତାଙ୍କ ନିରନ୍ତର ପ୍ରୟାସ ଫଳରେ ତାଙ୍କ ସମୟରେ ହୋଇଥିବା ଜିଲ୍ଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କୁ ନେଇ ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହିତ ସେ କୌଣସି ପଦ ପଦବୀ ରେ ନଥାଇ ମଧ୍ୟ ସେ ଜିଲ୍ଲା ବାସୀ ଙ୍କ ବିକାଶ ପାଇଁ ସେ ସଦା ସର୍ବଦା ସମର୍ପିତ ହୋଇ ଏକ ଭବ୍ୟ ସମୃଦ୍ଧ ମୟୁରଭଞ୍ଜ ଜିଲ୍ଲା ଗଠନ ପାଇଁ କାର୍ଯ୍ୟ କରିବେ ତା ସହିତ ବାକି ଅସମ୍ପୁର୍ଣ୍ଣ ଥିବା କାର୍ଯ୍ୟ ସମ୍ପୂଣ୍ଣ କରିବେ ବୋଲି ନିଜ ବକ୍ତବ୍ୟରେ ଶ୍ରୀ ଟୁଡୁ କହିଛନ୍ତି ।।।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ